ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ଏନଆଇଟି ରାଉରକେଲା ପକ୍ଷରୁ ବନ୍ଦମୁଣ୍ଡା ଓ ଝାରସୁଗୁଡ଼ା କେନ୍ଦ୍ରୀୟ ବିଦ୍ୟାଳୟରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

Posted On: 05 APR 2023 9:26PM by PIB Bhubaneshwar

ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ଏନଆଇଟି ରାଉରକେଲା ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସୁନ୍ଦରଗଡ଼ ଜିଲ୍ଲା ବନ୍ଦମୁଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଏବଂ ବୃକ୍ଷରୋପଣ ଅନୁଷ୍ଠିତ ହୋଇଥିଲା। ସେହିପରି ଝାରୁସୁଗଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଏନଆଇଟି ରାଉରକେଲା ସହଯୋଗରେ ଏକ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ‘‘ସାମ୍ପ୍ରତିକ ବିଶ୍ୱରେ ଜି-୨୦ର ପ୍ରାସଙ୍ଗିକତା’’ ବିଷୟବସ୍ତୁ ଉପରେ ପ୍ରବନ୍ଧ ରଚନା କରିଥିଲେ । ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

******

P.S.


(Release ID: 1914077)