ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ୍-୧୯ ନିରାକରଣ ନିମିତ୍ତ କେନ୍ଦ୍ର ସରକାର ସଂକଳ୍ପବଦ୍ଧ

Posted On: 09 MAR 2022 9:09AM by PIB Bhubaneshwar

 କୋଭିଡ୍-୧୯ ନିରାକରଣ କ୍ଷେତ୍ରରେ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ଏବଂ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ପ୍ରତିଷେଧକ ଟିକା ମହଜୁଦ୍ ଅଛି ଏପର୍ଯ୍ୟନ୍ତ ୧୮ଠ.୩ଠ କୋଟି ପ୍ରତିଷେଧକ ଟିକା ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳରେ ଦିଆଯାଇ ସାରିଲାଣି ଏହାବାଦ୍ ଆହୁରି ୧୫.୮ଠ କୋଟି ଟିକା ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଦିଆଯିବା ପାଇଁ ରହିଛି ଗତ ୨ଠ୨୧ ଜାନୁଆରୀ ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ କାର୍ଯ୍ୟ ଆରମ୍ଭ କରାଯାଇଛି ୨ଠ୨୧ ବର୍ଷ ଜୁନ୍ ୨୧ ତାରିଖ ଠାରୁ ସାର୍ବଜନୀନ ଟିକାକରଣ ନୂତନ ପର୍ଯ୍ୟାୟ ଆରମ୍ଭ ହେଲା ପର୍ଯ୍ୟାପ୍ତ ପରିମାଣରେ ଟିକାର ପ୍ରସ୍ତୁତି, ଅତ୍ୟାଧୁନିକ ଟିକା, ରାଜ୍ୟ ସରକାର କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଣ, ଟିକା ଯେଗାଣ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇ ପାରିଲା

ଦେଶବ୍ୟାପି ଟିକାକରଣ କାର୍ଯ୍ୟକ୍ରମ ଅଧିନରେ କେନ୍ଦ୍ର ସରକାର କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟ ସରକାରମାନଙ୍କୁ ବିନା ମୂଲ୍ୟରେ କୋଭିଡ ପ୍ରତିଷେଧକ ଟିକା ଯୋଗାଇ ଦେଉଛନ୍ତି ନୂତନ ପର୍ଯ୍ୟାୟରେ କେନ୍ଦ୍ର ସରକାର ଉତ୍ପାଦିତ ଟିକାର ଶତକଡ଼ା ୭୫ ଶତାଂଶ କେନ୍ଦ୍ରଶାସିତ ଅଞ୍ଚଳ ରାଜ୍ୟ ସରକାରଗୁଡ଼ିକୁ ବିନା ମୂଲ୍ୟରେ ଯୋଗାଇ ଦେବା ପାଇଁ ସଂଗ୍ରହ କରୁଛନ୍ତି ୨ଠ୨୨ ମାର୍ଚ୍ଚ ତାରିଖ ସୁଦ୍ଧା ,୮ଠ,୩ଠ,୫୯,୬ଠଠ ଡୋଜ ଟିକା ସମଗ୍ର ଦେଶରେ ଯୋଗାଇ ଦିଆଗଲାଣି ସେଥିମଧ୍ୟରୁ ୧୫,୮ଠ,୫୪,୩୩୬ ଡୋଜ୍ ଟିକା ଦିଆଯିବା ପାଇଁ ବଳକା ଅଛି ,୮ଠ,୩ଠ,୫୯,୬ଠଠ ଡୋଜ ଟିକା ପର୍ଯ୍ୟନ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦିଆଗଲାଣି ଏସବୁକୁ ରାଜ୍ୟର ସଂଗ୍ରହ ବାବଦରେ ଯୋଗାଇ ଦିଆଯାଇଛି କେନ୍ଦ୍ର ସରକାରଙ୍କ ନିକଟରେ ଦିଆଯାଇ ପାରି ଥିବା ୧୫,୮ଠ,୫୪,୩୩୬ ଡୋଜ ଟିକା ବର୍ତ୍ତମାନ ରହିଛି ଏବଂ ଏହା ପର୍ଯ୍ୟାୟକ୍ରମେ ଦିଆଯିବ

SSD/MB



(Release ID: 1804299) Visitor Counter : 130