ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ : ଏନଆଇଟି ରାଉରକେଲା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ

Posted On: 04 APR 2023 8:42PM by PIB Bhubaneshwar

ରାଉରକେଲା ଏନଆଇଟି ପକ୍ଷରୁ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଶିଳ୍ପାନୁଷ୍ଠାନ ପ୍ରତିନିଧି ଓ ଶିକ୍ଷାବିତଙ୍କ ମଧ୍ୟରେ ଏକ ମତବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରର ବିଷୟବସ୍ତୁ ଥିଲା ‘ଭବିଷ୍ୟତର କାର୍ଯ୍ୟ : ପ୍ରଯୁକ୍ତି ପରିଚାଳିତ ଉଦ୍ୟମିତା ଜରିଆରେ’ । ଏଥିରେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ତଥା ଫିକ୍କିର ଅଧ୍ୟକ୍ଷ ଶ୍ରୀ ଶୁଭ୍ରକାନ୍ତ ପଣ୍ଡା, ଏନଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ, ଫିକ୍କିର ମହାନିର୍ଦ୍ଦେଶକ ଶ୍ରୀ ଅରୁଣ ଚାୱଲା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

 

ସେହିପରି ଏନଆଇଟି ରାଉରକେଲା ଆନୁକୂଲ୍ୟରେ ବରଗଡ଼ ଜିଲ୍ଲା ପାଇକମାଳ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ରାଉରକେଲା, ବନ୍ଧମୁଣ୍ଡା ଏବଂ ଝାରୁସୁଗୁଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜି-୨୦ ସମ୍ମିଳନୀ ସମ୍ପର୍କରେ ଯୁବପିଢ଼ିଙ୍କୁ ସଚେତନ କରିବା ଲାଗି ‘‘ବିବାଦ ନିରାକରଣ ଏବଂ ଶାନ୍ତି ପ୍ରତିଷ୍ଠା ଲାଗି ବୈଶ୍ୱିକ ସହମତି’’ ବିଷୟବସ୍ତୁକୁ ନେଇ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ସୂଚନା ଯୋଗ୍ୟ ଯେ, ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ଦେଶର ବିଭିନ୍ନ ସ୍ଥାନରେ ବୈଠକମାନଙ୍କ ଆୟୋଜନ କରାଯାଉଛି । ଚଳିତ ମାସ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଜନଭାଗିଦାରୀ ଜରିଆରେ ଜି-୨୦ କାର୍ଯ୍ୟକ୍ରମକୁ ଫଳପ୍ରଦ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

********

P.S.

 


(Release ID: 1913673)