PIB Headquarters
38 ନୂତନ ମଣ୍ଡିକୁ ‘ଇ-ନାମ’ ପ୍ଲାଟଫର୍ମ ସହିତ ସମନ୍ୱିତ କରାଗଲା
• ଅଖିଳଭାରତୀୟ ଇଲୋକଟ୍ରୋନିକ କୃଷି ଉତ୍ପାଦ ବଜାର ପୋର୍ଟାଲର 18 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ପ୍ରଦେଶର ମଣ୍ଡି ସଂଖ୍ୟା 1000ରେ ପହଂଚିଲା
Posted On:
15 MAY 2020 12:48PM by PIB Bhubaneshwar
ଆଜି ଆଉ 38ଟି ନୂଆ ମଣ୍ଡିକୁ ଇ-ନାମ ପ୍ଲାଟଫର୍ମ ସହିତ ସମନ୍ୱିତ କରାଗଲା, ଯାହାର ପରିଣାମ ସ୍ୱରୂପ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁସାରେ 415 ମଣ୍ଡିର ଆଉ ଏକ ଉପଲବ୍ଧ ହାସଲ ହୋଇଛି । 38 ମଣ୍ଡି ମଧ୍ୟରୁ ମଧ୍ୟ ପ୍ରଦେଶ (19), ତେଲଙ୍ଗାନା (10), ମହାରାଷ୍ଟ୍ର (4) ଏବଂ ଗୁଜରାଟ, ହରିୟାଣା, ପଞ୍ଜାବ, କେରଳ ଏବଂ ଜମ୍ମୁ-କଶ୍ମୀରର ଗୋଟିଏ ଲେଖାଏଁ ମଣ୍ଡିକୁ ସମନ୍ୱିତ କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ 585 ମଣ୍ଡିଗୁଡିକର ସାମଗ୍ରିକ ସଫଳତା ସହିତ ଦ୍ୱିତୀୟ ପର୍ଯ୍ୟାୟରେ 415 ନୂତନ ମଣ୍ଡିକୁ ସମନ୍ୱିତ କରିବା ପାଇଁ ଇ-ନାମର ଅଧିକ ସଂପ୍ରସାରଣ କରାଗଲା । ଇ-ନାମ ପ୍ଲାଟଫର୍ମରେ ଏ ପର୍ଯ୍ୟନ୍ତ 18ଟି ରାଜ୍ୟ ଏବଂ ୩ଟି କେନ୍ଦ୍ର ଶାସିତ ପ୍ରଦେଶଗୁଡିକର 1000ଟି ମଣ୍ଡି ଅଛି ।
ଆଜି ଏହି ଅବସରରେ କ୍ଷୁଦ୍ର ଚାଷୀ କୃଷି ବ୍ୟବସାୟ ସଂଘ(ଏସଏଫସି), କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ତତ୍ୱାବଧାନରେ ଇ-ନାମକୁ ଲାଗୁ କରିବା ପାଇଁ ପ୍ରମୁଖ ସଂସ୍ଥା ଭାବେ, ଭାରତ ସରକାରଙ୍କର ସମସ୍ତ ଇ-ନାମ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡିକୁ ଧନ୍ୟବାଦ ପ୍ରଦାନ କରୁଛି, ବିଶେଷକରି ସେମାନଙ୍କର ବିପଣନ ବୋର୍ଡ, ମଣ୍ଡିର ସଚିବ, ପର୍ଯ୍ୟବେକ୍ଷକମାନଙ୍କୁ, ଗୁଣବତା ଯାଞ୍ଚ, ଓଜନ ଅପରେଟର, ସେବା ପ୍ରଦାନକାରୀ, କୃଷକ,ଏଫପିଓ, ବ୍ୟବସାୟୀ ଏବଂ ଟିମ୍ ଇ-ନାମର ଅସାଧାରଣ ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି ।
