ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ସ୍ୱରାଜ – ଭାରତର ସ୍ୱାଧୀନତା ସଂଗ୍ରାମର ସମଗ୍ର ଗାଥା

प्रविष्टि तिथि: 12 AUG 2022 5:04PM by PIB Bhubaneswar

ପୃଷ୍ଠଭୂମି

  • ‘ସ୍ୱରାଜ – ଭାରତର ସ୍ୱାଧୀନତା ସଂଗ୍ରାମର ସମଗ୍ର ଗାଥା’, ୭୫ ଅଧ୍ୟାୟ ବିଶିଷ୍ଟ ଏହି ଧାରାବାହିକ ଦୂରଦର୍ଶନର ଡିଡି ନେଶନାଲ ଚାନେଲରେ ୧୪ ଅଗଷ୍ଟ ଠାରୁ ପ୍ରସାରିତ ହେବ, ପ୍ରତି ରବିବାର ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମର ମହାନାୟକଙ୍କ ବଳିଦାନ ବିଷୟରେ ଅନେକ ଆଲୋଚିତ – ଅନାଲୋଚିତ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏ ଧାରାବାହିକ
  • ଏ ଧାରାବାହିକକୁ ନଅଟି ଆଞ୍ଚଳିକ ଭାଷା ଏବଂ ଇଂରାଜୀରେ ଡବିଂ କରାଯାଉଛି ଆଞ୍ଚଳିକ ଭାଷାରେ ଧାରାବାହିକର ପ୍ରସାରଣ ଅଗଷ୍ଟ ୨୦ ତାରିଖ ଠାରୁ ରାତି ୯ଟାରୁ ୧୦ଟା ମଧ୍ୟରେ ଦୂରଦର୍ଶନର ଆଞ୍ଚଳିକ ଚାନେଲରେ କରାଯିବ ଏସବୁ ଭାଷା ହେଲା – ତାମିଲ, ତେଲୁଗୁ, କନ୍ନଡ଼, ମାଲାୟଲମ, ମରାଠୀ, ଗୁଜରାଟୀ, ଓଡ଼ିଆ, ବଙ୍ଗଳା ଏବଂ ଅହମୀୟା
  • ଏ ଧାରାବାହିକକୁ ଅଗଷ୍ଟ ୨୦ ତାରିଖ ଠାରୁ ଆକାଶବାଣୀର ବିଭିନ୍ନ କେନ୍ଦ୍ର ଦ୍ବାରା ପ୍ରତ୍ୟେକ ଶନିବାର ଦିନ ୧୧ଟାରୁ ମଧ୍ୟ ପ୍ରସାରଣ କରାଯିବ,
  • ସପ୍ତାହ ସମୟରେ ଅଧ୍ୟାୟଗୁଡ଼ିକୁ ପୁନଃପ୍ରସାରଣ କରାଯିବ
  • ଧାରାବାହିକକୁ ନେଇ ଗଭୀର ଗବେଷଣା କରାଯାଇଛି
  • ଏ ଧାରାବାହିକ ନିର୍ମାଣ 4K/HD ଉଚ୍ଚ ଗୁଣବତ୍ତାରେ କରାଯାଇଛି
  • ଏ ଧାରାବାହିକର ଆରମ୍ଭ ସେହି ସମୟରୁ ହୋଇଛି ଯେତେବେଳେ ୧୪୯୮ରେ ଭାସ୍କୋ-ଡା-ଗାମା ଭାରତ ମାଟିରେ ପାଦ ଥାପିଥିଲେ ଏହାପରେ ପର୍ତ୍ତୁଗାଲ, ଫରାସୀ, ଡଚ ଏବଂ ଇଂରେଜମାନେ ଭାରତରେ ଉପନିବେଶ ପ୍ରତିଷ୍ଠା କରିବା ଲାଗି ପ୍ରୟାସ କରିଥିଲେ ସେ ସମୟ ଠାରୁ ଆରମ୍ଭ କରି ଭାରତ ସ୍ୱାଧୀନ ହେବା ପର୍ଯ୍ୟନ୍ତ ସମୟର ସଂଘର୍ଷ ଏବଂ ଆମ ସ୍ୱାଧୀନତାର ନାୟକମାନଙ୍କ ଗୌରବ କଥା ଏ ଧାରାବାହିକରେ ପ୍ରଦର୍ଶିତ ହେବ
