ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

କୋଭିଡ୍-୧୯ ନିରାକରଣ ନିମିତ୍ତ କେନ୍ଦ୍ର ସରକାର ସଂକଳ୍ପବଦ୍ଧ

Posted On: 08 MAR 2022 9:24AM by PIB Bhubaneshwar

କୋଭିଡ୍-୧୯ ନିରାକରଣ କ୍ଷେତ୍ରରେ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ପ୍ରତିଷେଧକ ଟିକା ମହଜୁଦ୍ ଅଛି । ଏପର୍ଯ୍ୟନ୍ତ ୧୮୦.୧୪ କୋଟି ପ୍ରତିଷେଧକ ଟିକା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦିଆଯାଇ ସାରିଲାଣି । ଏହାବାଦ୍ ଆହୁରି ୧୫.୪୯ କୋଟି ଟିକା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଦିଆଯିବା ପାଇଁ ରହିଛି । ଗତ ୨ଠ୨୧ ଜାନୁଆରୀ ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ କାର୍ଯ୍ୟ ଆରମ୍ଭ କରାଯାଇଛି । ୨ଠ୨୧ ବର୍ଷ ଜୁନ୍ ୨୧ ତାରିଖ ଠାରୁ ସାର୍ବଜନିନ ଟିକାକରଣ ନୂତନ ପର୍ଯ୍ୟାୟ ଆରମ୍ଭ ହେଲା । ପର୍ଯ୍ୟାପ୍ତ ପରିମାଣରେ ଟିକାର ପ୍ରସ୍ତୁତି, ଅତ୍ୟାଧୁନିକ ଟିକା, ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଣ, ଟିକା ଯେଗାଣ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇ ପାରିଲା । 

ଦେଶବ୍ୟାପି ଟିକାକରଣ କାର୍ଯ୍ୟକ୍ରମ ଅଧିନରେ କେନ୍ଦ୍ର ସରକାର କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟ ସରକାରମାନଙ୍କୁ ବିନା ମୂଲ୍ୟରେ କୋଭିଡ ପ୍ରତିଷେଧକ ଟିକା ଯୋଗାଇ ଦେଉଛନ୍ତି । ନୂତନ ପର୍ଯ୍ୟାୟରେ କେନ୍ଦ୍ର ସରକାର ଉତ୍ପାଦିତ ଟିକାର ଶତକଡ଼ା ୭୫ ଶତାଂଶ କେନ୍ଦ୍ରଶାସିତ ଅଞ୍ଚଳ ଓ ରାଜ୍ୟ ସରକାରଗୁଡ଼ିକୁ ବିନା ମୂଲ୍ୟରେ ଯୋଗାଇ ଦେବା ପାଇଁ ସଂଗ୍ରହ କରୁଛନ୍ତି । ୨ଠ୨୨ ମାର୍ଚ୍ଚ ୮ ତାରିଖ ସୁଦ୍ଧା ୧,୮ଠ,୧୪,୬ଠ,୨ଠଠ ଡୋଜ ଟିକା ସମଗ୍ର ଦେଶରେ ଯୋଗାଇ ଦିଆଗଲାଣି । ସେଥିମଧ୍ୟରୁ ୧୫,୪୯,୮୫,୨୩୧ ଡୋଜ୍ ଟିକା ଦିଆଯିବା ପାଇଁ ବଳକା ଅଛି । ୧,୮ଠ,୧୪,୬ଠ,୨ଠଠ ଡୋଜ ଟିକା ଏ ପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦିଆଗଲାଣି । ଏସବୁକୁ ରାଜ୍ୟର ସଂଗ୍ରହ ବାବଦରେ ଯୋଗାଇ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ନିକଟରେ ଦିଆଯାଇ ପାରି ନ ଥିବା ୧୫,୪୯,୮୫,୨୩୧ ଡୋଜ ଟିକା ବର୍ତ୍ତମାନ ରହିଛି ଏବଂ ଏହା ପର୍ଯ୍ୟାୟକ୍ରମେ ଦିଆଯିବ ।

 

SSD/MB


(Release ID: 1804020) Visitor Counter : 174