ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ଆଇଆଇଏମ ସମ୍ବଲପୁର ଏବଂ ଏନଆଇଟି ରାଉରକେଲା ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ
Posted On:
07 APR 2023 8:46PM by PIB Bhubaneshwar
ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜି-୨୦ ଜନଭାଗିଦାରି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଆଜି ସମ୍ବଲପୁର ଜବାହାର ନବୋଦୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା । ଏଥିରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ସ୍କୁଲ ପରିସର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସଫେଇ କରିଥିଲେ । ସେହିପରି ଆଇଆଇଏମ୍ ସମ୍ବଲପୁର ଆନୁକୂଲ୍ୟରେ ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରଛାତ୍ରୀମାନେ ଆଖପାଖ ଅଞ୍ଚଳରେ ସଫେଇ କରିବା ସହ ସ୍ୱଚ୍ଛତାର ବାର୍ତ୍ତା ପ୍ରସାର କରିଥିଲେ ।
ଅନ୍ୟପକ୍ଷରେ ଆଜି ଏନଆଇଟି ରାଉରକେଲା ପକ୍ଷରୁ ଜି -୨୦ ଜନଭାଗିଦାରି ଅନ୍ତର୍ଗତ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା । ଏଥିରେ ଏନଆଇଟିର ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକମାନେ ଯୋଗଦେଇ କ୍ୟାମ୍ପସ ପରିସରରେ ସଫେଇ କରିଥିଲେ । ସେହିପରି ଜି-୨୦ ବିଷୟବସ୍ତୁକୁ ନେଇ ଏନଆଇଟିର ରସାୟନ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।


*****
P.S
(Release ID: 1914717)