ରେଳ ମନ୍ତ୍ରଣାଳୟ
azadi ka amrit mahotsav

ପୂର୍ବତଟ ରେଳପଥର ମହା ପ୍ରବନ୍ଧକଙ୍କ ଦ୍ୱାରା ଭଦ୍ରକ ରେଳ ଷ୍ଟେସନର ନିରୀକ୍ଷଣ ଏବଂ ଭୁବନେଶ୍ୱର ଏବଂ ଧାମରା ବନ୍ଦର ମଧ୍ୟରେ ୱିଣ୍ଡୋ ଟ୍ରେଲିଂ ନିରୀକ୍ଷଣ

ପୋଷ୍ଟ କରାଯିବା ଦିନାଙ୍କ: 15 DEC 2022 5:07PM by PIB Bhubaneswar

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ରୂପ ନାରାୟଣ ସୁନକର ଭଦ୍ରକ ରେଳ ଷ୍ଟେସନର ନିରୀକ୍ଷଣ ଏବଂ ଭୁବନେଶ୍ୱରରୁ ଧାମରା ବନ୍ଦର ପର୍ଯ୍ୟନ୍ତ (ଭଦ୍ରକ ମଧ୍ୟ ଦେଇ) ୱିଣ୍ଡୋ ଟ୍ରେଲିଂ ନିରୀକ୍ଷଣ କରିବା ସହ ବନ୍ଦରକୁ ଉନ୍ନତ ସଂଯୋଗ ତଥା ସୁବିଧା ଯୋଗାଇବା ପାଇଁ ଭଦ୍ରକ ଏବଂ ଧାମରା ମଧ୍ୟରେ ଥିବା ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ଗୁଡିକର ସମୀକ୍ଷା ମଧ୍ୟ କରିଥିଲେ।

ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାକୁ ବିଶେଷ ଧ୍ୟାନ ଦେଉଛନ୍ତି ଏବଂ ଓଡିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ରେଳମନ୍ତ୍ରୀଙ୍କ ନିରନ୍ତର ତଦାରଖ ଏବଂ ପ୍ରାଥମିକତା ଅଧୀନରେ ରହିଛି। ମାନ୍ୟବର ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀ ସୁନକର ଭଦ୍ରକ ରେଳ ଷ୍ଟେସନରେ ଉପଲବ୍ଧ ବିଭିନ୍ନ ଯାତ୍ରୀ ସୁବିଧା ଗୁଡିକର ଯାଞ୍ଚ କରିଛନ୍ତି। ମହା ପ୍ରବନ୍ଧକ ଭଦ୍ରକ ଏବଂ ଧାମରା ବନ୍ଦର ମଧ୍ୟରେ ଚାଲିଥିବା ରେଳ ଦୋହରୀକରଣ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ବିଷୟରେ ମଧ୍ୟ ପଚାରି ବୁଝିଥିଲେ |

ମହାପ୍ରବନ୍ଧକ ଶ୍ରୀ ସୁନକର ଭୁବନେଶ୍ୱରରୁ ଭଦ୍ରକ ଏବଂ ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍ (ଡିପିସିଏଲ) ସାଇଡିଂ ପର୍ଯ୍ୟନ୍ତ ୱିଣ୍ଡୋ ଟ୍ରେଲିଂ ଯାଞ୍ଚ କରିବା ସହିତ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଡିପିସିଏଲ ପୂର୍ବତଟ ରେଳପଥ ସହ କୋଇଲା, ଚୂନ ପଥର, ସାର, ଲୁହାପଥର ଇତ୍ୟାଦି ସାମଗ୍ରୀ ଲୋଡିଂ କାରବାର କରିଥାଏ।

ଏହି ନିରୀକ୍ଷଣ ସମୟରେ ଶ୍ରୀ ସୁନକର ଧାମରା ବନ୍ଦର କମ୍ପାନୀ ଲିମିଟେଡ୍ (ଡିପିସିଏଲ) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ମିଶ୍ର ଏବଂ ଡିପିସିଏଲର ଅନ୍ୟ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଭଦ୍ରକ ରେଳ ଷ୍ଟେସନର ନିରୀକ୍ଷଣ ସମୟରେ ଶ୍ରୀ ସୁନକର ଯାତ୍ରୀ ମାନଙ୍କୁ ଦିଆଯାଉଥିବା ମୌଳିକ ସୁବିଧା ତଥା ଆବଶ୍ୟକତା ଗୁଡିକ ଯେପରି ଯାତ୍ରୀମାନଙ୍କୁ ସହାୟକ ହୋଇପାରିବ ସେଥିପ୍ରତି ଧ୍ୟାନଦେବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ | ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଶୀଘ୍ର ସମାପ୍ତି ପାଇଁ ଧ୍ୟାନ ଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି| 

          ଏହି ନିରୀକ୍ଷଣ ସମୟରେ ମହାପ୍ରବନ୍ଧଙ୍କକ ସହିତ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟଙ୍କ ସମେତ ପୂର୍ବତଟ ରେଳପଥ ମୁଖ୍ୟାଳୟ ଓ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ |

ROM


(ରିଲିଜ ଆଡି: 1883818) ପରିଦର୍ଶକ କାଉଣ୍ଟର : 198
ଏହି ରିଲିଜ ପଢନ୍ତୁ : English