ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଅତି କମ/ପ୍ରାକ୍‌-ଲକ୍ଷଣାତ୍ମକ କୋଭିଡ଼-19 ରୋଗୀଙ୍କ ପାଇଁ ଘରୋଇ ସଙ୍ଗରୋଧ ସଂପର୍କୀତ ସଂଶୋଧିତ ନିର୍ଦ୍ଦେଶାବଳୀ

Posted On: 15 MAY 2020 6:41PM by PIB Bhubaneshwar

1.     ବିଷୟ ପରିସର

ଏହି ନିର୍ଦ୍ଦେଶାବଳୀ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ 7, 2020 ତାରିଖ ଦିନ କୋଭିଡ଼-19 ସଂକ୍ରମିତ ରୋଗୀ ବୋଲି ସନ୍ଦେହ କରାଯାଉଥିବା/ସୁନିଶ୍ଚିତ ରୋଗୀଙ୍କ ଉପଯୁକ୍ତ ପରିଚାଳନା ନିମନ୍ତେ ଜାରି ଗାଇଡ଼ ଲାଇନ ସହ ଅତିରିକ୍ତ ନିର୍ଦ୍ଦେଶାବଳୀ ଭାବେ ବିବେଚନା କରାଯିବ

ପ୍ରଚଳିତ ଗାଇଡ଼ ଲାଇନ୍ଅନୁସାରେ, ରୋଗୀମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଅନ୍ୟମାନଙ୍କ ଠାରୁ ପୃଥକୀକରଣ କରାଯାଇ ସେମାନଙ୍କୁ ଚିକିତ୍ସା ବିଧାନ ମତେ ଖୁବ୍ଅଳ୍ପ/ଅଳ୍ପ କିମ୍ବା ପ୍ରବଳ ଭାବେ ସଂକ୍ରମିତ ରୋଗୀ ବୋଲି ବର୍ଗୀକୃତ କରାଯିବତଦନୁସାରେ ସେମାନଙ୍କୁ (1) କୋଭିଡ଼ କେୟାର କେନ୍ଦ୍ର (2) ସମର୍ପିତ କୋଭିଡ଼ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା (3) ସମର୍ପିତ କୋଭିଡ଼ ହସପିଟାଲରେ ଯଥାକ୍ରମେ ଭର୍ତ୍ତି କରାଯିବଅତି କମ୍ଆକ୍ରାନ୍ତ/ପ୍ରାକ୍-ଲକ୍ଷଣଯୁକ୍ତ ରୋଗୀମାନଙ୍କ ସକାଶେ ଘରୋଇ ସଙ୍ଗରୋଧ ବାସ ସଂପର୍କୀତ ଗାଇଡ଼ ଲାଇନ୍ଏପ୍ରିଲ 27, 2020 ତାରିଖ ଦିନ ଜାରି କରାଯାଇଥିଲାବର୍ତ୍ତମାନର ଗାଇଡ଼ ଲାଇନ୍ଏପ୍ରିଲ 27, 2020 ତାରିଖ ଦିନ ଜାରି ଗାଇଡ଼ ଲାଇନ୍କୁ ନିରାକୃତ କରି ଘୋଷଣା କରାଯାଇଛି

ତେବେ, ଅତି କମ୍/ପ୍ରାକ୍ଲକ୍ଷଣଯୁକ୍ତ ରୋଗୀ ଯେଉଁମାନଙ୍କର କି ନିଜ ଘରେ ଏକାନ୍ତବାସରେ ରହିବାର ସକଳ ପ୍ରକାର ସୁବିଧା ଉପଲବ୍ଧ ରହିଛି ସେମାନେ ଚାହିଁଲେ ଘରୋଇ ଏକାନ୍ତବାସରେ ରହିପାରିବେ

2. ଘରୋଇ ଏକାନ୍ତବାସ ପାଇଁ ଯୋଗ୍ୟତା

a) ଉଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଚିକିତ୍ସା ଦୃଷ୍ଟିରୁ ଅତି କମ୍/ପ୍ରାକ୍- ଲକ୍ଷଣଯୁକ୍ତ ବୋଲି ତାଙ୍କୁ ଚିକିତ୍ସା କରୁଥିବା ମେଡ଼ିକାଲ ଅଧିକାରୀ ଚିହ୍ନିତ କରିଥିବେ

b) ସେଭଳି ରୋଗୀଙ୍କର ଆତ୍ମ ଏକାନ୍ତବାସ ପାଇଁ ନିଜ ଘରେ ଆବଶ୍ୟକ ସୁବିଧା ଉପଲବ୍ଧ ଥିବ ଏବଂ ସେମାନଙ୍କର ପରିବାରବର୍ଗଙ୍କ ସକାଶେ ସଙ୍ଗରୋଧ ବାସ ନିମନ୍ତେ ମଧ୍ୟ ସୁବିଧା ଥିବ

