ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲା ନିର୍ଦ୍ଦେଶକଙ୍କ ନେତୃତ୍ଵରେ ପ୍ରତିନିଧି ଦଳର ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ା ଗସ୍ତ

ପୋଷ୍ଟ କରାଯିବା ଦିନାଙ୍କ: 12 APR 2023 8:57PM by PIB Bhubaneshwar

ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ଵର ରାଓଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଆଜି କୁତ୍ର ଝାରସୁଗୁଡ଼ା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ତଥା ଝାରସୁଗୁଡ଼ା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟକୁ ଗସ୍ତ କରିଛି ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେମେସିନ ଲର୍ନିଂ’, ‘ବିଗ୍ ଡାଟା ଆନାଲିଟିକ୍ସଏବଂଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସପରି ଆଧୁନିକ ସମୟର ଜ୍ଞାନକୌଶଳ ବିଷୟରେ ଧାରଣା ସୃଷ୍ଟି କରିବା, ଯାହା କରିବା  ଅନୁଷ୍ଠାନ ଦ୍ଵାରା ଆୟୋଜିତ ଜନ ଭାଗୀଦାରୀ ଅଭିଯାନର ଏକ ଅଂଶବିଶେଷ   

 

ଏହି ଶୈଖିକ ଅଧିବେଶନରେ ପ୍ରଫେସର ଅନୁପ ନନ୍ଦୀ ପ୍ରଫେସର ରତ୍ନାକର ଦାସକମ୍ପ୍ୟୁଟର ସୃଷ୍ଟ ଫଟୋ’ , ‘ ଭର୍ଚୁଆଲ ପରିବେଶ ନିର୍ମାଣ’, “ କୁତ୍ରିମ ବୁଦ୍ଧିମତା ସହାୟତାରେ ଲୋକଙ୍କ ଭାବଭଙ୍ଗୀ ବୁଝିବା” , “ କମ୍ପ୍ୟୁଟର ସହାୟତାରେ କୌଣସି ଜିନିଷକୁ ଚିହ୍ନିବାପରି ଅନେକ ବିଷୟ ଉପରେ ଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇଥିଲେ ଏହା ସହ ସେମାନେ ଶିକ୍ଷାର୍ଥୀମାନଙ୍କୁ ମେସିନ ଲର୍ନିଂର କାର୍ଯ୍ୟଶୈଳୀ ବିଷୟରେ ବୁଝାଇଥିଲେ ଅନୁଷ୍ଠାନର ରେଜିଷ୍ଟ୍ରାର ପ୍ରଫେସର ରୋହନ ଧିମାନ ମଧ୍ୟ ଏହି ଗସ୍ତର ଏକ ଅଂଶ ରୂପରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ସହ କିପରି କୁତ୍ରିମ ବୁଦ୍ଧିମତା ବିଜ୍ଞାନର ବିଭିନ୍ନ କ୍ଷେତ୍ରକୁ ବିକାଶପଥରେ ଆଗେଇ ନେଇଛି ତା ବିଷୟରେ ଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇଥିଲେ

ଭାରତୀୟ ଜି-୨୦ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ନିର୍ଦ୍ଦେଶକ ପ୍ରଫେସର ରାଓ ଉପସ୍ଥିତ ଶିକ୍ଷକ, କର୍ମଚାରୀ ତଥା ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି କହିଥିଲେ, “ ଏକା ସମୟରେ ଅନେକ କାର୍ଯ୍ୟକୁ ସମ୍ଭାଳିବାର କଳା ଆମକୁ ଶିଖିବାକୁ ପଡିବ ବର୍ତ୍ତମାନ ସମୟର ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଆଗାମୀ ଭବିଷ୍ୟତରେ ବିଭିନ୍ନ କାର୍ଯ୍ୟ କରିବାର ଶୈଳୀକୁ ବଦଳାଇଦେବ , ଯାହାପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ଭାରତୀୟ ଜି-୨୦ ଆମକୁ ନିଜର ଏହି ଉନ୍ନତ ଜ୍ଞାନକୌଶଳକୁ ବିଶ୍ଵ ସମ୍ମୁଖରେ ଦେଖାଇବା ପାଇଁ ସୁଯୋଗ ଦେଇଛି ଏନ,.ଆଇ.ଟି. ରାଉରକେଲା ଜନ ଭାଗୀଦାରୀ ଅଭିଯାନର ଅଂଶୀଦାର ହୋଇପାରିଛି, ଏହା ଆମ ପାଇଁ ଗର୍ବର ବିଷୟ ଅଭିଯାନର ସାମୁହିକ ଲକ୍ଷ୍ୟକୁ ପୁରା କରିବାରେ ସାହାଯ୍ୟ କରିଥିବାରୁ ମୁଁ କେନ୍ଦ୍ରୀୟ ବିଦ୍ୟାଳୟ ଜବାହାର ନବୋଦୟ ବିଦ୍ୟାଳୟ ପରି ଅଂଶଗ୍ରହଣକାରୀ ଅନୁଷ୍ଠାନମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି

ନିର୍ଦ୍ଦେଶକ ପ୍ରଫେସର ରାଓଙ୍କ ନେତୃତ୍ଵରେ ଅନୁଷ୍ଠାନର ସଦସ୍ୟ ଦଳ ଆସନ୍ତାକାଲି ବରଗଡ଼ର କେନ୍ଦ୍ରୀୟ ବିଦ୍ୟାଳୟ ତଥା ବିକାଶ ଅନୁଷ୍ଠାନ ଗସ୍ତ କରିବ ତାଙ୍କ ଅନୁପସ୍ଥିତି ଯୋଗୁଁ ପ୍ରଭାରୀ ନିର୍ଦ୍ଦେଶକ ପ୍ରଫେସର ସିଦ୍ଧାର୍ଥ ଏସ. ଜେନା ଆଜି ସନ୍ଧ୍ୟାରେ ହେବାକୁ ଥିବା ଝୋଟି ମୁଖଚିତ୍ରଣ ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ ଏହି କାର୍ଯ୍ୟକ୍ରମ ଜନମାନସରେ ଭାରତୀୟ ସଂସ୍କୃତି ଐତିହ୍ୟ ପ୍ରତି  ଆକର୍ଷଣ ବୃଦ୍ଧି କରିପାରିଛି   ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ  ନିଜ ରଙ୍ଗତୂଳୀ ମାଧ୍ୟମରେ ଭାରତୀୟ ଜି-୨୦ର ବିଭିନ୍ନ ଦିଗକୁ ଦର୍ଶାଇଥିଲେ ଜି-୨୦ କାର୍ଯ୍ୟକ୍ରମର ନୋଡ଼ାଲ ଅଧିକାରୀ ପ୍ରଫେସର ସ୍ନେହାଶିଷ ଚକ୍ରବର୍ତ୍ତୀ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ଦର୍ଶକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

RoM


(ରିଲିଜ ଆଡି: 1916038) ପରିଦର୍ଶକ କାଉଣ୍ଟର : 218
ଏହି ରିଲିଜ ପଢନ୍ତୁ : English