PIB Headquarters

ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଜମିରେ ଖରାଦିନିଆ ଫସଲ, ଲକଡାଉନ ସତ୍ତ୍ୱେ ବଢ଼ିବ ଅମଳ

Posted On: 22 MAY 2020 9:49PM by PIB Bhubaneshwar

ଖରାଦିନିଆ ଚାଷ:

ଚଳିତ ବର୍ଷ ନିମ୍ନ ମତେ ଚାଷଜମିରେ ଖରାଦିନିଆ ଫସଲ କରାଯାଇଛି:

ଧାନ: ଚଳିତ ବର୍ଷ ଦେଶର 34.87 ଲକ୍ଷ ହେକ୍ଟର ଜମିରେ ଖରାଦିନିଆ ଧାନଚାଷ କରାଯାଇଛି ଯାହାକି ଗତବର୍ଷ 25. 39 ଲକ୍ଷ ହେକ୍ଟର ଜମିରେ କରାଯାଇଥିଲା ।

ଡାଲିଜାତୀୟ ଶସ୍ୟ: ଚଳିତ ବର୍ଷ 12.82 ଲକ୍ଷ ହେକ୍ଟର ଜମିରେ ଡାଲିଜାତୀୟ ଶସ୍ୟ କରାଯାଇଛି । ଗତବର୍ଷ ଏହି ଋତୁ ପାଇଁ ମୋଟ 9.67 ଲକ୍ଷ ହେକ୍ଟର ଜମିରେ ଡାଲିଜାତୀୟ ଶସ୍ୟ ଚାଷ କରାଯାଇଥିଲା ।

ବଗଡ଼ା ଶସ୍ୟ: ଚଳିତ ବର୍ଷ ପ୍ରାୟ 10.28 ଲକ୍ଷ ହେକ୍ଟର ଜମିରେ ବଗଡ଼ା ଶସ୍ୟ ଚାଷ କରାଯାଇଛି ଯାହାକି ଗତବର୍ଷ 7.30 ଲକ୍ଷ ହେକ୍ଟର ଜମିରେ ଚାଷ କରାଯାଇଥିଲା ।

ତୈଳବୀଜ: ପ୍ରାୟ 9.28 ଲକ୍ଷ ହେକ୍ଟର ଜମିରେ ଚଳିତ ବର୍ଷ ତୈଳବୀଜ ଚାଷ କରାଯାଇଛି । ସେହି ତୁଳନାରେ ଗତ ବର୍ଷ 7.34 ଲକ୍ଷ ହେକ୍ଟର ଜମିରେ ତୈଳବୀଜ ଚାଷ କରାଯାଇଥିଲା ।

ଡାଲିଜାତୀୟ ଶସ୍ୟ ଓ ତୈଳବୀତ ସଂଗ୍ରହ:

ଲକଡାଉନ୍ ସମୟରେ ଚଳିତ ବର୍ଷ  5.89 ଲକ୍ଷ ମେଟ୍ରିକ ଟନ୍‌ ଚଣା, 4.97 ଲକ୍ଷ ମେଟ୍ରିକ୍‌ ଟନ୍‌ ସୋରିଷ ଏବଂ 4.99 ଲକ୍ଷ ମେଟି୍ରିକ୍‌ ଟନ୍‌ ଟୁର୍‌ ଡ଼ାଲି ନାଫେଡ଼୍‌ ଦ୍ୱାରା ସଂଗ୍ରହ କରାଯାଇଛି ।

ଗହମ ସଂଗ୍ରହ:

2020-21 ରବି ମାର୍କେଟିଂ ଋତୁରେ ମୋଟ 337.48 ଲକ୍ଷ ମେଟ୍ରିକ୍‌ ଟନ୍‌ ଗହମ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଦ୍ୱାରା ସଂଗ୍ରହ କରାଯାଇଛି । ସେଥି ମଧ୍ୟରୁ 326.96 ଲକ୍ଷ ମେଟ୍ରିକ୍‌ ଟନ୍‌ ଗହମ କ୍ରୟ କରାଯାଇଛି ।

ପିଏମ- କିଷାନ:

ଭାରତ ସରକାରଙ୍କ କୃଷି, ସମବାୟ ଓ କୃଷକ କଲ୍ୟାଣ ବିଭାଗ କୋଭିଡ଼ 19 ମହାମାରୀ ଜନିତ  ଲକଡାଉନ ସମୟରେ କୃଷକ ଏବଂ କୃଷି କାର୍ଯ୍ୟ ଯଥାରୀତି ଚାଲିବା ନିମନ୍ତେ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା  ମାଧ୍ୟମରେ ଲକଡାଉନ୍‌ ସମୟରେ 24.3 2020 ଠାରୁ ଆଜି ସୁଦ୍ଧା ପ୍ରାୟ 9. 55 କୋଟି କୃଷକ ପରିବାର ଉପକୃତ ହୋଇ ପାରିଛନ୍ତି ଏବଂ ସେମାନଙ୍କ ପାଇଁ ମୋଟ 19100.77 କୋଟି ଟଙ୍କା ରିଲିଜ୍‌ କରାଯାଇଛି ।



(Release ID: 1626250) Visitor Counter : 80