ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ଦେଶରେ କରୋନା ଟିକାର କ୍ରମଃବର୍ଦ୍ଧିଷ୍ଣୁ ସ୍ଥିତି

प्रविष्टि तिथि: 17 MAR 2022 9:03AM by PIB Bhubaneshwar

 କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କରୋନା ପ୍ରତିଷେଧକ ଟିକା ଯୋଗାଇ ଦେଉଛନ୍ତି ଏପର୍ଯ୍ୟନ୍ତ ୧୮୩.୨୪ କୋଟି ପ୍ରତିଷେଧକ ଟିକା ଯୋଗାଇ ଦେଇ ସାରିଲେଣି ଏହି ଟିକା ଯୋଗାଇବାରେ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ସମଗ୍ର ଦେଶରେ ୨ଠ୨୧ ମସିହା ଜାନୁଆରୀ ୧୬ ତାରିଖଠାରୁ କୋଭିଡ୍ -୧୯ ପ୍ରତିଷେଧକ ଟିକା ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଛି ନୂତନ ପର୍ଯ୍ୟାୟର ସାର୍ବଜନୀନ ଟିକାକରଣ ୨ଠ୨୧ ମସିହା ଜୁନ୍ ୨୧ ତାରିଖରୁ ଆରମ୍ଭ ହୋଇଛି ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ଏକ୍ଷେତ୍ରରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଟିକାକରଣ ଯୋଜନା, ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଟିକା ସଂଗ୍ରହ କ୍ଷେତ୍ରରେ ଏହାର ପ୍ରସ୍ତୁତି ମଧ୍ୟ ନିର୍ଭର କରିଥାଏ

ସମଗ୍ର ଦେଶରେ ଟିକାକରଣ କ୍ଷେତ୍ରରେ କେନ୍ଦ୍ର ସରକାର ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ବିନା ମୂଲ୍ୟରେ ଟିକା ଯୋଗାଇଥାଏ ଦେଶରେ ଟିକା ପ୍ରସ୍ତୁତ କର୍ତ୍ତାମାନଙ୍କୁ ଶତକଡା ୭୫ ଭାଗ ଟିକା ନିଶୁଳ୍କ ଦିଆଯିବା ନିମିତ୍ତ କେନ୍ଦ୍ର ସରକାର ସଂଗ୍ରହ କରିବେ

ମାର୍ଚ୍ଚ ୧୭ ତାରିଖ ସକାଳ ସୁଦ୍ଧା ,୮୩,୨୪,୧୨, ୫୯୦ ଡୋଜ୍ ଟିକା କେନ୍ଦ୍ର ସରକାର ଯୋଗାଇ ସାରିଲେଣି ଏହାବାଦ୍ ଆହୁରି ୧୭,୩୨, ୫୬, ୬୩୨ ଡୋଜ୍ ଟିକା କେନ୍ଦ୍ର ସରକାରଙ୍କ ନିକଟରେ ଅଛି ପର୍ଯ୍ୟନ୍ତ କେନ୍ଦ୍ର ଶାସିତ ଅଞ୍ଚଳ ରାଜ୍ୟ ସରକାରମାନଙ୍କୁ ,୮୩,୨୪,୧୨,୫୯ଠ ଡୋଜ୍ ଟିକା କେନ୍ଦ୍ର ସରକାର ନିଶୁଳ୍କ ଯୋଗାଇ ଦେଲେଣି କେନ୍ଦ୍ର ଶାସିତ ଅଞ୍ଚଳ ରାଜ୍ୟ ସରକାରମାନଙ୍କ ନିକଟରେ ବର୍ତ୍ତମାନ ୧୭, ୩୨, ୫୬, ୬୩୨ ଡୋଜ୍ ଟିକା ଲୋକଙ୍କୁ ଦିଆଯିବା ପାଇଁ ରହିଛି

 

 

SSD/MB


(रिलीज़ आईडी: 1806949) आगंतुक पटल : 204
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Malayalam