ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଏବଂ ସେମାନଙ୍କ ରିଅଲ ଇଷ୍ଟେଟ ନିୟାମକ କର୍ତ୍ତୃପକ୍ଷଙ୍କ ପାଇଁ ମାର୍ଗଦର୍ଶିକା ଜାରି

• କୋଭିଡ-19 ମହାମାରୀକୁ ଅପ୍ରତ୍ୟାଶିତ ଘଟଣା ଭାବେ ବିବେଚନା କରି ରେରା ଅଧୀନରେ ପଞ୍ଜିକୃତ ହୋଇଥିବା ସମସ୍ତ ପ୍ରକଳ୍ପର ପଞ୍ଜିକରଣ/ ସମ୍ପୂର୍ଣ୍ଣ ତାରିଖକୁ ସ୍ୱୟଂଚାଳିତ ଭାବେ 6 ମାସ ପାଇଁ ବଢ଼ାଇବା ଲାଗି ନିର୍ଦ୍ଦେଶ
• ଆବାସିକ ଫାଇନାନ୍ସ କମ୍ପାନୀ (ଏଚଏଫସିଏସ)ଗୁଡ଼ିକୁ ସହାୟତା ଯୋଗାଇ ଦେବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କର ପଲିସି ରେପୋ ରେଟ ଅନୁଯାୟୀ ସ୍ୱତନ୍ତ୍ର ପୁଞ୍ଜିଲଗାଣ ସୁବିଧା
• ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସିଗୁଡ଼ିକ) ପାଇଁ 45 ହଜାର କୋଟି ଟଙ୍କାର ଆଂଶିକ କ୍ରେଡିଟ ଗ୍ୟାରେଣ୍ଟି ଯୋଜନା
• ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକ ପାଇଁ 30,000 କୋଟି ଟଙ୍କାର ସ୍ୱତନ୍ତ୍ର ଲିକ୍ୟୁଡିଟି ଯୋଜନା
• ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ଅଧୀନରେ 31 ମାର୍ଚ୍ଚ 2021 ପର୍ଯ୍ୟନ୍ତ କ୍ରେଡିଟ ଲିଙ୍କ ସବସିଡି ଯୋଜନାର ସମ୍ପ୍ରସାରଣ

Posted On: 16 SEP 2020 8:40PM by PIB Bhubaneshwar

ବିଶ୍ୱ ମହାମାରୀ କୋଭିଡ-19 (କରୋନା ଭୂତାଣୁ) କାରଣରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁ ପ୍ରବାସୀ ଶ୍ରମିକମାନେ ଘର ମୁହାଁ ହୋଇଛନ୍ତି ଏବଂ ନିର୍ମାଣ ସାମଗ୍ରୀ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଛି, ଯାହାକି ସାରା ଦେଶରେ ରିଅଲ ଇଷ୍ଟେଟ ପ୍ରକଳ୍ପଗୁଡ଼ିକର ନିର୍ମାଣ ଗତିବିଧି ଉପରେ ପ୍ରତିକୂଳ ପ୍ରଭାବ ପକାଇଛି।

