ରେଳ ମନ୍ତ୍ରଣାଳୟ
12 ରୁ 30 ଅଗଷ୍ଟ, 2023 ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପ୍ରମୁଖ ଭିତ୍ତିଭୂମି ବିକାଶ ଏବଂ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ
ପୋଷ୍ଟ କରାଯିବା ଦିନାଙ୍କ:
11 AUG 2023 7:05PM by PIB Bhubaneswar
• 12 ଅଗଷ୍ଟରୁ 30 ଅଗଷ୍ଟ ମଧ୍ୟରେ ହରିଦାସପୁର, ଭୁବନେଶ୍ୱର, ମଞ୍ଚେଶ୍ୱର, କଟକ, ସମ୍ବଲପୁର ଏବଂ ସମ୍ବଲପୁର ସିଟି ରେଳ ଷ୍ଟେସନ ମାନଙ୍କରେ ନିରାପତ୍ତା ସମ୍ବନ୍ଧୀୟ ତଥା ଭିତ୍ତିଭୂମି ସମ୍ପର୍କିତ ବିକାଶମୂଳକ କାର୍ଯ୍ୟ କରାଯିବ |

17 ରୁ 30 ଅଗଷ୍ଟ, 2023 ସମୟ ଅବଧିରେ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ମଧ୍ୟରେ ତୃତୀୟ ଲାଇନ ସହିତ ଜଡିତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ |
17 ରୁ 30 ଅଗଷ୍ଟ, 2023 ସମୟ ଅବଧି ମଧ୍ୟରେ ମଞ୍ଚେଶ୍ୱର ରେଳ ଷ୍ଟେସନର ଲେଆଉଟ୍ ରେ ପ୍ରମୁଖ ପରିବର୍ତ୍ତନ |
ଭୁବନେଶ୍ୱର ରେଳ ଷ୍ଟେସନରେ ସିଗନାଲ୍ ସିଷ୍ଟମ (ସାଙ୍କେତିକ ପ୍ରଣାଳୀ) ର ପ୍ରମୁଖ ପୁନଃ ବ୍ୟବସ୍ଥା |
• 14 ରୁ 21 ଅଗଷ୍ଟ, 2023 ପର୍ଯ୍ୟନ୍ତ ହରିଦାସପୁର ରେଳ ଷ୍ଟେସନର ସିଗନାଲ୍ ସିଷ୍ଟମର ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଅଛି |
• ଭୁବନେଶ୍ୱର କୋଚ୍ ରକ୍ଷଣାବେକ୍ଷଣ ଡିପୋ (କୋଚ୍ ମେଣ୍ଟେନାନ୍ସ ଡିପୋ) କୁ ଟ୍ରେନ ଗୁଡିକର ପ୍ରବେଶ ଏବଂ ପ୍ରସ୍ଥାନ ମଧ୍ୟ ପ୍ରଭାବିତ ହେବ |
• ସ୍ୱଳ୍ପ ଦିନ ପାଇଁ ଦୈନିକ ହାରାହାରି 25 ଟି ଟ୍ରେନ୍ (ଭୁବନେଶ୍ୱର ରୁ ଉତ୍ପତ୍ତି ହେଉଥିବା କିମ୍ବା ଏହି ମାର୍ଗ ଦେଇ ଯାତାୟାତ କରୁଥିବା) ପ୍ରକଳ୍ପ କାର୍ଯ୍ୟ ସମୟରେ ଅସ୍ଥାୟୀ ଭାବରେ ବାତିଲ୍ ହେବ |
ପ୍ରମୁଖ ଭିତ୍ତିଭୂମି ବିକାଶମୂଳକ କାର୍ଯ୍ୟ ଓ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ବାତିଲ୍ ହେବାକୁ ଥିବା, ଷ୍ଟେସନ ଉତ୍ପତ୍ତି ସ୍ଥଳ ପରିବର୍ତ୍ତନ କରିବାକୁ ଥିବା, ଗନ୍ତବ୍ୟ ଷ୍ଟେସନ ପୂର୍ବରୁ ଯାତ୍ରା ସମାପ୍ତ କରିବାକୁଥିବା କିମ୍ବା ମାର୍ଗ ପରିବର୍ତ୍ତନ କରିବାକୁଥିବା ଟ୍ରେନ ମାନଙ୍କର ତାଲିକା ପୂର୍ବତଟ ରେଳପଥ ଖୁବ୍ ଶୀଘ୍ର ସୂଚନା ପ୍ରଦାନ କରିବ |
(ରିଲିଜ ଆଡି: 1947921)
ପରିଦର୍ଶକ କାଉଣ୍ଟର : 17