ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ଜି-୨୦ ଜନଭାଗିଦାରୀ : ଏନଆଇଟି ରାଉରକେଲା ପକ୍ଷରୁ ସବୁଜ ଇନ୍ଧନ ପ୍ରଦର୍ଶନୀ ଓ ସ୍ୱଚ୍ଛତା ଅଭିଯାନ ଆୟୋଜିତ

ପୋଷ୍ଟ କରାଯିବା ଦିନାଙ୍କ: 08 APR 2023 7:50PM by PIB Bhubaneswar

ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏନଆଇଟି ରାଉରକେଲା ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ଏହି କ୍ରମରେ ଆଜି ଏନଆଇଟି ପକ୍ଷରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁଦୀର୍ଘସ୍ଥାୟିତ୍ୱ ପ୍ରଦର୍ଶନୀ (ସଷ୍ଟେନବଲିଟୀ ଏକ୍ସପୋ)’ ଆୟୋଜନ କରାଯାଇଥିଲା ଏହି ପ୍ରଦର୍ଶନରେ ଶସ୍ତା ସ୍ୱଚ୍ଛ ଇନ୍ଧନ, ଆଧୁନିକ କୃଷି ପ୍ରଯୁକ୍ତି, ସ୍ମାର୍ଟ ଫ୍ଲୋର କ୍ଲିନର ଆଦି ପ୍ରକଳ୍ପ ସ୍କୁଲ ଛାତ୍ରଛାତ୍ରୀମାନେ ପ୍ରଦର୍ଶିତ କରିଥିଲେ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଲାଗି ଭାରତର ଅଧ୍ୟକ୍ଷତା ଅଧୀନରେ ସବୁଜ ବିକାଶ ପ୍ରତି ପ୍ରାଥମିକତା ଦିଆଯାଉଛି ସମ୍ପର୍କରେ ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା

ସେହିପରି ଏନଆଇଟି ରାଉରକେଲା ପରିସରରେ ଓଡ଼ିଶା-ସିକ୍କିମ ଯୁବସଙ୍ଗମର ଏକ ଜନଭାଗିଦାରୀ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ପ୍ରଯୁକ୍ତି, ପର୍ଯ୍ୟଟନ, ବିକାଶ, ପରମ୍ପରା ଲୋକସମ୍ପର୍କ କ୍ଷେତ୍ରରେ ବହୁମୁଖି ଦିଗ ସମ୍ପର୍କରେ ଯୁବପିଢ଼ିଙ୍କୁ ସଚେତନ କରାଯାଇଥିଲା

ଅନ୍ୟପକ୍ଷରେ ଏନଆଇଟି ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଜି ସ୍ଥାନୀୟ ଅଞ୍ଚଳରେ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା ଏଥିରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଗବେଷକମାନେ ସ୍ୱଚ୍ଛତା ସୁସ୍ଥତା ସମ୍ପର୍କରେ ବାର୍ତ୍ତା ପ୍ରସାର କରିଥିଲେ

 

*****

P.S.


(ରିଲିଜ ଆଡି: 1914938) ପରିଦର୍ଶକ କାଉଣ୍ଟର : 179