ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ଜି-୨୦ ଜନଭାଗିଦାରୀ : ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ପୋଷ୍ଟ କରାଯିବା ଦିନାଙ୍କ: 06 APR 2023 10:21PM by PIB Bhubaneswar

ଭୁବନେଶ୍ୱରରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କ୍ରମରେ ଆଜି ପ୍ରତିଷ୍ଠାନ ପକ୍ଷରୁ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଷ୍ଠାନ ପରିସରରେ ଥିବା ପ୍ରାୟୋଗିକ ବହୁଉଦ୍ଦେଶୀୟ ବିଦ୍ୟାଳୟ (ଡିଏମ) ସ୍କୁଲର ଛାତ୍ରଛାତ୍ରୀଙ୍କୁ ୪ଟି ଦଳରେ ବିଭକ୍ତ କରାଯାଇ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପକାଶ ଚନ୍ଦ୍ର ଅଗ୍ରୱାଲ ଡିଏମ ସ୍କୁଲର ଅଧ୍ୟକ୍ଷ ଏ ମିଶ୍ର, ଡିନ୍‌  ପ୍ରଫେସର ଏସ.ଆର ସାହୁ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ଜି୨୦, ନିପୁଣ, ଜାତୀୟ ଶିକ୍ଷା ନୀତି, ଡିଜିଟାଲ ଅଧ୍ୟୟନ ଆଦି ବିଷୟକୁ ନେଇ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

*******

P.S.

 


(ରିଲିଜ ଆଡି: 1914471) ପରିଦର୍ଶକ କାଉଣ୍ଟର : 201