ରେଳ ମନ୍ତ୍ରଣାଳୟ
azadi ka amrit mahotsav g20-india-2023

ରେଳବାଇ ପକ୍ଷରୁ ସିଆଲଦା ଓ ପୁରୀ ମଧ୍ୟରେ ଚାଲିବ ପୂଜା ସ୍ପେଶାଲ ଟ୍ରେନ

Posted On: 15 SEP 2022 1:50PM by PIB Bhubaneshwar

ପାର୍ବଣ ଋତୁରେ ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବ ରେଲବାଇ ପକ୍ଷରୁ ସିଆଲଦା ଓ ପୁରୀ ମଧ୍ୟରେ ପୂଜା ସ୍ପେଶାଲ ଟ୍ରେନ ଚଲାଇବା ପାଇଁ ବ୍ୟବସ୍ଥା ହୋଇଛି ।  

୦୩୧୦୧ ସିଆଲଦା-ପୁରୀ ପୂଜା ସ୍ପେଶାଲ ଅକ୍ଟୋବର ୧,୨୦୨୨ରୁ ଅକ୍ଟୋବର ୨୯,୨୦୨୨ ମଧ୍ୟରେ (୫ ଟ୍ରିପ) ପ୍ରତି ଶନିବାର ରାତି ୧୧.୫୦ରେ ସିଆଲଦାରୁ ବାହାରି ପରଦିନ ପୁରୀ ଠାରେ ସକାଳ ୯.୩୫ରେ ପହଞ୍ଚିବ ଓ ୦୩୧୦୨ ପୁରୀ- ସିଆଲଦା ପୂଜା ସ୍ପେଶାଲ ଅକ୍ଟୋବର ୨,୨୦୨୨ରୁ ଅକ୍ଟୋବର ୩୦,୨୦୨୨ ମଧ୍ୟରେ (୫ ଟ୍ରିପ) ପ୍ରତି ରବିବାର ପୁରୀ ଠାରୁ ଅପରାହ୍ନ ୩.୫୦ରେ ବାହାରି ପରଦିନ ରାତି ୨ଟାରେ ସିଆଲଦାରେ ପହଞ୍ଚିବ । 

ଏହି ସ୍ପେଶାଲ ଟ୍ରେନ ଉଭୟ ଦିଗରେ ଭଟ୍ଟନଗର, ଆନ୍ଦୁଲ, ଖଡଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର କେଉଁଝର ରୋଡ, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରୋଡ ଷ୍ଟେସନରେ ଅଟକିବ ।

ସେପ୍ଟେମ୍ବର ୧୭, ୨୦୨୨ ଠାରୁ ପିଆରଏସ ଓ ଇଣ୍ଟରନେଟ ମାଧ୍ୟମରେ ୦୩୧୦୧ ସିଆଲଦା-ପୁରୀ ପୂଜା ସ୍ପେଶାଲ ଟ୍ରେନ ପାଇଁ ବୁକିଂ ଆରମ୍ଭ ହେବ । ଏହି ପୂଜା ସ୍ପେଶାଲ ଟ୍ରେନ ପାଇଁ ସାଧାରଣ ଦେୟ ଠାରୁ ଅତିରିକ୍ତ ସ୍ୱତନ୍ତ୍ର ଦେୟ ନିଆଯିବ । ଏହି ଟ୍ରେନରେ କୌଣସି ରିହାତିଯୋଗ୍ୟ ବୁକିଂ ହେବ ନାହିଁ । ତତ୍କାଳ କୋଟା ମଧ୍ୟ ଉପଲବ୍ଧ ହେବ ନାହିଁ ।  

 

SR



(Release ID: 1859683) Visitor Counter : 156


Read this release in: English