c) ସେହି ରୋଗୀଙ୍କୁ ସେବା ଯତ୍ନ ଯୋଗାଇ ଦେବା ସକାଶେ ଜଣେ ସେବାକାରୀ ଚବିଶ ଘଣ୍ଟା ଉପଲବ୍ଧ ଥିବେଘରୋଇ ଏକାନ୍ତବାସର ପୂର୍ଣ୍ଣ ଅବଧି ମଧ୍ୟରେ ସେବାଯତ୍ନ ପ୍ରଦାନାକାରୀ ଏବଂ ହସପିଟାଲ ମଧ୍ୟରେ ଯୋଗାଯୋଗ ଲିଙ୍କ୍ରହିଥିବା ପ୍ରାଥମିକ ଆବଶ୍ୟକତା

d) ପ୍ରୋଟୋକଲ ଅନୁସାରେ ସେବାପ୍ରଦାନକାରୀ ଏବଂ ସେଭଳି ରୋଗୀଙ୍କ ଘନିଷ୍ଠ ସଂପର୍କରେ ଆସୁଥିବା ସମସ୍ତ ବ୍ୟକ୍ତି ହାଇଡ଼୍ରୋକ୍ସିକ୍ଲୋରୋକୁଇନ୍ପ୍ରୋଫିଲାକ୍ସିସ୍ଖାଇବା ଜରୁରି ଏବଂ ତାହା ଚିକିତ୍ସା ଦାୟିତ୍ୱରେ ଥିବା ମେଡ଼ିକାଲ ଅଧିକାରୀଙ୍କ ଉପଦେଶ ଅନୁସାରେ ସେବନ କରାଯିବ

e) ଆରୋଗ୍ୟ ସେତୁଆପ୍କୁ ମୋବାଇଲ୍ରେ ଡାଉନଲୋଡ଼ କରନ୍ତୁ (ଏହା http://www.mygov.in/aarogya-setu-app/‌ରେ ଉପଲବ୍ଧ) ଏବଂ ଏହା ସଦାସର୍ବଦା ସକ୍ରିୟ ରହିଥିବା ଆବଶ୍ୟକ (ବ୍ଲୁ ଟୁଥ୍ଏବଂ ୱାଇ-ଫାଇରେ)

f) ସଂପୃକ୍ତ ରୋଗୀ ସ୍ୱୀକୃତି ପ୍ରଦାନ କରିବା ଆବଶ୍ୟକ ଯେ ତାଙ୍କର ସ୍ୱାସ୍ଥ୍ୟକୁ ମନିଟର କରାଇବେ ଏବଂ ନିଜର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ନିୟମିତ ଭାବେ ଜିଲ୍ଲା ସର୍ଭେଲାନ୍ସ ଅଧିକାରୀଙ୍କୁ ଅବଗତ କରାଇବେ ଯଦ୍ୱାରା ସର୍ଭେଲାନ୍ସ ଟିମ୍ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିପାରିବେ

g)  ସଂପୃକ୍ତ ରୋଗୀ ନିଜର ଆତ୍ମ-ଏକାନ୍ତବାସ ସଂପର୍କରେ ଏକ ଅଣ୍ଡରଟେକିଂ (ପରିଶିଷ୍ଟ-1) ପୂରଣ କରିଦେବେ ସ୍ୱଗୃହ ସଙ୍ଗରୋଧ ବାସର ସମସ୍ତ ଗାଇଡ଼ ଲାଇନ୍ପାଳନ କରିବେସେହିଭଳି ବ୍ୟକ୍ତିଙ୍କୁ  ସ୍ୱଗୃହ ସଙ୍ଗରୋଧ ବାସ ପାଇଁ ଯୋଗ୍ୟ ବିବେଚିତ କରାଯିବ

h)   https://www.mohfw.gov.in/pdf/Guidelinesforhomequarantine.pdfରେ ଉପଲବ୍ଧ ସ୍ୱଗୃହ ସଙ୍ଗରୋଧ ବାସ ଗାଇଡ଼ ଲାଇନ୍ଅତିରିକ୍ତ  ତାଙ୍କୁ ସେବାଯତ୍ନ ଯୋଗାଉଥିବା ବ୍ୟକ୍ତିଙ୍କ ପାଇଁ  ତଥା ରୋଗୀମାନଙ୍କ ଲାଗି ଅନ୍ୟାନ୍ୟ ଆବଶ୍ୟକ ନିର୍ଦ୍ଦେଶାବଳୀ ଯାହାକି ପରିଶିଷ୍ଟ -2ରେ ଦର୍ଶାଯାଇଛି ତାହାକୁ ମଧ୍ୟ ଅନୁପାଳନ କରିବାକୁ ପଡ଼ିବ

