ରେଳ ମନ୍ତ୍ରଣାଳୟ

ପୂର୍ବତଟ ରେଳପଥ ପକ୍ଷରୁ ବିଭାଜନ ବିଭୀଷିକା ସ୍ମରଣ ଦିବସ ପାଳନ


ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ, ଭାରତ ସରକାର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ

ଭୁବନେଶ୍ୱର ରେଳ ଷ୍ଟେସନରେ ବିଭାଜନ ବିଭୀଷିକାର ସ୍ମରଣ ଦିବସରେ ଏକ ପ୍ରଦର୍ଶନୀ ଆୟୋଜିତ

ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

Posted On: 14 AUG 2022 4:47PM by PIB Bhubaneshwar

ଭାରତର ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖକୁ ସାମ୍ନାକୁ ଆଣିବା ପାଇଁ ସମଗ୍ର ଦେଶ 14 ଅଗଷ୍ଟ 2022 ରେ ଦେଶ ବିଭାଜନ ସମୟର ବିଭୀଷିକାକୁ ସ୍ମରଣ ଦିବସ ଭାବେ ପାଳନ କରୁଛି | ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କର ଗତ ସ୍ୱାଧୀନତା ଦିବସ ଭାଷଣରେ "ବିଭାଜନ ବିଭୀଷିକା ସ୍ମରଣ ଦିବସ " ପାଳନ କରିବାକୁ ଘୋଷଣା କରିଥିଲେ | 

ବିଭାଜନ ସମୟରେ ବିସ୍ଥାପିତ ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ଦୁଖଦଃ ଓ ଦାରୁଣ ମାନସିକ ଯନ୍ତ୍ରଣାକୁ ସାମ୍ନାକୁ ଆଣିବା ପାଇଁ ବିଭାଜନ ସମୟର ଭୟାବହକୁ ସ୍ମରଣ କରିବା ପାଇଁ ଏହି ସ୍ମରଣ ଦିବସ ଧାର୍ଯ୍ୟ କରାଯାଇଛି | ଗତ ଶତାବ୍ଦୀରେ ମାନବ ଜନସଂଖ୍ୟାର ସର୍ବ ବୃହତ ବିସ୍ଥାପନ ଦେଶ ସ୍ୱାଧୀନତା ସମୟରେ କରାଯାଇଥିଲା ଯାହାକି ବହୁ ସଂଖ୍ୟକ ଲୋକଙ୍କ ଜୀବନ ହାନି ଘଟିଥିଲା |   


ଭୁବନେଶ୍ୱର ରେଳ ଷ୍ଟେସନରେ ଆୟୋଜିତ ସମାରୋହରେ ଯୋଗଦାନ କରି ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଜନ ଦିବସରେ ଘଟିଥିବା ଦୁଃଖଦ ଘଟଣା ବିଷୟରେ କିବା ସହିତ ଯୁବପିଢ଼ି ମାନଙ୍କ ମଧ୍ୟରେ ଏହାର ପ୍ରସାର କରିବା ଓ ସେହିସମୟର ସ୍ମରଣୀୟ ବିଭିଷୀକାକୁ ଜାଣିବାକୁ କହିଥିଲେ | 
 

ଅନ୍ୟତମ ଅତିଥି ଭାବେ ଯୋଗଦାନ କରି ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ତାଙ୍କର ବକ୍ତବ୍ୟରେ କହିଲେ ଯେ ଯୁବସମାଜ ବିଭାଜନ ସମୟର ଦୁଖଦଃ ବିଭୀଷିକା ସମ୍ବନ୍ଧରେ ଜ୍ଞାନ ଆହାରଣ କରିବା ଏହି ଦିବସ ପାଳନର ମୁଖ୍ୟ କାରଣ ଅଟେ | 


ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନରେ ଆୟୋଜିତ ପ୍ରଦର୍ଶନୀକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଧାନ ଉଦ୍ଘାଟନ କରିବା ସହ ପ୍ରଦର୍ଶନୀ ବୁଲି ତେଖିଥିଲେ ଯେଉଁଥିରେ ଦେଶ ବିଭାଜନ ସମୟର ବିଭିଷୀକାକୁ ଫଟଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା |  ଏହା ବ୍ୟତୀତ ପୁରୀ, ଭୁବନେଶ୍ୱର, ସମ୍ବଲପୁର ଏବଂ ବିଶାଖାପାଟନମ୍ ରେଳ ଷ୍ଟେସନ ସମେତ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ୩୭ଟି ରେଳ ଷ୍ଟେସନ ଠାରେ ବିଭାଜନ ଭୟାବହତା ଉପରେ ପ୍ରଦର୍ଶନୀ ମଧ୍ୟ ଆୟୋଜିତ କରାଯାଇଥିଲା |

ଏହି ଅବସରରେ ଶ୍ରୀ ପ୍ରଧାନଙ୍କ ଦ୍ୱାରା ଦୁଇଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା | ଉଭୟ ସ୍ୱାଧୀନତା ସଂଗ୍ରାମୀ ଶ୍ୟାମ ସୁନ୍ଦର ବେହେରା ଏବଂ ରାମହରୀ ଗୋସ୍ୱାମୀ ମଧ୍ୟ ବିଭାଜନ ସମୟର ବିଭୀଷିକା ସମ୍ବନ୍ଧରେ ସେମାନଙ୍କର ଅଭିଜ୍ଞତାକୁ ବଖାଣିଥିଲେ |


ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବସ୍ତାବ ଏହି ଅବସରରେ ଯୋଗଦାନ କରିଥିବାବେଳେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ |

***



(Release ID: 1851813) Visitor Counter : 171


Read this release in: English