ସଂସ୍କୃତି ମନ୍ତ୍ରଣାଳୟ
‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ୍’ ଶୀର୍ଷକ ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ ଓ ଶ୍ରୀ ନିତ୍ୟାନନ୍ଦ ରାୟ
Posted On:
15 MAY 2023 7:29PM by PIB Bhubaneshwar
ଭୁବନେଶ୍ବରରେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଅବସରରେ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ୍’ ଶୀର୍ଷକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଭୁବନେଶ୍ବରସ୍ଥିତ କଳା ଭୂମି ପରିସରରେ ଆୟୋଜିତ ଏହି ପ୍ରଦର୍ଶନୀର ଉଦଘାଟନୀ ସମାରୋହରେ କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଡୋନର ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ଉପସ୍ଥିତ ଥିଲେ।

ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ବିତୀୟ ବୈଠକର ଅଂଶବିଶେଷ ସ୍ବରୂପ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ୍’ ଶୀର୍ଷକ ପ୍ରଦର୍ଶନୀ ଭୁବନେଶ୍ବରସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ – କଳାଭୂମି ପରିସରରେ ଆୟୋଜନ କରାଯାଉଛି । ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ବାରା ଗ୍ରହଣ କରାଯାଇଥିବା ଦ୍ବିତୀୟ ପ୍ରାଥମିକତା – “ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ” ବିଷୟବସ୍ତୁକୁ ଆଧାର କରି ଏହି ପ୍ରଦର୍ଶନୀ ଆୟୋଜନ କରାଯାଉଛି । ଆସନ୍ତାକାଲି ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ ।




ଜି-୨୦ ସଦସ୍ୟ ରାଷ୍ଟ୍ର, ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ପ୍ରଦର୍ଶନୀ ବୁଲି ଦେଖିଥିଲେ ଏବଂ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଶିଳ୍ପୀମାନଙ୍କ ସହିତ ମତ ବିନିମୟ କରିଥିଲେ । ସେମାନେ ମଧ୍ୟ କାରିଗରମାନଙ୍କ ଠାରୁ ବିଭିନ୍ନ ହସ୍ତକଳାର ତିଆରି ପଦ୍ଧତିର ପ୍ରତ୍ୟକ୍ଷ ଭାବେ ଦେଖିବା ଓ ଅନୁଭୂତି ହାସଲ କରିଥିଲେ ।
******
P.S.
(Release ID: 1924298)