ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ମରିସସ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଶାଗୁଆନ କାଠ ବାକ୍ସରେ ଓଡ଼ିଶାର ଇକ୍କତ ଓଢ଼ଣୀ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
प्रविष्टि तिथि:
12 SEP 2023 4:16PM by PIB Bhubaneswar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥଙ୍କ ପତ୍ନୀ କବିତା ଜଗନ୍ନାଥଙ୍କୁ ଓଡ଼ିଶାର ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଇକ୍କତ ଓଢ଼ଣୀ ଉପହାର ସ୍ୱରୂପ ଦେଇଛନ୍ତି । ଗୁଜରାଟ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଶାଗୁଆନ କାଠ ବାକ୍ସରେ ଶ୍ରୀ ମୋଦୀ ଏହି ଉପହାର ଦେଇଛନ୍ତି ।

ଓଡ଼ିଶାର ଉଚ୍ଚକୋଟ୍ଟୀର ଶିଳ୍ପୀଙ୍କ ଦ୍ୱାରା ଏହି ଇକ୍କତ ଓଢ଼ଣୀ ପ୍ରସ୍ତୁତ କରାଯାଇଛି । ଏହା ହେଉଛି ଏକ ପାରମ୍ପରିକ ତୁତ ରେଷମ ବା ମଲବେରୀ ସିଲ୍କ ଓଢ଼ଣୀ ଯାହାକି ଉତ୍କୃଷ୍ଟ ଇକ୍କତ ପଦ୍ଧତି ଉପଯୋଗ କରି ବୁଣାଯାଇଛି । ଇକ୍କତ ହେଉଛି ରେଶମ କିମ୍ବା ସୂତାରେ କରାଯାଉଥିବା ଏକ ସୂକ୍ଷ୍ମ ରଙ୍ଗ ପ୍ରକ୍ରିୟା । ଏଥିରେ ସୂତାର ନିର୍ଦ୍ଦିଷ୍ଟ ଭାଗକୁ ବାନ୍ଧିବା ସହ ରଙ୍ଗ କରାଯାଇଥାଏ ଯେଉଁଥିରେ ବନ୍ଧା ହୋଇଥିବା ଭାଗକୁ ସ୍ପର୍ଶ ନକରି ବିଭିନ୍ନ ରଙ୍ଗର ଆକୃତି ଅଙ୍କା ଯାଇଥାଏ।
ଏହି ସୂତାଗୁଡ଼ିକ ପରସ୍ପର ସହ ମିଶିବା ଫଳରେ ଏକ ଉଜ୍ଜ୍ୱଳ କପଡ଼ା ତିଆରି କରନ୍ତି ଯାହାର ଗାଢ଼ ପୃଷ୍ଠଭୂମି ଉପରେ ଇଷତ୍ ଧଳା ଆକୃତି ସବୁ ସୃଷ୍ଟି ହୋଇଥାଏ। ଇକ୍କତ କାରିଗରୀରେ ସୂକ୍ଷ୍ମତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥାଏ। ଦ୍ୱାଦଶ ଶତାବ୍ଦୀରେ ଓଡ଼ିଶାକୁ ସ୍ଥାନାନ୍ତରିତ ହୋଇଥିବା ଶିଳ୍ପୀଙ୍କ ଠାରୁ ଉତ୍ପତ୍ତି ହୋଇଥିବା ଇକ୍କତ କଳା ଓଡ଼ିଶା ମାଟିରେ ଅଧିକ ବିକଶିତ ଓ ସମୃଦ୍ଧ ହୋଇଛି।

ଅନ୍ୟପଟେ ଇକ୍କତ ଓଢ଼ଣୀକୁ ଯେଉଁ ବାକ୍ସରେ ଦିଆଯାଇଛି ତାହାକୁ ଗୁଜରାଟର କାରିଗରମାନେ କଠିନ ଓ ଦୀର୍ଘସ୍ଥାୟୀ ଶାଗୁଆନ କାଠରେ ସୁନ୍ଦର କାରୁକାର୍ଯ୍ୟ କରି ତିଆରି କରିଛନ୍ତି।
*******
P.S.
(रिलीज़ आईडी: 1956622)
आगंतुक पटल : 142
इस विज्ञप्ति को इन भाषाओं में पढ़ें:
English