ରାଷ୍ଟ୍ରୀୟ କୃଷି ବଜାର (ଇ-ନାମ), ହେଉଛି ଏକ ଅଖିଳ ଭାରତୀୟ ଇଲେକ୍ଟ୍ରୋନିକ ବାଣିଜ୍ୟିକ ପୋର୍ଟାଲ, ଯାହାର ଉଦ୍ଘାଟନ 14 ଅପ୍ରେଲ 2016ରେ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏକ ଅନ୍ ଲାଇନ୍ ବଜାର ପ୍ଲାଟଫର୍ମ ଭାବେ କାର୍ଯ୍ୟ କରୁଥିବା ମଣ୍ଡିଗୁଡ଼ିକର ନେଟୱାର୍କିଂ କରିବାର ଉଦ୍ଦେଶ୍ୟରେ କରାଯାଇଥିଲା । ଯାହାଦ୍ୱାରା ଭାରତରେ କୃଷି ସାମଗ୍ରୀ ପାଇଁ ‘ଏକ ରାଷ୍ଟ୍ର - ଏକ ବଜାର’ର ନିର୍ମାଣ ହୋଇପାରିବ ।
ଭାରତ ସରକାରଙ୍କର ଏହି ଡିଜିଟାଲ ପଦକ୍ଷେପ, ସମସ୍ତ ଏପିଏଏମସି ସମ୍ବନ୍ଧିତ ସୂଚନା ଏବଂ ସେବା ପାଇଁ ଏକକ ବାତାୟନ ସେବା ପ୍ରଦାନ କରିଥାଏ, ଯାହାଦ୍ୱାରା କୃଷି ସାମଗ୍ରୀର ଆଗମନ, ଗୁଣବତ୍ତା ଯାଞ୍ଚ, ପ୍ରତିଯୋଗିତା ଭଳି ପ୍ରସ୍ତାବ ଏବଂ ଇଲେକ୍ଟ୍ରୋନିକ ପ୍ରାପ୍ୟ ସିଧାସଳଖ ଭାବେ କୃଷକଙ୍କ ଖାତରେ ଜମା ହୋଇଥାଏ । ଏହି ଅନଲାଇନ୍ ଡିଜିଟାଲ ବଜାର ନେଣଦେଣର ବ୍ୟୟକୁ କମ୍ କରିବାରେ, ସୂଚନାଗତ ସମସ୍ୟାକୁ ଦୂର କରିବାରେ ଏବଂ କୃଷକମାନଙ୍କୁ ଏବଂ ଅନ୍ୟ ହିତଧାରକଙ୍କ ପାଇଁ ବଜାରର ଉପଲବ୍ଧତାକୁ ସମ୍ପ୍ରସାରଣରେ ସହାୟତା କରିଥାଏ ।
ବିଗତ 4 ବର୍ଷରେ ଇ-ନାମ 1.66 କୋଟି କୃଷକମାନଙ୍କୁ, 1.31 ଲକ୍ଷ ବ୍ୟବସାୟୀମାନଙ୍କୁ, 73151 କମିଶନ ଏଜେଂଟ ଏବଂ 1012 ଏଫପିଓକୁ ଉପଯୋଗୀ କର୍ତ୍ତା ଭାବେ ପଞ୍ଜିକୃତ କରିଛି । 14 ମଇ 2020 ପର୍ଯ୍ୟନ୍ତ, ମୋଟ 3.43 କୋଟି ମେଟ୍ରିକ ଟନ୍ ଏବଂ 38.16 ଲକ୍ଷ ସଂଖ୍ୟାର (ବାଉଁଶ ଏବଂ ନଡ଼ିଆ)ର ମୋଟ ପରିମାଣରେ ସାମୁହିକ ଭାବେ ଇ-ନାମ ପ୍ଲାଟଫର୍ମରେ ଏକ ଲକ୍ଷ କୋଟି ଟଙ୍କାର ଉଲ୍ଲେଖନୀୟ କାରବାର ଅତିକ୍ରମ କରିଛି । ବର୍ତ୍ତମାନ ଖାଦ୍ୟଶସ୍ୟ, ତୈଳବୀଜ, ତନ୍ତୁ ଜାତୀୟ ସାମଗ୍ରୀ, ପନିପରିବା ଏବଂ ଫଳ ସମେମତ 150ଟି ସାମଗ୍ରୀର ବ୍ୟବସାୟ ଇ-ନାମରେ କରାଯାଉଛି ।
କୋଭିଡ଼-19 ଲକଡାଉନ୍ ସଙ୍କଟ କାରଣରୁ କୃଷକମାନଙ୍କୁ ହେଉଥିବା ସମସ୍ୟାଗୁଡ଼ିକର ସମାଧାନ କରିବା ପାଇଁ 2 ଅପ୍ରେଲ 2020ରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ମାନନୀୟ ଶ୍ରୀ ନରେନ୍ଦ୍ର ସିଂହ ତୋମର ଇ-ନାମ ପାଇଁ ତିନୋଟି ନୂତନ ମଡେଲର ଶୁଭାରମ୍ଭ କରିଥିଲେ ।
1.ଇ-ନାମରେ ଏଫପିଓ ମଡେଲ: ଏହି ମଡେଲ ଏଫପିଓକୁ ନିଜ ସଂଗ୍ରହକେନ୍ଦ୍ର ଯାହା ‘ଡିମଡ଼୍ ମାର୍କେଟ’ ଅବା ‘ସବ୍ ମାର୍କେଟ ବୋର୍ଡ’ ରୂପେ ଘୋଷିତ ହୋଇଛି, ସେଗୁଡ଼ିକରେ କୃଷି ସାମଗ୍ରୀର ବ୍ୟବସାୟର ସଂଚାଳନ କରିବାରେ ସମର୍ଥ କରିଥାଏ, ଏ ପର୍ଯ୍ୟନ୍ତ ଇ-ନାମ ପ୍ଲାଟଫର୍ମରେ 1012 ଏଫପିଓ ପଞ୍ଜିକୃତ ହୋଇଛି ଏବଂ 8.11 କୋଟି ଟଙ୍କା ମୂଲ୍ୟର 3053 ମେଟ୍ରିକ ଟନ କୃଷି ଉତ୍ପାଦର କାରବାର କରିଛି । ଏଥିରେ ନିକଟରେ ଆରମ୍ଭ କରାଯାଇଥିବା ଏଫପିଓ ମଡେଲ ମାଧ୍ୟମରେ 42 ଏଫପିଓ ନିଜର ସ୍ୱୟଂ ସଂଗ୍ରହ କେନ୍ଦ୍ରରୁ କାରବାର କରିଛନ୍ତି ।
2.ପଣ୍ୟାଗାର ଆଧାରିତ-(ଇଲୋକଟ୍ରୋନିକ ମଧ୍ୟସ୍ଥତା ପଣ୍ୟାଗାର ରସିଦ-ଇଏନଡବ୍ଲୁଆର) ବାଣିଜ୍ୟ : ପଣ୍ୟାଗାର ଆଧାରିତ-(ଇଲୋକଟ୍ରୋନିକ ମଧ୍ୟସ୍ଥତା ପଣ୍ୟାଗାର ରସିଦ-ଇଏନଡବ୍ଲୁଆର) ବାଣିଜ୍ୟ ପାଇଁ ଆନ୍ଧ୍ର ପ୍ରଦେଶ ଏବଂ ତେଲଙ୍ଗାନା ରାଜ୍ୟରେ ଡବ୍ଲୁ ଡିଆର ଏ (ଡଊଜଇ) ପଞ୍ଜିକରଣ କ୍ରମଶ: 23 ଏବଂ 14 କେନ୍ଦ୍ରୀୟ ଭଣ୍ଡାରଣ ନିଗମର ଗୋଦାମଗୁଡିକୁ ଏକ ସମୟତୁଲ୍ୟ ବଜାର ଭାବେ ଘୋଷଣା କରିଛି । ରାଜସ୍ଥାନ ସରକାର ନିକଟରେ 138ରାଜ୍ୟ ସରକାରୀ ଏବଂ ସମବାୟ ଗୋଦାମଗୁଡିକୁ ଉପ ବଜାର ପ୍ରାଙ୍ଗଣ ଭାବେ ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ ଏବଂ ପଞ୍ଜାବ ଗୋଦାମ ଆଧାରିତ ବ୍ୟବସାୟକୁ ସୁବିଧାଜନକ କରିବା ପାଇଁ ନିଜ ସମ୍ବନ୍ଧିତ ଏପିଏମସି ଅଧିନିୟମରେ ସଂଶୋଧନ ଆରମ୍ଭ କରିଛି ।
