ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ
azadi ka amrit mahotsav

ଏନସିଏସସିଡିଏ ପକ୍ଷରୁ ନିଯୁକ୍ତି ମେଳା

ପୋଷ୍ଟ କରାଯିବା ଦିନାଙ୍କ: 15 JUL 2022 8:33PM by PIB Bhubaneswar

ଭିନ୍ନକ୍ଷମ ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ରୋଜଗାର ମହାନିର୍ଦେଶାଳୟ (ଡିଜିଇ), ଶ୍ରମ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଦ୍ଵାରା ଏକ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି | ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାର୍ଥୀ ମାନେ (ଉଭୟ ଭିନ୍ନକ୍ଷମ ଏବଂ ଅଣ ଭିନ୍ନକ୍ଷମଏନ.ସି.ଏସ.ସି.ଡି. କାର୍ଯ୍ୟାଳୟ ପରିସରରେ ଏହି ନିଯୁକ୍ତି ମେଳାରେ ଭାଗ ନେଇଥିଲେ| ଏହି ନିଯୁକ୍ତି ମେଳାରେ ଚଳନ ଶକ୍ତି ବାଧିତ ଏବଂ ଶ୍ରବଣ ଶକ୍ତି ବାଧିତ ଭିନ୍ନକ୍ଷମମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ପଦବୀ ଥିଲା

            ଏହି ନିଯୁକ୍ତି ମେଳାଟି ବିଭିନ୍ନ ନିଯୁକ୍ତିଦାତା ଯଥା ସାଇଣ୍ଟିଷ୍ଟିକ ମାଇଣ୍ଡ, ଗର୍ଗ ଲଜିଷ୍ଟିକ, କମଳିନୀ ଆସୋସିଏଟ ମାନଙ୍କ ସକ୍ରିୟ ସହଯୋଗରେ ସଫଳ ହୋଇଛି ସେମାନେ ୬୭ ଜଣ ଚାକିରି ଆଶାୟୀ ମାନଙ୍କର ଇଣ୍ଟରଭ୍ୟୁ ନେଇଥିଲେ, ସେଥି ମଧ୍ୟରୁ ୬୩ ଜଣ ପ୍ରାର୍ଥୀ (ଭିନ୍ନକ୍ଷମ ସହିତ) ସର୍ଟଲିଷ୍ଟ ହୋଇଛନ୍ତିଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରୁ ଯଥା ଲଜିଷ୍ଟିକ, ରିଟେଲ ସେଲ୍ସ ଏକଜିକ୍ୟୁଟିଭ , ମାର୍କେଟିଙ୍ଗ, , ଟେଲି କଲର, ୱେବ ଡିଜାନିଙ୍ଗ ଆଦି ପ୍ରାୟ ୨୦୦ ରୁ ଅଧିକ ପଦବୀ ପାଇଁ ବିଭିନ୍ନ କମ୍ପାନି ମାନେ ଯୋଗଦେଇଛନ୍ତି

 

            NCSCDA  କାର୍ଯ୍ୟାଳୟର ମୁଖ୍ୟ/ମନୋବିଜ୍ଞାନୀ ଶ୍ରୀମତୀ ସୋନାଲିକା ସୁମନ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ନିଯୁକ୍ତିଦାତା ଏବଂ ଚାକିରି ଆଶାୟୀ ପାର୍ଥିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ସେମାନଙ୍କ ସଂଗଠନ ପାଇଁ ଅଧିକରୁ ଅଧିକ PWD ନିଯୁକ୍ତି ଦେବା ପାଇଁ ନିଯୁକ୍ତିଦାତା ମାନଙ୍କୁ ଉତ୍ସାହିତ କରିଥିଲେ | ପ୍ରତ୍ୟେକ ସଂଗଠନରେ ସମାବେଶୀ କର୍ମକ୍ଷେତ୍ର ନିଶ୍ଚିତ କରିବାକୁ ଏହି କେନ୍ଦ୍ର ଦ୍ୱାରା ଆୟୋଜିତ ହେବାକୁ ଥିବା ଭବିଷ୍ୟତର ଚାକିରି ମେଳାରେ ଅଂଶଗ୍ରହଣ କରିବାକୁ ଶ୍ରୀମତୀ ସୋନାଲିକା ସେମାନଙ୍କୁ ଅନୁରୋଧ କରିଥିଲେ |       

                                                          ****                                                                                                                    


(ରିଲିଜ ଆଡି: 1841907) ପରିଦର୍ଶକ କାଉଣ୍ଟର : 96
ଏହି ରିଲିଜ ପଢନ୍ତୁ : English