ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କରୋନା ନିୟନ୍ତ୍ରଣରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ

Posted On: 30 MAR 2022 9:14AM by PIB Bhubaneshwar

 

ଦେଶରୁ କରୋନା ଦୂର କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ତେଣୁ ଦେଶବ୍ୟାପୀ ପ୍ରତିଷେଧକ ଟିକାଦାନ କାର୍ଯ୍ୟକ୍ରମ ଚାଲିଛି । ଏହି କାର୍ଯ୍ୟକ୍ରମ ୨୦୨୧ ମସିହା ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଛି । ନୂତନ ପର୍ଯ୍ୟାୟର ଟିକାଦାନ କାର୍ଯ୍ୟକ୍ରମ ୨୦୨୧ ଜୁନ ୨୧ ତାରିଖରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଟିକାର ସଂଗ୍ରହ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ରାଜ୍ୟ ଗୁଡିକ ପକ୍ଷରୁ ଯୋଜନାବଦ୍ଧ ଭାବରେ ଟିକାଦାନ, ଟିକାର ଯୋଗାଣ ଆଦିକୁ ଗୁରୁତ୍ୱ ଦିଆଯାଉଛି ।

କେନ୍ଦ୍ର ସରକାର ଏହି ପ୍ରତିଷେଧକ ଟିକାକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବିନା ମୂଲ୍ୟରେ ଯୋଗାଇ ଦେଉଛନ୍ତି । ନୂତନ ପର୍ଯ୍ୟାୟର ଟିକାଦାନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଟିକା ଉତ୍ପାଦକ ମାନଙ୍କଠାରୁ ମୋଟ ଉତ୍ପାଦନର ୭୫ ପ୍ରତିଶତ ସଂଗ୍ରହ କରି କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦେଉଛନ୍ତି ।

ଆଜି ସକାଳ ୭ଟା ସୁଦ୍ଧା କେନ୍ଦ୍ର ସରକାର ସମଗ୍ର ଦେଶରେ ୧,୮୪,୮୬,୮୫,୪୯୫ ଡୋଜ ଟିକା ଯୋଗାଇ ଦେଇଛନ୍ତି । ଏ ସବୁକୁ ବିନା ମୂଲ୍ୟରେ ରାଜ୍ୟକୁ ନିଃଶୁଳ୍କ ଯୋଗାଣ ବ୍ୟବସ୍ଥାରେ ଦିଆଯାଉଛି । ବର୍ତ୍ତମାନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକରେ ୧୫,୯୫,୩୯,୭୧୬ ଡୋଜ ଟିକା ନିଃଶୁଳ୍କ ଦିଆଯିବା ପାଇଁ  ରହିଛି ।

SSD/DD



(Release ID: 1811438) Visitor Counter : 148