ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରରେ ଜି-୨ଠ ଜନଭାଗିଦାରୀ କାର୍ଯ୍ୟକ୍ରମ

Posted On: 07 APR 2023 3:40PM by PIB Bhubaneshwar

ଚଳିତ ବର୍ଷ ଜି-୨୦ରେ ଭାରତର ଅଧ୍ୟକ୍ଷତା ଅବସରରେ କେନ୍ଦ୍ର ସରକାର ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଇଛନ୍ତି । ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଅଗ୍ରଣୀ ପ୍ରତିଷ୍ଠାନ ଭାବେ ଏହି କାର୍ଯ୍ୟକ୍ରମର ସପ୍ତମ ଦିବସରେ ଖେଳକୁଦ କାର୍ଯ୍ୟକ୍ରମ ଆୟୋଜନ କରିଅଛି । ପ୍ରତିଷ୍ଠାନର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଲନ୍ ଟେନିସ୍ ଓ ବ୍ୟାଡମିଣ୍ଟନ ପ୍ରତିଯୋଗିତା (ଛାତ୍ରଛାତ୍ରୀ ଓ କର୍ମଚାରୀ)କୁ ଅଧ୍ୟକ୍ଷ ପ୍ର. ପି.ସି. ଅଗ୍ରୱାଲ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଡିନ ପ୍ରଫେସର ସନ୍ଧ୍ୟାରଣୀ ସାହୁ, ବିଭିନ୍ନ ବିଭାଗର ମୁଖ୍ୟ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପ୍ର. ଅନିମେଶ ମହାପାତ୍ର, ଡ. ଜିବେଂଦୁ ବେଜ ପରିଚାଳନା କରିଥିଲେ । ନୋଡାଲ ଅଫିସର ପ୍ରଫେସର ଲକ୍ଷ୍ମୀଧର ବେହେରା ଓ ସଂଯୋଜକ ଅଖିଳେଶ୍ୱର ମିଶ୍ରଙ୍କ ସଂଯୋଜନା ଓ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏହି ଜନଭାଗିଦାରୀ କାର୍ଯ୍ୟକ୍ରମ ଏପ୍ରିଲ ୨୨ ପର୍ଯ୍ୟନ୍ତ ଚାଲିବ ।

 

RoW


(Release ID: 1914629)