ଗୃହକ୍ରେତାଙ୍କ ସମେତ ସମସ୍ତ ଅଂଶୀଦାରମାନଙ୍କ ସ୍ୱାର୍ଥ ସୁରକ୍ଷା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଏବଂ ସେମାନଙ୍କର ରିଅଲ ଇଷ୍ଟେଟ ନିୟାମକ କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟରେ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ମାର୍ଗଦର୍ଶିକାରେ କୁହାଯାଇଛି ଯେ କୋଭିଡ-19 ମହାମାରୀକୁ ଏକ ଅପ୍ରତ୍ୟାଶିତ ଘଟଣା ଭାବେ ବିବେଚନା କରି ରେରା ଅଧୀନରେ ପଞ୍ଜିକୃତ ହୋଇଥିବା ସମସ୍ତ ପ୍ରକଳ୍ପର ପଞ୍ଜିକରଣ/ସମ୍ପୂର୍ଣ୍ଣ ତାରିଖକୁ ସ୍ୱୟଂଚାଳିତ ଭାବେ 6 ମାସ ପାଇଁ ବଢ଼ାଇବା ଲାଗି ପରାମର୍ଶ ଦେଇଛନ୍ତି। ଯେଉଁଠି ପ୍ରକଳ୍ପ ଅବଧି 25 ମାର୍ଚ୍ଚ, 2020ରେ ଶେଷ ହେଉଛି ସେଠାରେ ଆହୁରି ତିନି ମାସ ପାଇଁ ସମ୍ପ୍ରସାରଣ କରିବା ଲାଗି ଅନୁମତି ଦେବାକୁ ଏଥିରେ କୁହାଯାଇଛି। ଆବଶ୍ୟକତା ପଡ଼ିଲେ, ଲିଖିତ ଆକାରରେ କାରଣ ରେକର୍ଡ କରି ଏହି ଅନୁମତି ଦିଆଯାଇପାରିବ। ସେହିପରି ରେରା ଅଧୀନରେ ଅନ୍ୟ ବୈଧାନିକ ଅନୁପାଳନର ସମୟଅବଧି ସମ୍ପ୍ରସାରଣ କରିବା ଲାଗି ମଧ୍ୟ କୁହାଯାଇଛି।

ଆହୁରି, ‘ଆତ୍ମନିର୍ଭର ଭାରତ ଅଭିଯାନ’ ଅନ୍ତର୍ଗତ ଆହୁରି ଅନେକ ଆର୍ଥିକ ସହାୟତା/ରିହାତି ରିଅଲ ଇଷ୍ଟେଟ କ୍ଷେତ୍ର ପାଇଁ ଯୋଗାଇ ଦିଆଯାଇଛି। ଆବାସିକ ଫାଇନାନ୍ସ କମ୍ପାନୀ (ଏଚଏଫସିଏସ)ଗୁଡ଼ିକୁ ସହାୟତା ଯୋଗାଇ ଦେବା ଲାଗି  ଭାରତୀୟ ରିଜର୍ଭ ବ୍ୟାଙ୍କର ପଲିସି ରେପୋ ରେଟ ଅନୁଯାୟୀ ସ୍ୱତନ୍ତ୍ର ପୁଞ୍ଜିଲଗାଣ ସୁବିଧା; ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସିଗୁଡ଼ିକ) ପାଇଁ 45ହଜାର କୋଟି ଟଙ୍କାର ଆଂଶିକ କ୍ରେଡିଟ ଗ୍ୟାରେଣ୍ଟି ଯୋଜନା; ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକ ପାଇଁ 30,000 କୋଟି ଟଙ୍କାର ସ୍ୱତନ୍ତ୍ର ଲିକ୍ୟୁଡିଟି ଯୋଜନା; ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ଅଧୀନରେ 31 ମାର୍ଚ୍ଚ 2021 ପର୍ଯ୍ୟନ୍ତ କ୍ରେଡିଟ ଲିଙ୍କ ସବସିଡି ଯୋଜନାର ସମ୍ପ୍ରସାରଣ କରାଯାଇଛି। ସେହିପରି ପ୍ରବାସୀ ଶ୍ରମିକ ଓ ସହରାଞ୍ଚଳ ଗରିବଙ୍କ ପାଇଁ ଶସ୍ତା ଭଡ଼ା ଆବାସିକ କମ୍ପ୍ଲେକ୍ସ ଯୋଜନା ଆରମ୍ଭ କରାଯାଇଛି।

ରିଅଲ ଇଷ୍ଟେଟ କ୍ଷେତ୍ରରେ ସୃଷ୍ଟି ହୋଇଥିବା ନଗଦ ଅଭାବ ସମସ୍ୟା ଦୂର କରିବା ଲାଗି ପୁଞ୍ଜିପ୍ରବାହ ବଢ଼ାଇବା ଲକ୍ଷ୍ୟ ନେଇ ଏହି ଏ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

ଆଜି ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ରାଜ୍ୟସଭାରେ ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଥିଲେ।

 

***********

 



(Release ID: 1655301) Visitor Counter : 108


Read this release in: English