ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ନିକଟରେ ଉପଲବ୍ଧ ଥିବା କୋଭିଡ – 19 ଟିକା ସମ୍ପର୍କିତ ଅପଡେଟ୍


ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳକୁ 171.67 କୋଟିରୁ ଅଧିକ ଟିକା ପ୍ରଦାନ କରାଯାଇଛି

ଏବେ ମଧ୍ୟ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ନିକଟରେ 11.73 କୋଟି ଟିକା ଉପଲବ୍ଧ ରହିଛି

Posted On: 17 FEB 2022 9:18AM by PIB Bhubaneshwar

କେନ୍ଦ୍ର ସରକାର ସାରା ଦେଶରେ କୋଭିଡ-19 ଟିକାକରଣ ଅଭିଯାନର ଗତିକୁ ତ୍ବରାନ୍ବିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଦେଶବ୍ୟାପି କୋଭିଡ୍- 19 ଟିକାକରଣ ଅଭିଯାନକୁ 16 ଜାନୁୟାରୀ 2021 ରେ ଆରମ୍ଭ କରାଯାଇଥିଲା। ସାର୍ବଜନୀନ କୋଭିଡ- 19 ଟିକାକରଣର ନୂତନ ପର୍ଯ୍ୟାୟକୁ 21 ଜୁନ୍ 2021 ରେ ଆରମ୍ଭ କରାଯାଇଥିଲା। ଅଧିକ ମାତ୍ରାରେ ଟିକାର ଉପଲବ୍ଧତାକୁ ତ୍ବରାନ୍ବିତ କରିବା ସହିତ ଟିକାର ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରାଯାଇଥିଲା। ଏହା ସହିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ନିକଟରେ ଟିକାର ଉପଲବ୍ଧତାକୁ ବୃଦ୍ଧି କରାଯାଇଥିଲା।

ଦେଶବ୍ୟାପି ଟିକାକରଣ ଅଭିଯାନ ଅନ୍ତର୍ଗତ, ଭାରତ ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କୋଭିଡ୍ ଟିକାକୁ ମାଗଣାରେ ପ୍ରଦାନ କରୁଛି। କୋଭିଡ୍-19 ଟିକାକରଣ ଅଭିଯାନର ନୂତନ ପର୍ଯ୍ୟାୟରେ କେନ୍ଦ୍ର ସରକାର ଟିକା ନିର୍ମାତା ଉତ୍ପାଦନ କରୁଥିବା 75% ଟିକାକୁ ସଂଗ୍ରହ କରିବ ଓ ଏହାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମାଗଣାରେ ଯୋଗାଣ କରାଯିବ।

ଟିକା ମାତ୍ରା

(17 ଫେବୃୟାରୀ 2022 ସୁଦ୍ଧା)

ଯୋଗାଣ କରାଯାଇଛି

1,71,67,66,220

ଉପଲବ୍ଧ ରହିଛି

11,73,17,451

ଭାରତ ସରକାରଙ୍କ ଦ୍ବାରା (ମାଗଣାରେ) ଓ ପ୍ରତ୍ୟକ୍ଷ ରାଜ୍ୟ ପ୍ରୋକିଓରମେଣ୍ଟ ବର୍ଗ ମାଧ୍ୟମରେ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳକୁ 171.67 କୋଟି (1,71,67,66,220) ଟିକା ପ୍ରଦାନ କରାଯାଇଛି।

ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳରେ ଏବେ ମଧ୍ୟ ପ୍ରଦାନ କରିବା ପାଇଁ 11.73 କୋଟି (11,73,17,451) ରୁ ଅଧିକ ଟିକା ଉପଲବ୍ଧ ରହିଛି।

BS



(Release ID: 1799022) Visitor Counter : 212