ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ : ଆଇଆଇଏମ ସମ୍ବଲପୁର ପକ୍ଷରୁ ପ୍ରବନ୍ଧ ଲିଖନ ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ

Posted On: 05 APR 2023 6:25PM by PIB Bhubaneshwar

ଆଇଆଇଏମ ସମ୍ବଲପୁର ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଭିନ୍ନ ଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଆଇଆଇଏମ ସହଯୋଗରେ ଜି-୨୦ ବିଷୟବସ୍ତୁକୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ମିଳିତ ପ୍ରୟାସ ଜରିଆରେ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ମହାମାରୀ ଭଳି ସମସ୍ୟାର ସମାଧାନ କରାଯାଇପାରିବ, ଏହି ବିଷୟକୁ ନେଇ ଆୟୋଜିତ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଆଗ୍ରହର ସହିତ ଅଂଶଗ୍ରହଣ କରିଥିଲେ

ସେହିପରି ଆଇଆଇଏମ ସହଯୋଗରେ ‘‘ଜଳବାୟୁ ପରିବର୍ତ୍ତନ, ବନୀକରଣ, ଅକ୍ଷୟଶକ୍ତି ଏବଂ ଇନ୍ଧନ ପରିଦୃଶ୍ୟ’’ ବିଷୟବସ୍ତୁକୁ ନେଇ ସମ୍ବଲପୁର ନବୋଦୟ ବିଦ୍ୟାଳୟ ଏବଂ ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଏକ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା

ସୂଚନାଯୋଗ୍ୟ ଯେ, ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଦେଶବ୍ୟାପୀ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଓ ବୈଠକମାନ ଆୟୋଜନ କରାଯାଉଛି ଏହି କ୍ରମରେ ଭୁବନେଶ୍ୱର ଠାରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ରାଜ୍ୟବ୍ୟାପୀ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି

 

*****

P.S.


(Release ID: 1913992)