ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ
azadi ka amrit mahotsav

ପ୍ରେସ୍ ଟିପ୍ପଣୀ

Posted On: 18 NOV 2022 4:41PM by PIB Bhubaneshwar

ସମସ୍ତ ଯୁବକ ଏବଂ ଯୁବତୀମାନଙ୍କ ପାଇଁ ଏନସିଏସସିଡ଼ିଏ (NCSCDA), ଭୁବନେଶ୍ୱର,ତରଫରୁ ଉଭୟ ଭିନ୍ନକ୍ଷମ ଏବଂ ସାଧାରଣ ବର୍ଗ ଚାକିରି ଆଶାୟୀ ମାନଙ୍କ ପାଇଁ ଏକ ନିଯୁକ୍ତି ମେଳାର  ଆୟୋଜନ କରାଯାଇଅଛି, ସେଥିରେ କେବଳ ଚଳନଶକ୍ତି ବାଧିତ ଆଂଶିକ ଭିନ୍ନକ୍ଷମ ମାନେ ଭାଗ ନେଇ ପାରିବେ | ଏହା ୨୨ ନଭେମ୍ବର ୨୦୨୨ ରେ ଏନସିଏସସିଡ଼ିଏ (NCSCDA) କ୍ଯାମ୍ପସ ପରିସରରେ ଅନୁଷ୍ଠିତ ହେବ।

 

            ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରେ ଯଥା:- ଡିପ୍ଲୋମା ଇଞ୍ଜିନିୟର, ବିଜନେସ ଡେଭେଲପମେନ୍ଟ ମ୍ଯାନେଜର, ସେଲ୍ସ ଏକ୍ଜିକ୍ୟୁଟିଭ୍, ତେଚ୍ଣିକିଆନ, କ୍ଲସ୍ଟର ହେଡ, ଫ୍ରନ୍ଟ ଲାଇନ ଅଫିସର, ଡେଲିଭେରୀ ଏକ୍ଜିକ୍ୟୁଟିଭ୍, ପରୀକ୍ଷା ପର୍ଜ୍ୟବେକ୍ଷକ ଆଦି ପ୍ରାୟ 3000 ରୁ ଅଧିକପଦବୀ ନିଯୁକ୍ତି ପାଇଁ ବିଭିନ୍ନ କମ୍ପାନୀ / ସଂସ୍ଥା ଅଂଶଗ୍ରହଣ କରୁଛନ୍ତି । ଅଷ୍ଟମ ଶିକ୍ଷାଗତ ପାସ, ଦଶମ ପାସ ଏବଂ ଦଶମଠାରୁ ଅଧିକ ଶିକ୍ଷାଗତ ଥିବା ପାର୍ଥୀମାନେ ଭାଗ ନେଇ ପାରିବେ। 

            ତେଣୁ, ସମସ୍ତ ଚାକିରି ଆଶାୟୀ ପାର୍ଥୀ ନିଜର ଶିକ୍ଷାଗତ ପ୍ରମାଣପତ୍ରର ନକଲ , ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍, ଭିନ୍ନକ୍ଷମ ପ୍ରମାଣପତ୍ର(ଯେଉଁ ମାନେ ଭିନ୍ନକ୍ଷମ) ଏବଂ ବାୟୋ ଡାଟା ଇତ୍ୟାଦି ଡକ୍ୟୁମେଣ୍ଟ୍ ସହିତ ଚାକିରି ମେଳାରେ ଯୋଗଦେବାକୁ ଅନୁରୋଧ କରାଯାଇଛି |

ତାରିଖ :                         ୨୨ ନଭେମ୍ବର ୨୦୨୨

ସମୟ :                         ସକାଳ ୯ଟା ରୁ ଦିନ ୨ଟା ପର୍ଯ୍ୟନ୍ତ

ବୟସ ସୀମା :                 ୧୮ ବର୍ଷ ରୁ ୩୫ ବର୍ଷ

ଶିକ୍ଷାଗତ ଯୋଗ୍ୟତା :       ଅଷ୍ଟମ ଶ୍ରେଣୀ ଏବଂ ତାଠାରୁ ଊର୍ଦ୍ବ

ମାସିକ ଦରମା:                ୧୧୦୦୦ ରୁ ୨୫୦୦୦ ପର୍ଯ୍ୟନ୍ତ

ଠିକଣା:                          ଏନ ସି ଏସ୍ ସି ଡି ଏ, (ପୂର୍ବରୁ : ଭି ଆର ସି ଏଚ)

                                    ପ୍ଲଟ ନଂ- ୧,୨,୫ ଏବଂ ୬

                                    ଗଣ୍ଡମୁଣ୍ଡା, ପୋଖରୀପୁଟ, ଭୁବନେଶ୍ୱର, ଖୋର୍ଦ୍ଧା-୭୫୧୦୩୦

                                    (ମଧୁସୂଦନ ଦାସ ପାର୍କ ସାମ୍ନା)

                                    ଅଧିକ ସୂଚନା ପାଇଁ ଫୋନ : ୦୬୭୪୨୩୫୨୩୧୭

 

ROM


(Release ID: 1877037) Visitor Counter : 149


Read this release in: English