ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କରୋନା ଟିକାକରଣର ସଦ୍ୟତମ ସ୍ଥିତି
Posted On:
08 APR 2022 9:13AM by PIB Bhubaneshwar
ଦେଶରୁ କରୋନା ଦୂର କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଏଥିପାଇଁ ସମଗ୍ର ଦେଶରେ ବିନାମୂଲ୍ୟରେ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଗତ ୨୦୨୧ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଛି । ନୂତନ ପର୍ଯ୍ୟାୟର ଟିକାଦାନ କାର୍ଯ୍ୟକ୍ରମ ସେହିବର୍ଷ ଜୁନ ୨୧ ତାରିଖଠାରୁ ଆରମ୍ଭ ହୋଇଛି । ଏହି ନିଶୁଳ୍କ ଟିକାଦାନ କାର୍ଯ୍ୟକ୍ରମ ଟିକାର ସୁଲଭତା, ଟିକାର ଆଗତୁରା ସଂଗ୍ରହ, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ଯୋଗାଇ ଦେବା ନିମିତ୍ତ ଉନ୍ନତ ଧରଣର ଯୋଜନା ଏବଂ ଟିକା ଯୋଗାଣ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯିବା ଉପରେ ନିର୍ଭର କରିଥାଏ । କେନ୍ଦ୍ର ସରକାର ଏ ଦିଗରେ ତତ୍ପର ଅଛନ୍ତି ।
ଦେଶବ୍ୟାପୀ ନୂତନ ପର୍ଯ୍ୟାୟର ଟିକାକରଣ ନିମିତ୍ତି ତଥା କେନ୍ଦ୍ରଶାସିତ ଅଞ୍ଚଳ ଓ ରାଜ୍ୟଗୁଡିକୁ ଯୋଗାଇ ଦେବା ନିମିତ୍ତ ସାର୍ବଜନୀନ ନୂତନ ପର୍ଯ୍ୟାୟର ଟିକାକରଣରେ ଉତ୍ପାଦକ ମାନଙ୍କଠାରୁ କେନ୍ଦ୍ର ସରକାର ୭୫ ଶତାଂଶ ନିଶୁଳ୍କ ବିତରଣ ନିମିତ୍ତ ସଂଗ୍ରହ କରୁଛନ୍ତି ।
ଏପ୍ରିଲ ୮ ତାରିଖ ସକାଳ ୭ଟା ସୁଦ୍ଧା ୧,୮୭,୦୩,୪୫,୦୯୫ ଡୋଜ ଟିକା କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ଯୋଗାଇ ଦେଲେଣି । ସେଥି ମଧ୍ୟରୁ ୧୬,୩୬,୧୧,୩୧୬ ଡୋଜ ଟିକା ଏବେ କେନ୍ଦ୍ର ଶାସିତ ଅଞ୍ଚଳ ଓ ରାଜ୍ୟ ମାନଙ୍କ ନିକଟରେ ରହିଛି । ଏହି ଟିକା ସେଠାରେ ଲୋକମାନଙ୍କୁ ଦିଆଯାଉଛି ।
SSD/DD
(Release ID: 1814967)
Visitor Counter : 175
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam