ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

ଢେଙ୍କାନାଳର ହିତାଧିକାରୀମାନଙ୍କୁ ମହୁ ଚାଷ ତାଲିମ୍ ଓ ଟୁଲ୍ କିଟ୍ ପ୍ରଦାନ

Posted On: 21 JUL 2022 3:13PM by PIB Bhubaneshwar

ହନି ମିଶନ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ସିଏସଆଇଆର – ନ୍ୟାସନାଲ୍ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏନବିଆରଆଇ) ରଜନୀଗନ୍ଧା, ଗେଣ୍ଡୁ, ମଲ୍ଲୀ ଫୁଲ ଚାରା ପ୍ରଦାନ କରୁଛି ଓ କେଭିଆଇସି ମହୁ ଫେଣା ସହିତ ମହୁମାଛି କଲୋନୀ, ଆଇରନ୍ ଷ୍ଟାଣ୍ଡ, ଟୁଲକିଟ୍ ପ୍ରଦାନ କରୁଛି । ଏଥି ସହିତ କେଭିଆଇସି ମହୁ ଚାଷ ପାଇଁ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର 6 ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ତାଲିମ ପ୍ରଦାନ କରିଛନ୍ତି। 

100 ମହୁ ଫେଣା ସହିତ ମହୁମାଛି କଲୋନୀ, ଆଇରନ୍ ଷ୍ଟାଣ୍ଡ ଓ 10 ସେଟର ଟୁଲକିଟ୍‌ କୁ ଆଜି ଢେଙ୍କାନାଳ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମର ମା ଜେନାଦେଇ ଏସଏଚଜିକୁ ପ୍ରଦାନ କରାଯାଇଛି। ଏହା ସହିତ 2000 ରଜନୀଗନ୍ଧା ଚାରା ମଧ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ସମୀର କୁମାର ମହାନ୍ତି, ଷ୍ଟେଟ ଡାଇରେକ୍ଟର, କେଭିଆଇସି, ଶ୍ରୀ ବି.ଏନ୍. ପଣ୍ଡା, ଆସିଷ୍ଟାଣ୍ଟ ଡାଇରେକ୍ଟର, କେଭିଆଇସି, ଡା. ଚନ୍ଦ୍ର ଶେଖର ମହାନ୍ତି, ସିନିୟର ପ୍ରିନସିପାଲ୍ ସାଇଣ୍ଟିଷ୍ଟ, ଡା. ସୌମିତ କୁମାର ବେହେରା, ସିଏସଆଇଆର - ନ୍ୟାସନାଲ୍ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏନବିଆରଆଇ), ଲକ୍ଷ୍ମୌ ର ପ୍ରିନ୍‌ସିପାଲ୍i ସାଇଣ୍ଟିଷ୍ଟ, ମିସ୍ ଗୀତାଶ୍ରୀ ପାଢ଼ୀ, ଡେପୁଟି ଡାଇରେକ୍ଟର, ହର୍ଟିକଲଚର ଢେଙ୍କାନାଳ, ଶ୍ରୀ ନିରୋଦ ଜେନା, ଡେପୁଟି ସିଇଓ, ଓରମାସ୍, ଢେଙ୍କାନାଳ ଓ ଶ୍ରୀ ଚିତ୍ତରଞ୍ଜନ ପୁହାଣ, ମହୁଚାଷ ମାଷ୍ଟର ଟ୍ରେନର ଉପସ୍ଥିତ ରହିଥିଲେ। 

ଶ୍ରୀଯୁକ୍ତ ମହାନ୍ତି, ଷ୍ଟେଟ ଡାଇରେକ୍ଟର, କେଭିଆଇସି କହିଛନ୍ତି ଯେ, କପିଳାଶ ବନ୍ୟଜନ୍ତୁ ଅଭୟାରଣ୍ୟର ପାଦ ଦେଶରେ ହରେକୃଷ୍ଣପୁର ଗ୍ରାମ ଅବସ୍ଥିତ। ଏଠାରେ ଅନେକ ପ୍ରକାର ଉଦ୍ଭିଦ ପ୍ରଜାତି ରହିଛନ୍ତି ଯାହାକି ମହୁଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ। ସେ ମହୁଚାଷୀମାନଙ୍କୁ ଅଧିକ ମହୁମାଛି କଲୋନୀ ସୃଷ୍ଟି ଉପରେ ଧ୍ୟାନ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଶ୍ରୀମତୀ ଗୀତାଶ୍ରୀ ପାଢ଼ୀ, ଡିଡିଏଚ୍ କହିଛନ୍ତି ଯେ ଉଦ୍ୟାନକୃଷି ବିଭାଗ ହିତାଧିକାରୀଙ୍କ ଠାରୁ ରଜନୀଗନ୍ଧା ଚାରା କ୍ରୟ କରିବ ଓ ଏହାକୁ ଅନ୍ୟ ସ୍ଥାନକୁ ପ୍ରେରଣ କରାଯିବ। ଡା. ଚନ୍ଦ୍ର ଶେଖର ମହାନ୍ତି, ଏନବିଆରଆଇ କହିଛନ୍ତି ଯେ ମହୁ ଚାଷ ଓ ଫୁଲ ଚାଷର ସମନ୍ବୟ ଦ୍ବାରା ହିତାଧିକାରୀଙ୍କ ଆୟ ବୃଦ୍ଧି କରାଯାଇପାରିବ। 

BS



(Release ID: 1843596) Visitor Counter : 34


Read this release in: English