ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ଜନଭାଗିଦାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଜି-୨୦ ବୈଠକ ସମ୍ପର୍କରେ ସଚେତନତା ସୃଷ୍ଟି କଲେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ

Posted On: 16 APR 2023 11:18PM by PIB Bhubaneshwar

ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଏକ ମାସବ୍ୟାପୀ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି

ଏହି କ୍ରମରେ ଭୁବନେଶ୍ୱର ସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଏକ ଭଲିବଲ ରଙ୍ଗୋଲୀ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ପ୍ରତିଷ୍ଠାନର ଛାତ୍ରଛାତ୍ରୀ କର୍ମକର୍ତ୍ତାମାନେ ରଙ୍ଗୋଲୀରେ ଜି-୨୦ଲୋଗୋ ଡିଜାଇନ କରିଥିଲେ

ଏନଆଇଟି ରାଉରକେଲା ପକ୍ଷରୁ ଜି-୨୦ ଜନଭାଗିଦାରୀ ଅଭିଯାନ ଅଧୀନରେ ଲୋକ ନୃତ୍ୟ କାର୍ଯ୍ୟକ୍ରମ ଅୟୋଜନ କରାଯାଇଥିଲା କଳାକାରମାନେ କୃଷି, ବିବାହ ଯୁଦ୍ଧ ବିଷୟବସ୍ତୁ ଉପରେ ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ପରିବେଶ କରିଥିଲେ ସେହିପରି ଏନଆଇଟି ଋତ୍ୱିକ କ୍ଲବର ସଦସ୍ୟମାନେଅବସରନାମକ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ ଜଳବାୟୁ ପରିବର୍ତ୍ତନ ବିଷୟବସ୍ତୁ ଉପରେ ନାଟକଟି ଆଧାରିତ ଥିଲା

ରାଉରକେଲାର ସ୍କୁଲ ଛାତ୍ରଛାତ୍ରୀମାନେ ଜି୨୦ ଜନଭାଗିଦାରୀ ପ୍ରଦର୍ଶନୀ ଆୟୋଜନ କରିଥିଲେ ସ୍ମାର୍ଟସିଟି ଉପରେ ଆଧାରିତ ଏହି ପ୍ରଦର୍ଶନୀରେ ଦୀର୍ଘସ୍ଥାୟୀ ଜୀବନଯାପନ ଏବଂ ବିକାଶ ଉପରେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ଏନଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଛାତ୍ରଛାତ୍ରୀଙ୍କ ସହିତ ମତବିନିମୟ କରିବା ସହିତ ସେମାନଙ୍କ ସୃଜନଶୀଳତାକୁ ପ୍ରଶଂସା କରିଥିଲେ

ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଜନଭାଗିଦାରୀ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ‘‘ମୌଳିକ ସାକ୍ଷରତା ସଂଖ୍ୟା ଶାସ୍ତ୍ର : ନୀତି ଅଭ୍ୟାସ’’ ଶୀର୍ଷକ ୱେବିନାର ଅନୁଷ୍ଠିତ ହୋଇଯାଇଛି ଏଥିରେ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷାବିତ୍ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ

ଭୁବନେଶ୍ୱରସ୍ଥିତ ବିଆଇଆଇଟିଏମ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଅଧୀନରେ ଏକ କ୍ରିକେଟ୍ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି

ଅନ୍ୟପଟେ ବ୍ରହ୍ମପୁର ସ୍ଥିତ ଆଇଜର ପକ୍ଷରୁ ଏକ ସଚେତନତା ଗଣଦୌଡ଼ ଆୟୋଜନ କରାଯାଇଥିଲା ଜି-୨୦ ଜନଭାଗିଦାରୀ ଅଧୀନରେ ଆୟୋଜିତ ଏହି ମିନି ଗଣଦୌଡ଼ ପ୍ରତିଯୋଗିତାକୁ ଜିଲ୍ଲା ଦୌଡ଼କୁଦ ସଂଘ ସହଭାଗିତାରେ ଅନୁଷ୍ଠିତ ହୋଇଥିଲା

କଟକ ଓଲଟପୁର ସ୍ଥିତ ଏସଭି-ନିରତାର ପକ୍ଷରୁ ଜନଭାଗିଦାରୀ କାର୍ଯକ୍ରମ ଅଧୀନରେ ଏକ ସଚେତନତା ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି

 

******

P.S.

 

 


(Release ID: 1917169)