ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ଜି-୨୦ ଜନଭାଗିଦାରୀ : କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ବକ୍ତୃତା ପ୍ରତିଯୋଗିତା
Posted On:
06 APR 2023 10:17PM by PIB Bhubaneshwar
ଭୁବନେଶ୍ୱରରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ କିଟ୍ ବିଶ୍ୱ ବିଦ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କ୍ରମରେ ଆଜି ‘‘ନୂଆ ପ୍ରଯୁକ୍ତି ଦ୍ୱାରା ସୃଷ୍ଟି ସମସ୍ୟାର ମୁକାବିଲା କରିବା ଓ ଅନୁକୂଳନ ହେବା ଲାଗି ଯୁବବର୍ଗଙ୍କ ସଶକ୍ତିକରଣ’’ ବିଷୟବସ୍ତକୁ ନେଇ କିଟ୍ ପକ୍ଷରୁ ଏକ ବୌଦ୍ଧିକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ଚୁଡ଼ାନ୍ତ ପର୍ଯ୍ୟାୟକୁ ୩୦ ଜଣ ଛାତ୍ରଛାତ୍ରୀ ମନୋନିତ ହୋଇଥିଲେ । ଶେଷରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା।
![](https://static.pib.gov.in/WriteReadData/userfiles/image/WhatsAppImage2023-04-06at20.11.44UDPT.jpg)
![](https://static.pib.gov.in/WriteReadData/userfiles/image/WhatsAppImage2023-04-06at20.11.45V25U.jpg)
*******
P.S.
(Release ID: 1914470)
Visitor Counter : 142