ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ଜି-୨୦ ଜନଭାଗିଦାରୀ ଅନ୍ତର୍ଗତ ଏନଆଇଟି ରାଉରକେଲାର ଅଭିନବ ଉଦ୍ଭାବନ
ଡିଜେଲ ଜେନେରେଟରରୁ ଅଙ୍ଗାରକାମ୍ଳ ଅବଶୋଷଣ ପାଇଁ ହେଲା ସ୍ୱତନ୍ତ୍ର ଚାମ୍ବର ନିର୍ମାଣ
Posted On:
06 APR 2023 10:14PM by PIB Bhubaneshwar
ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ସବୁଜ ବିକାଶ ଏକ ପଦକ୍ଷେପ ହୋଇଥିବା ଦୃଷ୍ଟିରୁ ଏନଆଇଟି ରାଉରକେଲା ପକ୍ଷରୁ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ହ୍ରାସ କରିବା ଲାଗି ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଡିଜେଲ ଜେନେରେଟରରୁ ଅଙ୍ଗାରକାମ୍ଳ ବାଷ୍ପ ଅବଶୋଷଣ ଲାଗି ଏନଆଇଟି ରାଉରକେଲା ପକ୍ଷରୁ ଏକ ଦ୍ୱୈତ ଅବଶୋଷଣ ଚାମ୍ବର ବ୍ୟବହାର କରାଯାଇଛି । ଏହି ଉପକରଣ କ୍ୟାମ୍ପସ ପରିସରରେ ଡିଜେଲ ଜେନେରେଟରରୁ ସୃଷ୍ଟି ହେଉଥିବା ୬୫% ପ୍ରତିଶତ ଅଙ୍ଗାରକାମ୍ଳ ବାଷ୍ପ କମାଇବାରେ ସହାୟକ ହେବ ।
ଅନ୍ୟପକ୍ଷରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଝାରସୁଗୁଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱରରେ ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ଏନଆଇଟି ରାଉରକେଲା ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀମାନେ ଆଗ୍ରହର ସହିତ ଅଂଶଗ୍ରହଣ କରିଥିଲେ । ସେହିପରି ଏନଆଇଟି ରାଉରକେଲା ସହଯୋଗରେ ସୁନ୍ଦରଗଡ଼ ଜିଲ୍ଲା ବନ୍ଦମୁଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱଚ୍ଛତା ଅଭିଯାନ ଆୟୋଜନ କରିଥିଲେ । ଏହି ଅଭିଯାନରେ ଛାତ୍ରଛାତ୍ରୀମାନେ ଆଖପାଖ ଅଞ୍ଚଳରେ ସଫେଇ କରିଥିଲେ।

*******
P.S.
(Release ID: 1914468)