ସ୍ଵତନ୍ତ୍ର ସେବା ଓ ଫିଚର
azadi ka amrit mahotsav

ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଦେଶବାସୀଙ୍କୁ ୭୬ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଅମୃତ କାଳରେ ବିକଶିତ ଭାରତ ପାଇଁ ସମ୍ଭାବ୍ୟ ଉଦ୍ୟମ କରିବାକୁ ଆହ୍ୱାନ

प्रविष्टि तिथि: 15 AUG 2022 3:30PM by PIB Bhubaneshwar

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ନିଜ ସରକାରୀ ବାସଭବନ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।  

ପରିବାର ସଦସ୍ୟ ଏବଂ ଦେଶର ଯବାନଙ୍କ ସହ ଶ୍ରୀ ପ୍ରଧାନ ଆଜିର ଦିବସକୁ ପାଳନ କରିଛନ୍ତି । ଦେଶବାସୀଙ୍କୁ ୭୬ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଆମର ତ୍ରିରଙ୍ଗା ସର୍ବଦା ଉଚ୍ଚରେ ଉଡ଼ୁ । ଅମୃତ କାଳରେ ସବୁ ସୁଯୋଗକୁ ହାତେଇବା ସହ ବିକଶିତ ଭାରତ ପାଇଁ ସମସ୍ତେ ନିଜ ସମ୍ଭାବ୍ୟ ଉପାୟରେ ସବୁ ପ୍ରକାର ଉଦ୍ୟମ କରିବାକୁ ଦେଶବାସୀଙ୍କୁ ଟ୍ୱିଟ୍ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି ।   

***


(रिलीज़ आईडी: 1852034) आगंतुक पटल : 157