ରେଳ ମନ୍ତ୍ରଣାଳୟ
ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପର ବିଛୁପାଲି - ଝରତରଭା ରେଳ ଲାଇନ ସଂପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ପାଇଁ ପ୍ରସ୍ତୁତ
प्रविष्टि तिथि:
13 NOV 2022 9:44PM by PIB Bhubaneswar
ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବିଛୁପାଲୀ ଏବଂ ଝରତରଭା ମଧ୍ୟରେ 10.65 କିଲୋମିଟର ବିଶିଷ୍ଟ ବ୍ରଡ ଗେଜ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।

ରେଳ ସୁରକ୍ଷା ଅଯୁକ୍ତ (CRS) 10 ନଭେମ୍ବର 2022 ରେ ଏହି ନୂତନ ଭାବରେ ନିର୍ମିତ ରେଳ ଲାଇନର ଯାଞ୍ଚ କରି ଏହାର କାର୍ଯ୍ୟକ୍ଷମ ପାଇଁ ତାଙ୍କ ସମ୍ମତି ପ୍ରଦାନ କରିଛନ୍ତି |
ନୂତନ ଭାବରେ ନିର୍ମିତ ରେଳ ଲାଇନର ସୁରକ୍ଷା ଦିଗଗୁଡିକ ଯଥା ରେଳ ଟ୍ରାକ୍, ସିଗନାଲିଂ ସିଷ୍ଟମ୍, ବ୍ରିଜ୍ ୱାର୍କସ୍ ଇତ୍ୟାଦି କାର୍ଯ୍ୟଗୁଡିକ ସିଆରଏସଙ୍କ ଦ୍ୱାରା ଯାଞ୍ଚ କରାଯାଇଅଛି ଏବଂ ନିର୍ମାଣଧୀନ କାର୍ଯ୍ୟ ଚାଲୁରହିଥିବା 289 କିଲୋମିଟର ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର 10.65 କିଲୋମିଟର ଲାଇନ ପାଇଁ ସମସ୍ତ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ଗୁଡିକ ସଠିକ ଥିବା ଯୋଗୁଁ ଏହି ନୂତନ ଲାଇନ କୁ କାର୍ଯ୍ୟକ୍ଷମ ପାଇଁ ସମ୍ମତି ପ୍ରଦାନ କରାଯାଇଅଛି |
ପୂର୍ବତଟ ରେଳପଥର ବରିଷ୍ଠ ରେଳ ଅଧିକାରୀଙ୍କ ଏକ ଦଳ ଆଇଆରଏସ ଙ୍କୁ ତାଙ୍କର ଯାଞ୍ଚ ସମୟରେ ସହଯୋଗ କରିଥିଲେ | ଗେଜ୍ ମାପ ସହିତ ସେମାନେ ବିଭିନ୍ନ ରେଳ ଉପାଦାନ ଗୁଡିକ ମଧ୍ୟ ଯାଞ୍ଚ କରିଛନ୍ତି |
ସିଆରଏସ ରେଳ ଟ୍ରାକ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ସମ୍ବନ୍ଧୀୟ ଉପକରଣଗୁଡ଼ିକର ସୁରକ୍ଷା ସମ୍ବନ୍ଧୀୟ ଦିଗଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ କରିଥିଲେ |

ମୋଟାମୋଟି ଭାବେ, ଏହି ରେଳ ପ୍ରକଳ୍ପ ର ସମୁଦାୟ 289 କିଲୋମିଟର ଦୈର୍ଘ୍ୟରୁ ସମୁଦାୟ 115.65 କିଲୋମିଟର ରେଳ ଲାଇନକୁ କାର୍ଯ୍ୟକ୍ଷମ କରାଯାଇଛି | ଏହି ପ୍ରକଳ୍ପ ଶୀଘ୍ର ଶେଷ ହେବା ପାଇଁ ରେଳବାଇ ଉଭୟ ପାର୍ଶ୍ୱରୁ ଅର୍ଥାତ୍ ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀର ପାର୍ଶ୍ୱରୁ ଏହି ଲାଇନ ନିର୍ମାଣ କରୁଛି |
ପୂର୍ବ ତଟ ରେଳପଥ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ନିର୍ମାଣ କାର୍ଯ୍ୟ ସମ୍ପାଦନର ଲକ୍ଷ୍ୟ ପୂର୍ବରୁ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଉତ୍ସର୍ଗୀକୃତ ଭାବରେ ନିଷ୍ଠାପର ସହିତ କାର୍ଯ୍ୟ କରୁଛି |
LR
(रिलीज़ आईडी: 1875684)
आगंतुक पटल : 189
इस विज्ञप्ति को इन भाषाओं में पढ़ें:
English