ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ଛାତ୍ରଛାତ୍ରୀ ଏବଂ ଚିକିତ୍ସାଧିନ ରୋଗୀମାନଙ୍କ ଖାଦ୍ୟରେ ମିଲେଟସ୍ ସାମିଲ କଲା ଭୁବନେଶ୍ୱର ଏମ୍‍ସ


ଛାତ୍ରଛାତ୍ରୀମାନଙ୍କ ସହିତ ମଧ୍ୟାହ୍ନ ଭୋଜନରେ ମିଲେଟ ଖାଇଲେ କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ସଚେତନତା ପାଇଁ ମିଲେଟ ଉପରେ ପ୍ରସ୍ତୁତ ଛୋଟ ପୁସ୍ତିକା ଜନସାଧାରଣଙ୍କୁ ବଣ୍ଟନ କରାଯାଇଛି

Posted On: 03 APR 2023 7:06PM by PIB Bhubaneshwar

ଭୁବନେଶ୍ୱର ଏମ୍‍ସ ଏହାର ଛାତ୍ରଛାତ୍ରୀ ଏବଂ ଚିକିତ୍ସିତ ହେଉଥିବା ରୋଗୀଙ୍କ ଖାଦ୍ୟରେ ମିଲେଟସ୍ ସାମିଲ କରିଛି । ଛାତ୍ର ତଥା ଚିକିତ୍ସାଧିନ ରୋଗୀଙ୍କୁ ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଏହି ଜାତୀୟ ପ୍ରତିଷ୍ଠାନ ଖାଦ୍ୟରେ ମିଲେଟ ସାମିଲ କରିଛି । ଏମ୍‍ସ ଭୁବନେଶ୍ୱରର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ‘ଉତ୍କଳ ଦିବସ’ ଏବଂ ଜି -୨୦ ଜନ ଭାଗିଦାରୀ ଅଭିଯାନର ଶୁଭ ଉତ୍ସବ ପାଳନ ପାଇଁ ଏହି ପଦକ୍ଷେପ ଆରମ୍ଭ କରିଥିଲେ । ଡାକ୍ତର ବିଶ୍ୱାସ ଚିକିତ୍ସାଧିନ ରୋଗୀଙ୍କୁ ମିଲେଟ ଯୁକ୍ତ ଖାଦ୍ୟ ପଦାର୍ଥ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏଥିସହ କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଡାଇନିଂ ହଲରେ ଛାତ୍ରମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ । ଛାତ୍ରଛାତ୍ରୀ ଏବଂ ଚିକିତ୍ସାଧିନ ରୋଗୀମାନେ ସେମାନଙ୍କର ଖାଦ୍ୟର ଏକ ଅଂଶ ଭାବରେ ମିଲେଟ ପାଇ ବହୁତ ଖୁସି ହୋଇଥିଲେ ।

ଏହି ଅବସରରେ କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ କହିଛନ୍ତି, ଆମେ ଆମର ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ଖାଦ୍ୟରେ ମିଲେଟସ୍ ସାମିଲ କରିବାକୁ ଉତ୍ସାହିତ ଅଟୁ । ଆମେ ବିଶ୍ୱାସ କରୁଛୁ ଯେ ଏହା ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବା ପାଇଁ ଆବଶ୍ୟକ ତନ୍ତୁ ଯୋଗାଇବ । ଆମେ ଆମର ରୋଗୀଙ୍କୁ ସର୍ବୋତ୍ତମ ଯତ୍ନ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ସେହି ଦିଗରେ ଆମେ ଗ୍ରହଣ କରୁଥିବା ଅନେକ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ । ସେହିଭଳି ଛାତ୍ରଛାତ୍ରୀମାନେ ପୁରାତନ ସ୍ଥାନୀୟ ଉପଲବ୍ଧ ଖାଦ୍ୟରୁ ସମୃଦ୍ଧ ପୁଷ୍ଟିକର ଏବଂ ଖଣିଜ ପଦାର୍ଥ ପାଇବେ, ଯାହା ସେମାନଙ୍କର ଓଜନ ଏବଂ ରୋଗ ପ୍ରତିରୋଧର ଯତ୍ନ ନେବ ବୋଲି ଡାକ୍ତର ବିଶ୍ୱାସ କହିଛନ୍ତି ।

ଭାରତର ଜି -୨୦ ଅଧ୍ୟକ୍ଷତାକୁ ଶକ୍ତିଶାଳୀ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରୁ ପ୍ରେରଣା ପାଇ ଭୁବନେଶ୍ୱର ଏମ୍‍ସ ମାସେବ୍ୟାପି ଅନେକ କାର୍ଯ୍ୟକ୍ରମର ଯୋଜନା କରିଛି । ଉତ୍ତମ ଅଭିଯାନର ଏକ ଅଂଶ ଭାବରେ, ଏମସ ଭୁବନେଶ୍ୱର ‘ଉତ୍କଳ ଦିବସ’ ରେ ଛାତ୍ର ଏବଂ ରୋଗୀଙ୍କ ଖାଦ୍ୟରେ ମିଲେଟସ୍ ସାମିଲ କରିଛି ବୋଲି ଅନୁଷ୍ଠାନର ରେଜିଷ୍ଟ୍ରାର ବି ବି ମିଶ୍ର ସୂଚନା ଦେଇଛନ୍ତି ।

ମିଲେଟଗୁଡିକର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଜନସାଧାରଣଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ଓପିଡି ପ୍ରବେଶ ସ୍ଥାନରେ ଏକ ସଭା ଆୟୋଜନ କରାଯାଇଥିଲା । କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ଏବଂ ଦନ୍ତ ଚିକିତ୍ସା ବିଭାଗର ମୁଖ୍ୟ ଡାକ୍ତର ଅଶୋକ କୁମାର ଜେନାଙ୍କ ଦ୍ୱାରା ମିଲେଟ ଉପରେ ଲିଖିତ ପୁସ୍ତକ ‘ମିଲେଟର ସ୍ୱାସ୍ଥ୍ୟ ଉପକାର ଏବଂ ରୋଗ ଉପରେ ପ୍ରଭାବ’କୁ ଜନସାଧାରଣଙ୍କୁ ବଣ୍ଟନ କରାଯାଇଥିଲା । ଆମର ଦୈନନ୍ଦିନ ଖାଦ୍ୟରେ ମିଲେଟର ଗୁରୁତ୍ୱ ଉପରେ ଭୁବନେଶ୍ୱର ଏମସର ଖାଦ୍ୟ ବିଶେଷଜ୍ଞ ସୌମ୍ୟା ସୁଚରିତା ପୃଷ୍ଟି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ, ଡିନ୍ (ଏକାଡେମିକ୍‌) ଡାକ୍ତର ପି ଆର ମହାପାତ୍ର, ଡିନ୍ (ପରୀକ୍ଷା) ଡାକ୍ତର ସୌଭାଗ୍ୟ ଜେନା, ଡିନ୍ (ଗବେଷଣା) ଡାକ୍ତର ସତ୍ୟଜିତ୍‍ ମିଶ୍ର, ମେଡିକାଲ୍ ଅଧୀକ୍ଷକ ଡାକ୍ତର ଦିଲୀପ କୁମାର ପରିଡା, ଡିଡିଏ (ଆଇ / ସି) ରଶ୍ମି ରଞ୍ଜନ ସେଠୀ ଏବଂ ଛାତ୍ର ପ୍ରତିନିଧୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

HS


(Release ID: 1913454)
Read this release in: English