ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ସେଞ୍ଚୁରିଅନ୍ ୟୁନିଭର୍ସିଟୀ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ
Posted On:
05 APR 2023 6:22PM by PIB Bhubaneshwar
ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଦେଶବ୍ୟାପୀ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଓ ବୈଠକମାନ ଆୟୋଜନ କରାଯାଉଛି । ଏହି କ୍ରମରେ ଭୁବନେଶ୍ୱର ଠାରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ରାଜ୍ୟବ୍ୟାପୀ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବୁଧବାର ସେଞ୍ଚୁରିଅନ ୟୁନିଭର୍ସିଟୀ ଅଫ୍ ଟେକ୍ନୋଲୋଜି ଏଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ) ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହିପରି ଗଜପତି ଜିଲ୍ଲା ସରକାରୀ ଆଇଟିଆଇ କଲେଜ ପରିସରରେ ସିୟୁଟିଏମ ପକ୍ଷରୁ ‘‘ଭବିଷ୍ୟତର କୌଶଳ ଏବଂ ଦୀର୍ଘସ୍ଥାୟିତ୍ୱ’’ ଉପରେ ଏକ ସେମିନାର ଆୟୋଜନ କରାଯାଇଥିଲା। ଏଥିରେ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ କୌଶଳ ବିକାଶ ଏବଂ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ସଚେତନ କରାଯାଇଥିଲା।

******
P.S.
(Release ID: 1913990)