ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

ଛଅଟି ରାଜ୍ୟ ଏବଂ ଦଶଟି ପ୍ରମୁଖ ବ୍ୟାଙ୍କରେ ପିଏଫଏମଏସର କାର୍ଯ୍ୟକାରିତାକୁ ନେଇ ପୁରୀ ଠାରେ ସମୀକ୍ଷା ବୈଠକ ଆୟୋଜିତ

Posted On: 27 MAY 2022 7:13PM by PIB Bhubaneshwar

ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆଜି ପୁରୀ ଠାରେ ଛଅଟି ରାଜ୍ୟ ଏବଂ ଦଶଟି ପ୍ରମୁଖ ବ୍ୟାଙ୍କରେ ପବ୍ଲିକ୍ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ (ପିଏଫଏମଏସ) କାର୍ଯ୍ୟକାରିତାକୁ ନେଇ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି   ଅତିରିକ୍ତ ମହାଲେଖା ନିୟନ୍ତ୍ରକ ଶ୍ରୀମତୀ ଧରିତ୍ରୀ ପଣ୍ଡା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ

Image

ଏହି ସମୀକ୍ଷା ବୈଠକ ସମୟରେ, କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ପାଣ୍ଠି ଜାରି କରିବା ଲାଗି ନୂତନ ପଦ୍ଧତି ଏବଂ ପିଏଫଏମଏସ ସହିତ ଟ୍ରେଜରୀର ଏକୀକରଣ ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଗୋଆ ଆଦି ଛଅଟି ରାଜ୍ୟର ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ

ରାଜ୍ୟମାନଙ୍କ ପକ୍ଷରୁ ପିଏଫଏମଏସକୁ ଠିକ୍ସମୟରେ ସଠିକ୍ତଥ୍ୟ ପ୍ରଦାନ କରିବା ଉପରେ ଆଲୋଚନାରେ ଗୁରୁତ୍ବାରୋପ କରାଯାଇଥିଲା ଯାହାଫଳରେ ସଠିକ୍ ଭରସାଯୋଗ୍ୟ ଆର୍ଥିକ ରିପୋର୍ଟିଂ ସୁନିଶ୍ଚିତ ହୋଇପାରିବ ଏବଂ ଏହି ପ୍ରଣାଳୀରେ କୌଣସି ସମସ୍ୟା ରହିବ ନାହିଁ ବୃହତ ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ (କେପିଆଇ) ଏବଂ ସିଙ୍ଗଲ ନୋଡାଲ ଆକାଉଣ୍ଟ୍ସ (ଏସଏନଏ) ପ୍ରସଙ୍ଗରେ ବ୍ୟାଙ୍କମାନଙ୍କର ପ୍ରଦର୍ଶନ ସମୀକ୍ଷା କରାଯାଇଥିଲା

ବ୍ୟାଙ୍କ ସମୀକ୍ଷା ବୈଠକର ମୂଳ ଉଦ୍ଦେଶ୍ୟ ଥିଲା, ନୂତନ ପରିବର୍ତ୍ତନ ଲାଗି ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଅଧିକ ଗ୍ରହଣୀୟ କରିବା ଏହି ବୈଠକରେ ନୂଆଦିଲ୍ଲୀସ୍ଥିତ ପିଏଫଏମଏସ ମୁଖ୍ୟାଳୟର ଯୁଗ୍ମ ସିଜିଏ ଶ୍ରୀମତୀ ଯଶପାଲ କୌର ପ୍ରଦ୍ୟୋତ, ପିଏଫଏମଏସ ମୁଖ୍ୟାଳୟର ପ୍ରଯୁକ୍ତି, ବ୍ୟାଙ୍କିଙ୍ଗ ରିପୋର୍ଟସ୍ଭର୍ଟିକାଲର ଯୁଗ୍ମ ସିଜିଏ ଶ୍ରୀ ଏଡି ଏଲ. ଖାୱଲିରିଙ୍ଗ ଯୋଗ ଦେଇଥିଲେ ଏଥିସହିତ ଏନଆଇସି-ପିଏଫଏମଏସ ଏବଂ ଛଅଟି ରାଜ୍ୟର ରାଜ୍ୟ ଅର୍ଥ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ

Image

ୟୁନିଅନ ବ୍ୟାଙ୍କ ଅଫ୍ଇଣ୍ଡିଆ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନେସନାଲ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏକ୍ସିସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, କାନାରା ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ ଭଳି ଦଶଟି ବଡ଼ ବ୍ୟାଙ୍କର ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ ୟୁନିଅନ ବ୍ୟାଙ୍କର ଉପ ମହାପ୍ରବନ୍ଧକ ଶ୍ରୀ ସୋଭନ ସେନଗୁପ୍ତ ୟୁନିଅନ ବ୍ୟାଙ୍କର ପ୍ରତିନିଧି ଦଳର ନେତୃତ୍ବ ନେଇଥିଲେ

 

*********

P.S.


(Release ID: 1828816)
Read this release in: English