3. ଲଜିଷ୍ଟିକ ମଡେଲ : ଏହା କୃଷି ସାମଗ୍ରୀକୁ କ୍ଷେତରୁ ମଣ୍ଡିଗୁଡିକୁ ଏବଂ ମଣ୍ଡି ଗୁଡିକରୁ ଉପଭୋଗ କେନ୍ଦ୍ରଗୁଡିକ ପର୍ଯ୍ୟନ୍ତ ନେଇଯିବା ପାଇଁ ସୁବିଧା ପ୍ରଦାନ କରିଥାଏ । 2.3 ଲକ୍ଷ ଟ୍ରାନ୍ସପୋଟର୍ସ ଏବଂ 11.37 ଲକ୍ଷ ବାହନ ସହିତ ଜଡିତ ନଅ ଲଜିଷ୍ଟିକ ସେବା ଯୋଗାଣକାରୀ/ଏଗ୍ରିଗେଟର ଇ-ନାମ ଫ୍ଲାଟଫର୍ମ ସହିତ ଯୋଡି ହୋଇଛନ୍ତି ।
1 ମଇ 2020ରେ ଆରଇଏମଏସ-ୟୁଏମପି (ୟୁନାଇଟେଡ ମାର୍କେଟ ପୋର୍ଟାଲ) ଏବଂ ଇ-ନାମ ପୋର୍ଟାଲ ମଧ୍ୟରେ ଆନ୍ତଃ-ପରିଚାଳନା ଆରମ୍ଭ କରାଯାଇଥିଲା । ଏହି ନୂତନ ମଡେଲରେ କର୍ଣ୍ଣାଟକର ଆରଇଏମଏସ-ୟୁଏମପି ଏବଂ ଇ-ନାମ ପ୍ଲାଟଫର୍ମରେ କୃଷକ ଏବଂ ବ୍ୟବସାୟୀ ଆନ୍ତଃ-ପ୍ଲାଟଫର୍ମ ସହିତ ଯୋଡ଼ି ହୋଇ/ବ୍ୟବସାୟ କରି ପାରୁଛନ୍ତି । ଆନ୍ତଃ-ପରିଚାଳନା ସୁବିଧାଗୁଡ଼ିକ ଏବଂ ଏହାର ବିପରୀତରେ ରହିଥିବା ସୁଯୋଗ ସବୁର ଉପଯୋଗ କରି ବ୍ୟବସାୟ ପାଇଁ ଆହୁରି ଅଧିକ ବଜାର ପର୍ଯ୍ୟନ୍ତ ପହଂଚିବା ପାଇଁ ଏହି ପଦକ୍ଷେପ ସାହାଯ୍ୟ କରିବ ।
ଇ-ନାମର ଏହି ବୈପ୍ଳବିକ ପଦକ୍ଷେପ ନିଶ୍ଚିତ ଭାବେ କୃଷକ, ବ୍ୟବସାୟୀ ଏବଂ ମଣ୍ଡିଗୁଡ଼ିକୁ ସାମୁହିକ ଭାବରେ ଏକାଠି ହୋଇ ଏକ ଶାଖା ଭାବେ କାର୍ଯ୍ୟ କରିବା ଏବଂ ରାଷ୍ଟ୍ରକୁ ଅନ ଲାଇନ୍ ବିକ୍ରି ଏବଂ କୃଷି ସାମଗ୍ରୀ କିଣିବା ଦିଗରେ ଇ-ନାମ ପୋର୍ଟାଲ ମାଧ୍ୟମରେ ଆଗକୁ ନେଇ ଯିବାରେ ସହଯୋଗକାରୀ ଭାବେ ସାବ୍ୟସ୍ତ ହେବେ ଏବଂ ଏହାକୁ ଏକ ରାଷ୍ଟ୍ର-ଏକ ବଜାର ଲକ୍ଷ୍ୟ ଦିଗରେ ଆହୁରି ସୁଦୃଢ଼ କରିବେ ।
**********
(Release ID: 1624307)
Visitor Counter : 85