ଯୋଗାଯୋଗ ମନ୍ତ୍ରଣାଳୟ
ବିଏସଏନଏଲ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ
Posted On:
03 NOV 2022 3:48PM by PIB Bhubaneshwar
ରାଷ୍ଟ୍ରାୟତ୍ତ ଦୂରସଞ୍ଚାର କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ), ଓଡ଼ିଶା ଶାଖା ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗୁରୁବାର ଦିନ ଏକ ସଚେତନତା ପଦଯାତ୍ରା ବା ୱାକାଥନ୍ ଆୟୋଜନ କରାଯାଇଥିଲା । ବିଏସଏନଏଲର ମୁଖ୍ୟ ମୁଖ୍ୟ ମହାପ୍ରବନ୍ଧକ ଟେଲିକମ ଶ୍ରୀ ରୁଦ୍ର ନାରାୟଣ ପଲେଇ, ଉପମହାପ୍ରବନ୍ଧକ (ଦୁର୍ନୀତି ନିବାରଣ) ଶ୍ରୀ କାର୍ତ୍ତିକ ଚରଣ ପତିଙ୍କ ସମେତ ବିଏସଏନଏଲ ମୁଖ୍ୟ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ପଦଯାତ୍ରା ସମୟରେ ପ୍ରତିଯୋଗୀମାନେ ‘‘ଭ୍ରଷ୍ଟାଚାର ମୁକ୍ତ ଭାରତ-ବିକଶିତ ଭାରତ’’ ବିଷୟବସ୍ତୁର ବାର୍ତ୍ତା ବହନ କରୁଥିବା ପ୍ଲାକାର୍ଡ ଧରି ସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଦୁର୍ନୀତି ନିରାକରଣ ପାଇଁ ବାର୍ତ୍ତା ପ୍ରଚାର କରାଯାଇଥିଲା।
![](https://static.pib.gov.in/WriteReadData/userfiles/image/WhatsAppImage2022-11-03at15.17.51P5GF.jpeg)
![](https://static.pib.gov.in/WriteReadData/userfiles/image/WhatsAppImage2022-11-03at15.17.533RU9.jpeg)
![](https://static.pib.gov.in/WriteReadData/userfiles/image/WhatsAppImage2022-11-03at15.17.49AFDM.jpeg)
*******
P.S.
(Release ID: 1873460)
Visitor Counter : 181