  • ବିଶେଷ କଥା ହେଉଛି ଏହାର କାହାଣୀରେ କେବଳ ମଙ୍ଗଲ ପାଣ୍ଡେ, ରାଣୀ ଲକ୍ଷ୍ମୀବାଈ ଏବଂ ଭଗତ ସିଂହଙ୍କ ଭଳି ପରିଚିତ ନାୟକଙ୍କ କାହାଣୀ ସାମିଲ ନାହିଁ ବରଂ ଅନେକ ଅନାଲୋଚିତ ନାୟକନାୟିକଙ୍କୁ ନେଇ ପ୍ରସ୍ତୁତ ହୋଇଛି ଏହାର ବିଷୟବସ୍ତୁ ରାଣୀ ଅବକ୍କା, ବକ୍ସି ଜଗବନ୍ଧୁ, ତିରୋତ ସିଂହ, ସିଦ୍ଧୋ କାହ୍ନୋ ମୁର୍ମୁ, ଶିବପ୍ପା ନାୟକ, କାହ୍ନୋ ଜୀ ଆଙ୍ଗ୍ରେ, ରାଣୀ ଗାଇଦିନ୍ଲୁ ଏବଂ ତିଲକା ମାଞ୍ଝୀଙ୍କ ଭଳି ବୀର ଯୋଦ୍ଧାଙ୍କ କାହାଣୀ ବର୍ଣ୍ଣିତ ହୋଇଛି ଯେଉଁମାନଙ୍କ ବଳିଦାନ ଅନାଲୋଚିତ-ବିସ୍ମୃତ ହୋଇ ରହିଯାଇଛି
  • ଏ ଧାରାବାହିକରେ ରହିଛି ସ୍ୱାଧୀନତାର ଗୌରବ ଗାଥା କେବଳ ଇଂରେଜମାନଙ୍କ ଅତ୍ୟାଚାର ବିରୋଧରେ ଉଠିଥିବା ସ୍ୱରର କାହାଣୀ ନୁହେଁ ବରଂ ସୁନାର ଭାରତକୁ ଶୋଷଣ କରିଥିବା ଫରାସୀ, ଡଚ୍‌ ଓ ପର୍ତ୍ତୁଗାଲ ଉପନିବେଶବାଦର ଅନ୍ୟାୟ କାହାଣୀ ଏଥିରେ ବର୍ଣ୍ଣିତ ଯେଉଁ ନାୟକମାନେ ଉପନିବେଶବାଦୀଙ୍କ ବିରୋଧରେ ବିଦ୍ରୋହ କରିଥିଲେ ସେମାନଙ୍କ ଅକୁହା କାହାଣୀ ଏ ଧାରାବାହିକ ମାଧ୍ୟମରେ ପହଞ୍ଚିବ ଦର୍ଶକଙ୍କ ନିକଟରେ
  • ଏହା ବ୍ୟତୀତ ଡିଡି ନେଶନାଲରେ ଦେଖିବାକୁ ମିଳିବ ଚାରିଟି ନୂଆ ଧାରାବାହିକ  ମହିଳାଙ୍କ ସଶକ୍ତିକରଣ ଉପରେ ଆଧାରିତ ‘‘କର୍ପୋରେଟ୍‌ ସରପଞ୍ଚ’’ ଦେଶ ପ୍ରେମ ଉପରେ ଆଧାରିତ ‘‘ୟେ ଦିଲ ମାଂଗେ ମୋର’’ ଏବଂ ‘‘ଜୟ ଭାରତୀ’’ ଦୂରଦର୍ଶନରେ ପ୍ରସାରିତ ହେବ ‘‘ସ୍ୱରର ଏକଲବ୍ୟ’’ ଏକ ସଙ୍ଗୀତ ରିୟଲିଟୀ ଶୋ’ ଏବଂ ଏହା ବପ୍ପି ଲାହିରୀଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଏସବୁ ଧାରାବାହିକ ଡିଡି ନେଶନାଲରେ ପ୍ରାଇମ ଟାଇମରେ ପ୍ରଦର୍ଶିତ ହେବ
  • ‘‘ଷ୍ଟାର୍ଟ ଅପ୍‌ ଚାମ୍ପିଅନ୍ସ 2.0’’ରେ ୪୬ଟି ଜାତୀୟ ପୁରସ୍କାର ପ୍ରାପ୍ତ ଷ୍ଟାର୍ଟଅପ୍‌ର ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ପ୍ରତି ଶନିବାର ରାତି ୯ଟାରେ ଡିଡି ନ୍ୟୁଜରେ ଏବଂ ପ୍ରତି ରବିବାର ଦିନ ୧୨ଟାରେ ଡିଡି ନେଶନାଲରେ ଏ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ ଡିଡି ଇଣ୍ଡିଆରେ ଏହାର ଇଂରାଜୀ ସଂସ୍କରଣ ଶନିବାର ୧୦ଟା ବେଳେ ଦର୍ଶକମାନେ ଦେଖିବାକୁ ପାଇବେ

 

***

 

 

 

 


(रिलीज़ आईडी: 1851279) आगंतुक पटल : 109
इस विज्ञप्ति को इन भाषाओं में पढ़ें: Odia