ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
ମୁମ୍ବାଇଠାରେ ଫିଟ୍ ଇଣ୍ଡିଆ କୁଇଜ୍ର ରାଜ୍ୟ ସ୍ତରୀୟ ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର
ମହାରାଷ୍ଟ୍ରର ପି ଜି ଗାରୋଡିଆ ବିଦ୍ୟାଳୟର ତନୟ ଚୌତମ ଶେଠ ଏବଂ ଆକାଶ ବିଶ୍ୱନାଥ ବିଜେତା ହୋଇଛନ୍ତି
प्रविष्टि तिथि:
21 JUL 2022 7:15PM by PIB Bhubaneshwar
ଆଜି ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ମୁମ୍ବାଇରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ସମାରୋହରେ ଫିଟ୍ ଇଣ୍ଡିଆ କୁଇଜ୍ର ରାଜ୍ୟ ସ୍ତରୀୟ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଦେଶର ୭୨ ଜଣ ଛାତ୍ରଛାତ୍ରୀ ଏବଂ ୩୬ ଟି ବିଦ୍ୟାଳୟକୁ ନଗଦ ପୁରସ୍କାର ବାବଦରେ ୯୯ ଲକ୍ଷ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ୨୦୨୨ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ହୋଇଥିବା ରାଜ୍ୟ ରାଉଣ୍ଡରେ ୩୬୦ ଟି ବିଦ୍ୟାଳୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।



ବିଜେତାମାନଙ୍କୁ ସମ୍ବୋଧିତ କରି ଶ୍ରୀ ଠାକୁର କହିଛନ୍ତି: ଫିଟ୍ ଇଣ୍ଡିଆ ଆନ୍ଦୋଳନ, ଫିଟ୍ ଇଣ୍ଡିଆ ସ୍କୁଲ୍ ସପ୍ତାହ, ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍, ଫିଟ୍ ଇଣ୍ଡିଆ ସାଇକ୍ଲୋଥନ୍ ଏବଂ ଅନ୍ୟାନ୍ୟ ଅନେକ ପଦକ୍ଷେପ ଏବଂ ଫିଟନେସ୍ ଅଭିଯାନ ସହିତ ଗତି ସଂଗ୍ରହ କରିଛି । ଏହି ବିଶାଳ ଅଭିଯାନରେ ୯.୦୩ କୋଟି ଲୋକ ଅଂଶଗ୍ରହଣ କରିଛନ୍ତି ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଫିଟ୍ ଇଣ୍ଡିଆ କୁଇଜ୍ ଫିଟ୍ ଇଣ୍ଡିଆ ଆନ୍ଦୋଳନକୁ ପ୍ରୋତ୍ସାହିତ କରିବ, କ୍ରୀଡା ଏବଂ ଫିଟନେସ୍ ଉପରେ ସଚେତନତା ସୃଷ୍ଟି କରିବ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟ ଅନୁଯାୟୀ ଏକ ସୁସ୍ଥ ଏବଂ ଫିଟ୍ ଇଣ୍ଡିଆ ସୃଷ୍ଟି କରିବ । ଆପଣଙ୍କ ମଧ୍ୟରୁ ପ୍ରତ୍ୟେକ ବର୍ତ୍ତମାନ କ୍ରୀଡ଼ା ଏବଂ ଫିଟନେସର ରାଷ୍ଟ୍ରଦୂତ ବୋଲି ଦର୍ଶାଇ ମନ୍ତ୍ରୀ ଛାତ୍ରମାନଙ୍କୁ ଫିଟ୍ ଇଣ୍ଡିଆ ମୋବାଇଲ୍ ଆପ୍ ରେ ବିସ୍ତାର କରିବାକୁ ଅନୁରୋଧ କରିଥିଲେ ।
କେନ୍ଦ୍ରମନ୍ତ୍ରୀ ମନେ ପକାଇଛନ୍ତି ଯେ ଭାରତକୁ ଏକ ଫିଟ୍ ଏବଂ ସୁସ୍ଥ ରାଷ୍ଟ୍ର ଭାବେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ \"ଇଣ୍ଡିଆ ଆନ୍ଦୋଳନ\' ଆରମ୍ଭ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଖେଲୋ ଇଣ୍ଡିଆ ଏବଂ ଫିଟ୍ ଇଣ୍ଡିଆ ଭାରତର ସବୁଠାରୁ ସଫଳ ଅଭିଯାନ ମଧ୍ୟରେ ସ୍ଥାନ ପାଇଛି । ମନ୍ତ୍ରୀ ଛାତ୍ରମାନଙ୍କୁ କେବଳ ସେମାନଙ୍କ କ୍ୟାରିୟର ପାଠପଢା ବିଷୟରେ ନୁହେଁ, ବରଂ ସେମାନେ ଦେଶର ବିକାଶରେ ସହଯୋଗ କରିବାକୁ ଚାହୁଁଥିବା କ୍ଷେତ୍ର ବିଷୟରେ ମଧ୍ୟ ଚିନ୍ତା କରିବାକୁ କହିଥିଲେ । ଆଜାଦି କା ଅମୃତ ମହୋତ୍ସବର ଚାଲିଥିବା ଉତ୍ସବ ବିଷୟରେ ସେ ଛାତ୍ରମାନଙ୍କୁ ସ୍ମରଣ କରାଇ ଦେଇଛନ୍ତି ଯେ ଆମକୁ କେବଳ ଆମର ଅଧିକାର ନୁହେଁ, ସମ୍ବିଧାନରେ ଦିଆଯାଇଥିବା ଦାୟିତ୍ୱ ବିଷୟରେ ମଧ୍ୟ ଚିନ୍ତା କରିବା ଆବଶ୍ୟକ ।
ଭାରତର ସମୃଦ୍ଧ ଖେଳ ଇତିହାସ ବିଷୟରେ ଛାତ୍ରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଫିଟ୍ ଇଣ୍ଡିଆ କୁଇଜ୍ ପ୍ରାଥମିକ ରାଉଣ୍ଡରେ ୩୬,୨୯୯ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଦେଖିଛି ଯେଉଁଠାରେ ଜାତୀୟ ପରୀକ୍ଷଣ ଏଜେନ୍ସି (ଏନ୍ଟିଏ) ଦ୍ୱାରା ଆୟୋଜିତ ଏକ ପ୍ଲାଟଫର୍ମରେ ୧୩,୫୦୦ ବିଦ୍ୟାଳୟ ଅନଲାଇନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏଥିମଧ୍ୟରୁ ୩୬୦ ଟି ମନୋନୀତ ବିଦ୍ୟାଳୟ ରାଜ୍ୟ ରାଉଣ୍ଡରେ ପ୍ରତିଯୋଗୀ ହୋଇଥିଲେ । କ୍ୱାର୍ଟର ଫାଇନାଲ ଏବଂ ସେମିଫାଇନାଲ ରାଉଣ୍ଡର ଏକ ସିରିଜ ପରେ, ୩୬ ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ଚୂଡାନ୍ତ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଫାଇନାଲରେ ଅଂଶଗ୍ରହଣ ପାଇଁ ଚିହ୍ନଟ କରାଯାଇଛି ।
ମହାରାଷ୍ଟ୍ରରୁ ପି ଜି ଗାରୋଡିଆ ସ୍କୁଲ (ଆଇସିଏସ୍ଇ)ର ତନୟ ଗୌତମ ଶେଠ ଏବଂ ଆକାଶ ବିଶ୍ୱନାଥ ଫିଟ୍ ଇଣ୍ଡିଆ କୁଇଜର ରାଜ୍ୟ ସ୍ତରୀୟ ଚାମ୍ପିଅନ୍ ପୁରସ୍କାର ପାଇଛନ୍ତି । ରାଜ୍ୟ ରାଉଣ୍ଡର ୩୬ ଟିମ (ପ୍ରତ୍ୟେକ ଦଳର ଦୁଇଜଣ ଛାତ୍ର) ଏବଂ ସେମାନଙ୍କ ବିଦ୍ୟାଳୟର ପ୍ରତିନିଧୀଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବା ସହିତ ବିଦ୍ୟାଳୟକୁ ୨,୫୦,୦୦୦ ଟଙ୍କା ପ୍ରଦାନ କରାଯାଇଛି ଏବଂ ଦୁଇ ଛାତ୍ରଙ୍କୁ ୧୨,୫୦୦ ଟଙ୍କା କରି ପୁରସ୍କାର ଦିଆଯାଇଛି ।
ନ୍ୟାସନାଲ ରାଉଣ୍ଡ ରେ ଫିଟ୍ ଇଣ୍ଡିଆ କୁଇଜ୍ ପାଇଁ ଚାମ୍ପିୟନ ସ୍କୁଲ କ୍ଷେତ୍ରରେ ପ୍ରଥମ ପୁରସ୍କାର ରାଶି ହେଉଛି ୨୫ ଲକ୍ଷ ଟଙ୍କା । ଛାତ୍ରମାନଙ୍କ ପାଇଁ (ପ୍ରତ୍ୟେକ ୧.୨୫ ଲକ୍ଷ ଟଙ୍କା) । ପ୍ରଥମ ରନର୍ସ ଅପ୍ ବିଦ୍ୟାଳୟ ପାଇଁ ୧୫ ଲକ୍ଷ ଟଙ୍କା ଏବଂ ୧.୫ ଲକ୍ଷ (ପ୍ରତ୍ୟେକ ଛାତ୍ରଙ୍କ ପାଇଁ ୭୫,୦୦୦ ଟଙ୍କା) ଏବଂ ଦ୍ୱିତୀୟ ରନର୍ସ ଅପ୍ ବିଦ୍ୟାଳୟ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ୧ ଲକ୍ଷ ଟଙ୍କା (ପ୍ରତ୍ୟେକ ଛାତ୍ରଙ୍କ ପାଇଁ ୫୦,୦୦୦) ମିଳିବ ବୋଲି ସୂଚନା ଦିଆଯାଇଛି ।
***
(रिलीज़ आईडी: 1843635)
आगंतुक पटल : 126