ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଆରଓବି ଏବଂ ଓଏସଏପି ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ-‘ସ୍ବାଧୀନତାର ୭୫ବର୍ଷ’ କାର୍ଯ୍ୟକ୍ରମ ଆୟୋଜିତ

Posted On: 20 DEC 2021 10:22PM by PIB Bhubaneshwar

ଦେଶ ସ୍ବାଧୀନତାର ୭୫ତମ ବର୍ଷ ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କ୍ରମରେ ଆଜି ଭୁବନେଶ୍ବରରେ ଆୟୋଜିତ ହୋଇଯାଇଛି ‘‘ସ୍ବାଧୀନତାର ୭୫ ବର୍ଷ’’ କାର୍ଯ୍ୟକ୍ରମ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି) ଏବଂ ଓଏସଏପି ସପ୍ତମ ବାଟାଲିୟନ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ କଟକ-ଭୁବନେଶ୍ବର ଦ୍ବୈତ ନଗରୀ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ବାଧୀନତା ସଂଗ୍ରାମ ଏବଂ ସଂଗ୍ରାମୀମାନଙ୍କର ସ୍ମୃତିଚାରଣ ଲାଗି ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଆରଓବି ଏବଂ ଓଏସଏପିର ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ଆରଓବିର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଉଦବୋଧନ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଆରଓବି, ଓଏସଏପି ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀ, କର୍ମଚାରୀ ଓ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିଥିଲେ। ଆରଓବିର କଳାକାର କର୍ମଚାରୀ ଓ ପଞ୍ଜିକୃତ ସାଂସ୍କୃତିକ ଦଳ ଦେଶାତ୍ମବୋଧ ବିଷୟବସ୍ତୁକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ImageImage

ImageImage

*******



(Release ID: 1783712) Visitor Counter : 146