ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

Posted On: 18 APR 2023 8:34PM by PIB Bhubaneshwar

ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଏକ ମାସବ୍ୟାପୀ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ଏହି କ୍ରମରେ ଆଜି ଭୁବନେଶ୍ୱର ସ୍ଥିତ ସିଟିଟିସି ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନେଇ ଏକ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଛାତ୍ରଛାତ୍ରୀମାନେ ଏଥିରେ ଜି-୨୦ ଲୋଗୋ ଡିଜାଇନ କରିଥିଲେ

ଅନୁରୂପ ଭାବେ ଭୁବନେଶ୍ୱରର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଭାରତରେ ଆୟୋଜିତ ହେଉଥିବା ଜି-୨୦ ସମ୍ମିଳନୀ ଉପରେ ଆଧାରିତ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ଅନ୍ୟପକ୍ଷରେ ଜି-୨୦ ଜନଭାଗିଦାରୀ ଅଭିଯାନ ଅଧୀନରେ ଭୁବନେଶ୍ୱର ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ଅଫ୍ଟୁରିଜିମ୍ଏଣ୍ଡ ଟ୍ରାଭେଲ୍ମ୍ୟାନେଜମେଣ୍ଟ (ଆଇଆଇଟିଟିଏମ) ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପର୍ଯ୍ୟଟନ ଭ୍ରମଣ ଅଧ୍ୟୟନ ବିଭାଗ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଉଭୟ ଶିକ୍ଷାନୁଷ୍ଠାନ ପକ୍ଷରୁଐତିହ୍ୟ : ଅତୀତ, ବର୍ତ୍ତମାନ ଭବିଷ୍ୟତବିଷୟକୁ ନେଇ ଏକ ସେମିନାର ଆୟୋଜନ କରାଯାଇଥିଲା  ଶିକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ କ୍ଷେତ୍ରରେ ସହଭାଗିତା ଏବଂ ଛାତ୍ରଛାତ୍ରୀଙ୍କ ନିଯୁକ୍ତି କୌଶଳ ବିକାଶରେ ସୁଧାର ଉଦ୍ଦେଶ୍ୟରେ ଉକ୍ତ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା

ଏନଆଇଟି ରାଉରକେଲା ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନ୍ତର୍ଗତ ରାଉରକେଲା ସେକ୍ଟର- ଏବଂ ବରଗଡ଼ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରୋବୋଟିକ୍ସ ଉପରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା

ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନଭାଗିଦାରୀ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଆଇସିଏମଆର ଆରଏମଆରସି ପକ୍ଷରୁ ପିପିଲି ସେଣ୍ଟ ଜେଭିୟର୍ସ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା

ଜି-୨୦ ଜନଭାଗିଦାରୀ ଅଭିଯାନ ଅଧୀନରେ ଆଇଜର ବ୍ରହ୍ମପୁର ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା

ଭୁବନେଶ୍ୱର ସ୍ଥିତ ଗଣିତ ପ୍ରୟୋଗ ପ୍ରତିଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ ଅଧୀନରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଗଣିତ ଶିକ୍ଷକମାନଙ୍କ ପାଇଁ କ୍ଷମତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏହି କାର୍ଯ୍ୟକ୍ରମ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ

ଅନ୍ୟପଟେ ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଆଜି ଜନଭାଗିଦାରୀ କାର୍ଯ୍ୟକ୍ରମ ଅଧୀନରେ ପ୍ରଶ୍ନୋତ୍ତର, ବକ୍ତୃତା, ସ୍ଲୋଗାନ, ପ୍ରବନ୍ଧ ଲେଖା, ଛାୟା ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି

 

*****

P.S.


(Release ID: 1917767)