ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ଦେଶରେ କରୋନା ପ୍ରତିଷେଧକ ଟିକା ସଂଗ୍ରହ ସ୍ଥିତି

Posted On: 28 MAR 2022 8:51AM by PIB Bhubaneshwar

ସମଗ୍ର ଦେଶରେ କରୋନା ଦୂର କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ସମଗ୍ର ଦେଶରେ ଟିକାଦାନ କାର୍ଯ୍ୟକ୍ରମ ୨୦୨୧ ମସିହା ଜାନୁଆରୀ ୧୬ ତାରିଖରୁ ଆରମ୍ଭ କରାଯାଇଛି । ସାର୍ବଜନିନ ଟିକାକରଣ ନୂତନ ପର୍ଯ୍ୟାୟ ୨୦୨୧ ମସିହା ଜୁନ ୨୧ ତାରିଖରୁ ଆରମ୍ଭ ହୋଇଛି । ଟିକାର ସଂଗ୍ରହ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟ ଗୁଡିକରେ ଯୋଜନାବଦ୍ଧ ଟିକା କରଣ, ଟିକାର ଯୋଗାଣ ଆଦି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି । କେନ୍ଦ୍ର ସରକାର ସମଗ୍ର ଦେଶରେ ନିଶୁଳ୍କ ଭାବରେ ଟିକାଦାନ ପାଇଁ ଟିକା ଯୋଗାଇ ଦେଉଛନ୍ତି । ଏଥିପାଇଁ ମୋଟ ଟିକା ଉତ୍ପାଦନର ୭୫ ଶତାଂଶ କେନ୍ଦ୍ର ଉତ୍ପାଦକମାନଙ୍କଠାରୁ ସଂଗ୍ରହ କରୁଛନ୍ତି ।

କେନ୍ଦ୍ରଶାସିତ ଅଞ୍ଚଳ ଓ ରାଜ୍ୟମାନଙ୍କୁ ମାର୍ଚ୍ଚ ୨୮ ତାରିଖ ସକାଳ ୭ଟା ସୁଦ୍ଧା ୧,୮୪,୫୩,୫୭,୦୧୫ ଡୋଜ ଟିକା ଯୋଗାଇ ଦିଆଯାଇଛି । ଏହାବାଦ ଆହୁରି ୧୬,୧୬,୮୨,୦୦୬ ଡୋଜ ଟିକା କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟମାନଙ୍କରେ ନିକଟରେ ଦିଆଯିବା ପାଇଁ ରହିଛି ।

SSD/DD


(Release ID: 1810514) Visitor Counter : 239