ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ଜି-20 ଜନଭାଗିଦାରୀ କାର୍ଯ୍ୟକ୍ରମରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବର ଦ୍ବାରା ଆନ୍ତଃଜିଲ୍ଲା ପ୍ରତିଯୋଗିତା
प्रविष्टि तिथि:
18 APR 2023 11:23PM by PIB Bhubaneswar
ଏପ୍ରିଲ୍ 1 ତାରିଖରୁ ଆରମ୍ଭ ଜି-20 ଜନଭାଗିଦାରୀ କାର୍ଯ୍ୟକ୍ରମରେ 18ତମ ଦିବସରେ ଆନ୍ତଃଜିଲ୍ଲା କୁଇଜ୍, ତର୍କ, ପ୍ରବନ୍ଧ, ସ୍ଲୋଗାନ ଲିଖନ ତଥା ଛାୟା ଜି-20 ସମ୍ମିଳନୀ ପ୍ରତିଯୋଗିତା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶଚନ୍ଦ୍ର ଅଗ୍ରୱାଲଙ୍କ ଦ୍ବାରା ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ ହୋଇଯାଇଛି। ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ତଥା ଡି.ଏମ. ସ୍କୁଲରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ଦ୍ବାରା ଚୟନିତ ଛାତ୍ରଛାତ୍ରୀ ଏହି ପ୍ରତିଯୋଗୀତାରେ ଭାଗ ନେଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ, ଜୱାହାର ନବୋଦୟ ବିଦ୍ୟାଳୟ, ରାଜ୍ୟ ବିଦ୍ୟାଳୟ ଓ ଡି.ଏମ. ସ୍କୁଲର ଛାତ୍ରଛାତ୍ରୀ ଜି-20 ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ପ୍ରତିଯୋଗୀତାରେ ଭାଗ ନେଇ ଜି-20 ର ବାର୍ତ୍ତା ବଣ୍ଟନ କରିଥିଲେ। ତର୍କ ପ୍ରତିଯୋଗୀତାରେ କେନ୍ଦ୍ରୀୟ ବିଦ୍ୟାଳୟ, ଜଗତସିଂହପୁରର ପଦ୍ମିନୀ ସୂର୍ଯ୍ୟପ୍ରଭା ସାହୁ, ପ୍ରବନ୍ଧରେ ଡିଏମ ସ୍କୁଲ, ଭୁବନେଶ୍ବର ଛାତ୍ର ସ୍ବୟମଭୁବା ପଟ୍ଟନାୟକ, ସ୍ଲୋଗାନ ଲିଖନରେ ନବୋଦୟ ବିଦ୍ୟାଳୟ, ଜଗତସିଂହପୁରରେ ବେଦପ୍ରକାଶ ମଲ୍ଲିକ, କୁଇଜ୍ ପ୍ରତିଯୋଗୀତାରେ ଡିଏମ୍ ବିଦ୍ୟାଳୟର ସ୍ବପ୍ନିଲ୍ ବେହେରା ଓ ଛାୟା ଜି-20 ସମ୍ମିଳନୀରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତରଣ୍ଡା, କେନ୍ଦ୍ରାପଡ଼ାର ଲିପ୍ସା ଶୁଭଦର୍ଶିନୀ ପରିଡ଼ା ଯୋଗ୍ୟ ବିବେଚିତ ହୋଇ ତୃତୀୟ ଶିକ୍ଷା ସମ୍ମିଳନୀରେ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ପ୍ରଫେସର ମାନସୀ ଗୋସ୍ବାମୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୋଡାଲ୍ ଅଧିକାରୀ ଜି-20 ପ୍ର. ଲକ୍ଷ୍ମୀଧର ବେହେରା, ଅଧ୍ୟାପକ ଅଭିଷେକ ଶତପଥୀ, ବିଭୂତି ଭୂଷଣ ସାଦ, ଶିକ୍ଷୟତ୍ରୀ ଜ୍ୟୋତି ଜେନା, ଅଧ୍ୟାପିକା ଅଭିପ୍ସା ବଳ, ରଶ୍ମିତା ମହାଳିକ, ସରସ୍ବତୀ ମହାରଣା, ଶ୍ରୀ ଅଖିଲେଶ୍ବର ମିଶ୍ର, ଡିନ୍ ସନ୍ଧ୍ୟାରାଣୀ ସାହୁ ତଥା ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।


BS
(रिलीज़ आईडी: 1917793)
आगंतुक पटल : 206