ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ଜି-୨୦ ଜନଭାଗିଦାରୀ : ଆଇଆଇଟିଟିଏମ ପକ୍ଷରୁ ଐତିହ୍ୟ ପଦଯାତ୍ରା ଆୟୋଜିତ

Posted On: 10 APR 2023 8:52PM by PIB Bhubaneshwar

ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଭୁବନେଶ୍ୱରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ ଟୁରିଜିମ୍‌ ଏଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟ (ଆଇଆଇଟିଟିଏମ) ପକ୍ଷରୁ ଏକ ଐତିହ୍ୟ ପଦଯାତ୍ରା ଆୟୋଜନ କରାଯାଇଥିଲା। ଦୈବୀଶକ୍ତି ପ୍ରତି ସମର୍ପିତ ଏହି ପଦଯାତ୍ରା ଭୁବନେଶ୍ୱର ଉପକଣ୍ଠ ହୀରାପୁରସ୍ଥିତ ଚଉଷଠି ଯୋଗିନୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା। ଆଇଆଇଟିଟିଏମର ଐତିହ୍ୟ କ୍ଲବ ଏବଂ ଭ୍ରମଣ ଫଟୋ କ୍ଲବର ସଦସ୍ୟମାନଙ୍କ ସମେତ ଛାତ୍ରଛାତ୍ରୀ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନେ ଏଥିରେ ଆଗ୍ରହର ସହିତ ଅଂଶଗ୍ରହଣ କରିଥିଲେ । ମନ୍ଦିର ପରିସର, ଯୋଗିନୀ ମୂର୍ତ୍ତି ପରିକ୍ରମା କରିବା ପରେ ଐତିହ୍ୟ ପଦଯାତ୍ରା ମନ୍ଦିର ବାହାରେ ଥିବା ପବିତ୍ର ପୁଷ୍କରିଣୀ ନିକଟରେ ଶେଷ ହୋଇଥିଲା। ଓଡ଼ିଶାର ସଂସ୍କୃତି, ଯୋଗିନୀ ସଂସ୍କୃତିର ଅସୀମିତ ଚେତନା ବିଷୟରେ ଏହି ପଦଯାତ୍ରାରୁ ଏକ ବିଶେଷ ଅନୁଭୂତି ପ୍ରାପ୍ତ ହୋଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଅନୁଷ୍ଠିତ ହେବ।

********

P.S.


(Release ID: 1915448)