ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ
ପ୍ରେସ୍ ଟିପ୍ପଣୀ
Posted On:
28 OCT 2022 10:01PM by PIB Bhubaneshwar
ଭିନ୍ନକ୍ଷମ ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ରୋଜଗାର ମହାନିର୍ଦେଶାଳୟ (ଡିଜିଇ), ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଦ୍ଵାରା ଏକ ଛୋଟ ନିଯୁକ୍ତି ମେଳାର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ରାଜ୍ୟର ବିଭିନ୍ନ ସ୍ଥାନରୁ ସମସ୍ତ ପ୍ରାର୍ଥୀ ମାନେ (ଉଭୟ ଭିନ୍ନକ୍ଷମ ଏବଂ ଅଣ ଭିନ୍ନକ୍ଷମ) ଏନ.ସି.ଏସ.ସି.ଡି.ଏ କାର୍ଯ୍ୟାଳୟ ପରିସରରେ ଏହି ନିଯୁକ୍ତି ମେଳାରେ ଭାଗ ନେଇଥିଲେ| ଏହି ନିଯୁକ୍ତି ମେଳାରେ ଶ୍ରବଣ ଶକ୍ତି ବାଧିତ ଭିନ୍ନକ୍ଷମମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ପଦବୀ ଥିଲା।
ଏହି ନିଯୁକ୍ତି ମେଳାଟି ବିଭିନ୍ନ ନିଯୁକ୍ତିଦାତା ଯଥା ରିଲାୟେନ୍ସ ,ବୈଷ୍ଣବ ପ୍ଲାଷ୍ଟ ମାନଙ୍କ ସକ୍ରିୟ ସହଯୋଗରେ ସଫଳ ହୋଇଛି। ସେମାନେ ୬୧ଜଣ ଚାକିରି ଆଶାୟୀ ମାନଙ୍କର ଇଣ୍ଟରଭ୍ୟୁ ନେଇଥିଲେ, ସେଥି ମଧ୍ୟରୁ ୨୬ଜଣ ପ୍ରାର୍ଥୀ (ଭିନ୍ନକ୍ଷମ ସହିତ) ସର୍ଟଲିଷ୍ଟ ହୋଇଛନ୍ତି।ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରୁ ଯଥା ଲଜିଷ୍ଟିକ, ରିଟେଲ ସେଲ୍ସ ଏକ୍ଜ୍ଯୁକିଟିଭ , ମାର୍କେଟିଙ୍ଗ, ସେଲ୍ସ, ଆଦି ପ୍ରାୟ ୬୦ରୁ ଅଧିକ ପଦବୀ ପାଇଁ ୨ ଟି କମ୍ପାନି ରିଲାୟେନ୍ସ ଏବଂ ବୈଷ୍ଣବ ପ୍ଲାଷ୍ଟ ମାନେ ଯୋଗଦେଇଛନ୍ତି।
NCSCDA ର କାର୍ଯ୍ୟାଳୟର ମୁଖ୍ୟ/ମନୋବିଜ୍ଞାନୀ ଶ୍ରୀମତୀ ସୋନାଲିକା ସୁମନ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ନିଯୁକ୍ତିଦାତା ଏବଂ ଚାକିରି ଆଶାୟୀ ପାର୍ଥିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ସେମାନଙ୍କ ସଂଗଠନ ପାଇଁ ଅଧିକରୁ ଅଧିକ PWD ନିଯୁକ୍ତି ଦେବା ପାଇଁ ନିଯୁକ୍ତିଦାତା ମାନଙ୍କୁ ଉତ୍ସାହିତ କରିଥିଲେ | ପ୍ରତ୍ୟେକ ସଂଗଠନରେ ଅନ୍ତର୍ଭୂକ୍ତ କର୍ମକ୍ଷେତ୍ର ନିଶ୍ଚିତ କରିବାକୁ ଏହି କେନ୍ଦ୍ର ଦ୍ୱାରା ଆୟୋଜିତ ହେବାକୁ ଥିବା ଭବିଷ୍ୟତର ଚାକିରି ମେଳାରେ ଅଂଶଗ୍ରହଣ କରିବାକୁ ଶ୍ରୀମତୀ ସୋନାଲିକା ସେମାନଙ୍କୁ ଅନୁରୋଧ କରିଥିଲେ |
LR
(Release ID: 1871715)
Visitor Counter : 99