ଇସ୍ପାତ ମନ୍ତ୍ରଣାଳୟ

ଜାତୀୟ ଇସ୍ପାତ ନୀତି

Posted On: 15 MAR 2021 1:22PM by PIB Bhubaneshwar

ଜାତୀୟ ଇସ୍ପାତ ନୀତି ସୂଚୀତ କରେ ଯେ ସରକାର ଦୀର୍ଘକାଳନୀ ପରିକଳ୍ପନା ସୂତ୍ରରେ ଦେଶର ଇସ୍ପାତ କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇଦେବେ । ଏହି ନୀତିରେ ଦର୍ଶାଯାଇଛି ଯେ ଦେଶରେ ପ୍ରଯୁକ୍ତି ଦୃଷ୍ଟିରୁ ଅତ୍ୟାଧୁନିକ ତଥା ବୈଶ୍ୱିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଇସ୍ପାତ ଶିଳ୍ପର ବିକାଶ ଘଟାଯିବ ଯାହା ଇସ୍ପାତ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରାଇବ ଏବଂ ଦେଶର ଆର୍ଥିକ ବିକାଶରେ ମଧ୍ୟ ସହାୟକ ହେବ । ଯେହେତୁ ଇସ୍ପାତ ଏକ ଅଣନିୟନ୍ତ୍ରିତ କ୍ଷେତ୍ର, ସରକାର ଏଥିପାଇଁ କେବଳ ଆବଶ୍ୟକ ସୁଯୋଗ ଓ ପ୍ରୋତ୍ସାହନ ହିଁ ଯୋଗାଇଦେବେ । ଇସ୍ପାତ କ୍ଷେତ୍ରର ବିକାଶ ନିମନ୍ତେ ଆବଶ୍ୟକ ଅନୁକୂଳ ଓ ଉପଯୁକ୍ତ ବାତାବରଣ ସୃଷ୍ଟି କରାଯିବସରକାର ଏ ଦିଗରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ସଂପର୍କରେ ନିମ୍ନରେ ସୂଚନା ପ୍ରଦାନ କରାଗଲା:-

 

  1. ଘରୋଇ ଭାବେ ଉତ୍ପାଦିତ ଲୌହ ଓ ଇସ୍ପାତ ଉତ୍ପାଦ (ଡିଏମଆଇ ଏଣ୍ଡ ଏସପି) ନୀତି ପ୍ରବର୍ତ୍ତନ କରାଯାଇଛି ଯାହାର ଉଦ୍ଦେଶ୍ୟ ହେଲା ଘରୋଇ ଭାବେ ଉତ୍ପାଦିତ ଇସ୍ପାତ ଉତ୍ପାଦନ ଏବଂ ଉପଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା ।
  2. ଷ୍ଟିଲ ସ୍କ୍ରାପ ନୀତି ପ୍ରବର୍ତ୍ତନ ଦ୍ୱାରା ଘରୋଇ ଭାବେ ସୃଷ୍ଟ ସ୍କ୍ରାପ୍ ଉପଲବ୍ଧତା ବୃଦ୍ଧି ପାଇବ ।
  3. ଗୁଣାତ୍ମକ ଷ୍ଟିଲ ନିୟନ୍ତ୍ରଣ ଆଦେଶନାମା ଜାରି ଦ୍ୱାରା ଅଣ-ମାନଯୁକ୍ତ ଷ୍ଟିଲ ଉତ୍ପାଦନ ଓ ଆମଦାନିକୁ ନିୟନ୍ତ୍ରଣ କରାଯିବ ।
  4.  ଇସ୍ପାତ ଆମଦାନୀ ନିମନ୍ତେ ଅତ୍ୟାଧୁନିକ ପଂଜୀକରଣ ପାଇଁ ଷ୍ଟିଲ ଆମଦାନି ମନିଟରିଂ ସିଷ୍ଟମ୍ (ଏସଆଇଏମଏସ) କାର୍ଯ୍ୟକାରୀ କରାଯାଉଛି ।
  5. ବିଭିନ୍ନ ହିତଧାରକ ଯେଉଁମାନଙ୍କ ମଧ୍ୟରେ ଶିଳ୍ପ ସଂଘ ଏବଂ ଦେଶର ଅଗ୍ରଣୀ ଘରୋଇ ଇସ୍ପାତ ଶିଳ୍ପ ସଂସ୍ଥା ସାମିଲ, ସେମାନଙ୍କ ସହିତ ଆଲୋଚନା କରାଯାଇ ଏହି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାବଳୀର ଆଲୋଚନା କରାଯାଇ ସେସବୁକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କ ସଂପୃକ୍ତ ମନ୍ତ୍ରଣାଳୟ/ ବିଭାଗ ଦ୍ୱାରା ସମାଧାନ କରାଯିବ ।
  6. ବିଭିନ୍ନ ହିତଧାରକ ଯେଉଁଥିରେ ରେଳବାଇ, ପ୍ରତିରକ୍ଷା, ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ, ଗୃହନିର୍ମାଣ, ବେସାମରିକ ବିମାନ ଚଳାଚଳ, ସଡ଼କ ପହିବହନ ଓ ରାଜମାର୍ଗ, କୃଷି ଓ ଗ୍ରାମାଞ୍ଚଳ ବିକାଶ ଭଳି ମନ୍ତ୍ରଣାଳୟ, ବିଭାଗ ସାମିଲ ସେମାନଙ୍କ ସହ ଆଲୋଚନା କରାଯାଇ ଦେଶରେ ଇସ୍ପାତର ସାମଗ୍ରିକ ଚାହିଦା ବୃଦ୍ଧି ନିମନ୍ତେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।
  7.  ସରକାରଙ୍କ ଦ୍ୱାରା ନିକଟରେ ଘୋଷିତ ଉତ୍ପାଦନ ସଂଲଗ୍ନ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଅଧୀନରେ ସ୍ୱତନ୍ତ୍ର ଇସ୍ପାତକୁ ସାମିଲ କରାଯିବ ।
  8.  ବିଭିନ୍ନ ଯୋଜନା ଯାହାକି ଭିନ୍ନ ଭିନ୍ନ ସମୟରେ ବିଜ୍ଞପିତ କରାଯାଇଛି ଓ ସେଥିରେ ରପ୍ତାନୀ ଭିତ୍ତିକ ଉତ୍ପାଦନ ନିମନ୍ତେ ବ୍ୟବହୃତ ସାମଗ୍ରୀ ସକାଶେ ଟିକସ ଓ ଉପକର ଯଥା ଡ୍ୟୁଟି ଡ୍ରବ୍ୟାକ୍ ଯୋଜନାଆଡ଼ଭାନ୍ସଡ଼୍ ଅଥରାଇଜେସନ୍ ଯୋଜନାଇତ୍ୟାଦି ଫେରସ୍ତ ଓ ଛାଡ଼ ଲାଗି ପ୍ରତିଶ୍ରୁତି ପ୍ରଦାନ କରାଯାଇଛି ତାହା ରପ୍ତାନୀଯୋଗ୍ୟ ସାମଗ୍ରୀର ପ୍ରତିଦ୍ୱନ୍ଦ୍ୱୀ ମୂଲ୍ୟ ନିର୍ଦ୍ଧାରଣରେ ସହାୟକ ହେବ ।

 କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି ।

*****

ss



(Release ID: 1704908) Visitor Counter : 185


Read this release in: English , Urdu , Bengali