ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ : ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଛାୟା ଜି-୨୦ ସମ୍ମିଳନୀ ଆୟୋଜିତ
Posted On:
15 APR 2023 8:06PM by PIB Bhubaneshwar
ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ପାଇଁ ଚୟନିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କ ଦ୍ୱାରା ଛାୟା ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଏହି ସମ୍ମିଳନୀକୁ ଉଦଘାଟନ କରି ଶିକ୍ଷାର୍ଥୀମାନଙ୍କ ସୃଜନଶୀଳତାର ବିକାଶ ତଥା ବିଶ୍ୱ ନାଗରିକ ଗଠନର ଗୁରୁତ୍ୱ ବର୍ଣ୍ଣନା କରିଥିଲେ। ପ୍ରତିଷ୍ଠାନର ଡିନ ପ୍ରଫେସର ସନ୍ଧ୍ୟାରାଣୀ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଛାୟା ସମ୍ମିଳନୀରେ ଜି-୨୦ର ସଦସ୍ୟ ରାଷ୍ଟ୍ର ଏବଂ ୟୁରୋପୀୟ ସଂଘକୁ ପ୍ରତିନିଧିତ୍ୱ କରୁଥିବା ଛାତ୍ରଛାତ୍ରୀ ଖୁବ ସୁନ୍ଦର ଭାବେ ନିଜ ଦେଶର ଶିକ୍ଷା, ବୈଷୟିକ ଜ୍ଞାନ, ପରିବେଶ ଓ ଜଳବାୟୁ, ବିଶ୍ୱ ଅର୍ଥବ୍ୟବସ୍ଥା ତଥା ସମାଜର ସାମ୍ପ୍ରତିକ ସ୍ଥିତି ଉପସ୍ଥାପନ କରିବା ସହିତ ସମାଧାନର ସୂତ୍ର ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜି-୨୦ ନୋଡାଲ ଅଧିକାରୀ ପ୍ରଫେସର ଲକ୍ଷ୍ମୀଧର ବେହେରା, ପ୍ରଧାନଶିକ୍ଷକ ଅଖିଳେଶ୍ୱର ମିଶ୍ର, ପ୍ରାଧ୍ୟାପିକା ଡକ୍ଟର ଏଲିଜାବେଥ, ଡକ୍ଟର ପୁଷ୍ପଲତା ନେଗୀ, ଡକ୍ଟର ଅଭିଷେକ ଶତପଥୀ ଓ ପ୍ରତିଷ୍ଠାନ ତଥା ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିଥିଲେ। ଶେଷରେ ଡକ୍ଟର ରଶ୍ମୀରେଖା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।



*****
P.S.
(Release ID: 1916954)