ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ସମ୍ବଲପୁର ଠାରେ ରେଳ ମଣ୍ଡଳ ସ୍ତରୀୟ ସମ୍ମାନୀୟ ସାଂସଦ ମାନଙ୍କ ବୈଠକ |


Covid19 ମହାମାରୀ ସମୟରେ ରେଳବାଇର ମହତ୍ଵପୂର୍ଣ୍ଣ ଭୂମିକା ପାଇଁ ମାନ୍ୟବର ସାଂସଦମାନେ ପ୍ରଶଂସା କରିଥିଲେ |

ସମ୍ବଲପୁର ଷ୍ଟେସନର ବିକାଶକୁ ମଧ୍ୟ ପ୍ରଶଂସା କରାଯାଇଥିଲା |

ମାନ୍ୟବର ସାଂସଦଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ରେଳ ବିକାଶ ପ୍ରସଙ୍ଗରେ ଅନେକ ଗଠନମୂଳକ ଚିନ୍ତାଧାରା, ମୂଲ୍ୟବାନ ପରାମର୍ଶ ଏବଂ ଜନସାଧାରଣଙ୍କ ଦାବି ଉପରେ ଆଲୋଚନା କରାଯାଇଥିଲା |

Posted On: 14 OCT 2022 5:36PM by PIB Bhubaneshwar

ରେଳବାଇ ବିଷୟବସ୍ତୁ ସମ୍ବନ୍ଧରେ ଆଜି ସମ୍ବଲପୁର ଠାରେ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବଲପୁର ରେଳ ମଣ୍ଡଳ ପରିସୀମା ଅନ୍ତର୍ଗତ ସମ୍ମାନୀୟ ସାଂସଦ ମାନଙ୍କ ସହିତ ରେଳମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି | ସମ୍ମାନନୀୟ ସାଂସଦ ଶ୍ରୀ ସୁରେଶ ପୂଜାରୀ, ନିରଞ୍ଜନ ବିଶି, ସପ୍ତଗିରି ଶଙ୍କର ଉଲ୍ଲାକା, ବସନ୍ତ କୁମାର ପଣ୍ଡା ଏବଂ ନୀତେଶ ଗଙ୍ଗଦେବ ପ୍ରମୁଖ ଏହି ବୈଠକ ରେ ଯୋଗଦାନ କରିଥିଲେ | ବଲାଙ୍ଗୀର ସାଂସଦଙ୍କ ପ୍ରତିନିଥି ଶ୍ରୀ ରାଜେଶ ଅଗ୍ରୱାଲ ଏବଂ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାରଙ୍କ ପ୍ରତିନିଧି ଶ୍ରୀ ସୁମିତ କୁମାର ରାଉତ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ |  

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବଙ୍କ ସହିତ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ଏବଂ ସମ୍ବଲପୁର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଭିନୀତ ସିଂହ ଏହି ବୈଠକ ରେ ମଧ୍ୟ ଉପସ୍ଥିତ ଥିଲେ | ବହୁ ଗଠନମୂଳକ ଚିନ୍ତାଧାରା, ମୂଲ୍ୟବାନ ଉପଦେଶ ଏବଂ ରେଳବାଇ ସମ୍ବନ୍ଧରେ ସାର୍ବଜନୀନ ଦାବିଗୁଡିକ ସମ୍ମାନୀୟ ସାଂସଦ ମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା | ଏଗୁଡିକ ହେଲା - ରେଳବାଇ ନେଟୱର୍କର ଉନ୍ନତିକରଣ ପ୍ରସଙ୍ଗ, ଜନସାଧାରଣଙ୍କ ଆକାଂକ୍ଷା ଓ ଦାବି ଏବଂ ପୂର୍ବତଟ ରେଳପଥର କାର୍ଯ୍ୟ ପ୍ରଣାଳୀ ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା | କୋଭିଡ଼୧୯ ମହାମାରୀ ସମୟରେ ରେଳବାଇର ମହତ୍ଵପୂର୍ଣ୍ଣ ଭୂମିକା ପାଇଁ ମାନ୍ୟବର ସାଂସଦମାନେ ରେଳବାଇକୁ ମଧ୍ୟ ପ୍ରଶଂସା କରାଯାଇଥିଲା |

ସାଂସଦଙ୍କ ଦାବି ବ୍ୟତୀତ, ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଗୁଡିକର ଯୋଜନା କରାଯାଉଛି ଏବଂ ସମ୍ବଲପୁର ରେଳ ମଣ୍ଡଳ ଅଧୀନରେ ଅନେକ ଗୁଡିଏ ଉନ୍ନତିମୂଳକ କାର୍ଯ୍ୟ ଚାଲୁରହିଛି ଚାଲିଛି | ସମ୍ବଲପୁର ଷ୍ଟେସନ ସମେତ ରେଳ ମଣ୍ଡଳ ମଧ୍ୟରେ ନଅଗୋଟି ଷ୍ଟେସନର ଉନ୍ନତିକରଣ ପାଇଁ ଯୋଜନା କରାଯାଇଛି | 

ସମ୍ବଲପୁର ରେଳ ଷ୍ଟେସନର ବିକାଶ ଶୀଘ୍ର ଶେଷ ହେବ | ଏହି ବିକାଶମୂଳକ କାର୍ଯ୍ୟ ମଧ୍ୟରେ ୱେଟିଂ ହଲ୍ ଏବଂ ଭିଆଇପି ଲାଉଞ୍ଜ, ଆରସିସି ଡ୍ରେନ୍ ସହିତ ବିଟୁମେନ ଟପ୍ ରୋଡ୍, ପାଥୱେ, ପୋର୍ଟିକୋ କଭର୍ ଶେଡ୍, ଏଣ୍ଟ୍ରି ଏବଂ ଏକ୍ଜିଟ୍ ଗେଟ୍, ପାର୍କିଂ ଲଟ୍, ବିଦ୍ୟମାନ ଷ୍ଟେସନ ବିଲ୍ଡିଂର ନବୀକରଣ, ଷ୍ଟେସନ ସଂଲଗ୍ନ ବିସ୍ତୃତ ଅଞ୍ଚଳରେ ବଗିଚା ଏବଂ ଲ୍ୟାଣ୍ଡସ୍କିପିଙ୍ଗ କାର୍ଯ୍ୟ, ଷ୍ଟେସନର ଇଲେକ୍ଟ୍ରିକାଲ୍ କାମ ଯେପରିକି ସର୍କୁଲାର କ୍ଷେତ୍ରର ଆଲୋକ ଓ ଅନ୍ୟାନ୍ୟ ଯାତ୍ରୀ ସୁବିଧା ଏବଂ ସିଗନାଲ୍ ଏବଂ ଟେଲିକମ୍ ଯୋଗାଯୋଗ କାର୍ଯ୍ୟ ଗୁଡିକ ଅନ୍ତର୍ଭୁକ୍ତ କରାଯିବ |

LR



(Release ID: 1867824) Visitor Counter : 97


Read this release in: English