କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ
azadi ka amrit mahotsav

ନୂଆଦିଲ୍ଲୀରେ ‘କୌଶଳ ଭବନ’ର ଉଦଘାଟନ କଲେ ମାନ୍ୟବର ରାଷ୍ଟ୍ରପତି


ଦକ୍ଷତା ବିକାଶକୁ ନୂଆ ଶିଖରକୁ ନେବା ପାଇଁ ପ୍ରେରିତ କରିବ - ଧର୍ମେନ୍ଦ୍ର ପ୍ରଧାନ

ମୋଦି ସରକାରଙ୍କ ଯୋଜନାର ମହିଳା ଲାଭାର୍ଥୀଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରଦର୍ଶନୀ ଷ୍ଟଲକୁ ବୁଲିବା ସହ ଲାଭାର୍ଥୀଙ୍କ ସହ କଥା ହେଲେ ମାନ୍ୟବର ରାଷ୍ଟ୍ରପତି

ଦେବଗଡ଼ର ପିଏମ ଜନମନ ଯୋଜନାର ଲାଭାର୍ଥୀ ରୁପାଲି ଦେହୁରୀଙ୍କୁ ଭେଟି କାର୍ଯ୍ୟକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

ଏହି ଅତ୍ୟାଧୁନିକ କୌଶଳ ଭବନ ଦକ୍ଷତା ପରିସଂସ୍ଥାନ ସହ ସମନ୍ୱୟକୁ ଅଧିକ ସୁଗମ କରିବ

ମୋଦି ସରକାରଙ୍କ ଯୋଜନା ଏବଂ ମୋଦି ଗ୍ୟାରେଣ୍ଟି ତୃଣମୂଳ ସ୍ତରରେ ଲୋକଙ୍କ ଜୀବନଜୀବିକାରେ ଆଣିଛି ଅଭୂତପୂର୍ବ ପରିବର୍ତ୍ତନ

ପୋଷ୍ଟ କରାଯିବା ଦିନାଙ୍କ: 24 JAN 2024 6:00PM by PIB Bhubaneswar

ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ‘ନୂତନ କୌଶଳ ଭବନ’ର ଉଦଘାଟନ କରିଛନ୍ତି । ଏହି ଅବସରରେ ମାନ୍ୟବର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ, ସଂକଳ୍ପ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଭଳି ସରକାରଙ୍କ ବିଭିନ୍ନ ମହିଳା ଲାଭାର୍ଥୀଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରଦର୍ଶନୀ ଷ୍ଟଲକୁ ବୁଲିବା ସହ ଲାଭାର୍ଥୀଙ୍କ ସହ କଥା ହୋଇଥିଲେ ।    
 


କୌଶଳ ଭବନର ଉଦଘାଟନ ପାଇଁ ମାନ୍ୟବର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଅତ୍ୟାଧୁନିକ କୌଶଳ ଭବନ ଦକ୍ଷତା ପରିସଂସ୍ଥାନ ସହ ସମନ୍ୱୟକୁ ଅଧିକ ସୁଗମ କରିବ । ଦକ୍ଷତା ବିକାଶକୁ ନୂଆ ଶିଖରରେ ପହଞ୍ଚାଇବ । ସ୍କିଲକୁ ଲୋକ ସଶକ୍ତିକରଣ ତଥା ବିକଶିତ ଭାରତର ସାରଥୀ ହେବା ଦିଗରେ ଆମ ସମସ୍ତଙ୍କୁ ପ୍ରେରଣା ଦେବ ।  

ଏହି ଭବନର ଉଦଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେବଗଡ଼ର ପିଏମ୍ ଜନମନ ଯୋଜନାର ଲାଭାର୍ଥୀ ଶ୍ରୀମତୀ ରୁପାଲି ଦେହୁରୀଙ୍କୁ ଭେଟି ତାଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସେ ଟ୍ୱିଟ୍ କରି କହିଛନ୍ତି ଯେ ଶ୍ରୀମତୀ ଦେହୁରୀ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ମହିଳା ଆଧାରିତ ବିକାଶର ଉଦାହରଣ । ପିଏମ୍ ଜନମନରେ ଦକ୍ଷତା ତାଲିମ ନେଇ ନିଜ ଜୀବିକା ଯାତ୍ରାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ।  ମୋଦି ସରକାରଙ୍କ ଯୋଜନା ଏବଂ ମୋଦି ଗ୍ୟାରେଣ୍ଟି ତୃଣମୂଳ ସ୍ତରରେ ଲୋକଙ୍କ ଜୀବନଜୀବିକାକୁ ପରିବର୍ତ୍ତନ କରିଛି ।



ଉଲ୍ଲେଖନୀୟ ଯେ, ୨୦୧୯ ମାର୍ଚ୍ଚରେ କୌଶଳ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଏହି ଭବନ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସମେତ ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ, ବ୍ୟବସାୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ପାଇଁ ରାଷ୍ଟ୍ରୀୟ ପରିଷଦ ତଥା ରାଷ୍ଟ୍ରୀୟ କୌଶଳ ବିକାଶ ନିଗମ ପାଇଁ କାର୍ଯ୍ୟାଳୟର କାମ କରାଯିବ ।

RoM


(ରିଲିଜ ଆଡି: 1999208) ପରିଦର୍ଶକ କାଉଣ୍ଟର : 48