ରେଳ ମନ୍ତ୍ରଣାଳୟ

ଆଲୋକ ବୋହରା, ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷାବଳ (ଆରପିଏଫ୍) ର ନୂତନ ପ୍ରମୁଖ ସୁରକ୍ଷା ଆୟୁକ୍ତ (ପ୍ରିନସିପାଲ ଚିଫ ସେକୁରିଟି କମିଶନର)

Posted On: 17 JUL 2023 8:36PM by PIB Bhubaneshwar

ଶ୍ରୀ ଆଲୋକ ବୋହରା ଇତିମଧ୍ୟରେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳ (ଆରପିଏଫ୍) ର ନୂତନ ପ୍ରମୁଖ ସୁରକ୍ଷା କମିଶନର (ପିସିଏସସି) ର ଦାୟିତ୍ୱ ଗ୍ରହଣ କରିଛନ୍ତି | ସେ ୧୯୯୭ ମସିହା ଭାରତୀୟ ରେଳବାଇ ସୁରକ୍ଷା ବଳ ସେବା ଅଧିକାରୀ ଅଟନ୍ତି | ନୂତନ ଦାୟିତ୍ୱ ଗ୍ରହଣ ପୂର୍ବରୁ ସେ ମୁମ୍ବାଇ ରେଳବାଇ ବିକାଶ କର୍ପୋରେସନ୍ ଲିମିଟେଡରେ ଜେନେରାଲ୍ ମ୍ୟାନେଜର (ଏ ଆଣ୍ଡ ଏସ୍) ଭାବରେ କାର୍ଯ୍ୟ କରୁଥିଲେ ଯାହାକି ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ଅଧିନସ୍ଥ ଏକ ପିଏସୟୁ ଅଟେ | ସେ ରେଳ ସୁରକ୍ଷା ବଳର ବିଭିନ୍ନ ପଦବୀରେ ମଧ୍ୟ କାର୍ଯ୍ୟ କରିଛନ୍ତି | ଶ୍ରୀ ଆଲୋକ ବୋହରାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ସେ 2018 ରେ ମସିହାରେ ଭାରତୀୟ ପୋଲିସ ସେବା ପଦକ ଏବଂ 2005 ରେ ରେଳବାଇ ସୁରକ୍ଷା ବଳ ମହା ନିର୍ଦେଶକ ଙ୍କ ପକ୍ଷରୁ ଉଚ୍ଚ ପ୍ରଶସ୍ତି ଓ ସୂଚକ ଚିହ୍ନ ସହିତ ଅନେକଥର ସମ୍ମାନିତ ହୋଇଛନ୍ତି |

 



(Release ID: 1940302) Visitor Counter : 35


Read this release in: English