3.  କେତେବେଳେ ମେଡ଼ିକାଲ ଚିକିତ୍ସା ଆବଶ୍ୟକ ହେବ

ରୋଗୀ/ ସେବା ପ୍ରଦାନକାରୀ ସେମାନଙ୍କର ସ୍ୱାସ୍ଥ୍ୟକୁ ନିୟମିତ ଭାବେ ମନିଟର କରୁଥିବେଯଦି ସେହି ଅବସ୍ଥାରେ କୌଣସି ଗୁରୁତର ସଂକେତ କିମ୍ବା ଲକ୍ଷଣ ଜଣାପଡ଼େ ତେବେ ତୁରନ୍ତ ମେଡ଼ିକାଲ ଚିକିତ୍ସା ସେବା ଲୋଡ଼ିବା ଆବଶ୍ୟକସେଥି ମଧ୍ୟରେ ରହିଛି

a) ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା

b) ନିରବଚ୍ଛିନ୍ନ ଭାବେ ଛାତିରେ ଯନ୍ତ୍ରଣା/ଚାପ ଅନୁଭବ କରିବା

c) ମାନସିକ ବିଭ୍ରାନ୍ତି କିମ୍ବା ନିଜକୁ ସମ୍ଭାଳିବାରେ ଅସମ୍ଭବ ବୋଲି ମଣିବା

d) ଓଠ/ମୁହଁ ରଙ୍ଗ ନୀଳ ପଡ଼ିଯିବା ଏବଂ

e) ଚିକିତ୍ସା କରୁଥିବା ମେଡ଼ିକାଲ ଅଧିକାରୀଙ୍କ ପରାମର୍ଶ ମତେ

4. ସ୍ୱଗୃହ ଏକାନ୍ତବାସ କେତେବେଳେ ତ୍ୟାଗ କରିବ

ଜଣେ ରୋଗୀଙ୍କୁ କରୋନା ଲକ୍ଷଣ ଜଣା ପଡ଼ିବା ପରେ ସ୍ୱଗୃହ ଏକାନ୍ତବାସର 17 ଦିନ ପରେ ସେ ସ୍ୱଗୃହ ଏକାନ୍ତବାସ ଶେଷ କରିପାରିବେ (କିମ୍ବା ପ୍ରାକ୍ଲକ୍ଷଣଯୁକ୍ତ ରୋଗୀଙ୍କ କ୍ଷେତ୍ରରେ ନମୁନା ସଂଗ୍ରହ ତାରିଖଠାରୁ ) ଏବଂ ତାଙ୍କୁ ଗତ 10 ଦିନ ମଧ୍ୟରେ  ଆଦୌ ଜ୍ୱର ହୋଇନଥିବା ଆବଶ୍ୟକସ୍ୱଗୃହ ଏକାନ୍ତବାସ ପରେ ତାଙ୍କର ଆଉ ପରୀକ୍ଷା କରିବାର ଆବଶ୍ୟକତା ନାହିଁ

ପରିଶିଷ୍ଟ -1

ଆତ୍ମ- ଏକାନ୍ତବାସ ପାଇଁ ଅଙ୍ଗୀକାରବଚନ

ମୁଁ . . . . . . . . . . . . . . . . . . . . . . . .ପୁତ୍ର/ସ୍ୱୀମୀ. . . . . . . . . . . . . . . . . . . . ନିବାସ ସ୍ଥାନ. . . . . . . . . . . . . . . . . .କୋଭିଡ଼- 19 ସଂକ୍ରମିତ ବୋଲି ନିଶ୍ଚିତ ଭାବେ/ ସନ୍ଦେହରେ ବିବେଚିତ ହୋଇଥିବାରୁ, ଏତଦ୍ୱାରା ସ୍ୱେଚ୍ଛାକୃତ ଭାବେ ଅଙ୍ଗୀକାର ବଚନ ପ୍ରଦାନ କରୁଛି ଯେ ମୁଁ ନିର୍ଦ୍ଧାରିତ ଅବଧିରେ ସବୁ ସମୟ ପାଇଁ ନିଷ୍ଠାର ସହ ଆତ୍ମ- ଏକାନ୍ତବାସର ନିୟମ ପାଳନ କରିବିସେହି ଅବଧିରେ ମୁଁ ମୋର ସ୍ୱାସ୍ଥ୍ୟକୁ ମନିଟର କରିବି ଏବଂ ଯେଉଁମାନେ ମୋ ଆଖପାଖରେ ରହିଛନ୍ତି ଏବଂ ମୋ ସହ ସର୍ଭେଲାନ୍ସ ଟିମ୍ଭାବେ ସେମାନଙ୍କର ଦାୟିତ୍ୱ ସଂପାଦନ ବେଳେ ଚଳପ୍ରଚଳ ହୋଉଛନ୍ତି କଲ୍ସେଣ୍ଟର (1075) ସହ ଯୋଗାଯୋଗରେ ଅଛନ୍ତି, ଯଦ୍ୟପି ମୋର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଅବନତିର ଲକ୍ଷଣ ଦେଖାଦିଏ କିମ୍ବା ମୋର କୌଣସି ଘନିଷ୍ଠ ପରିବାର ସଦସ୍ୟଙ୍କ ଠାରେ କୋଭିଡ଼ -19ର ଲକ୍ଷଣ ଦେଖାଦିଏ ସେ ସଂପର୍କରେ ମୁଁ ସୂଚୀତ କରିବି

ମୋର ଆତ୍ମ ଏକାନ୍ତବାସ ସମୟରେ ମୋତେ କି କି ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ସେ ସଂପର୍କରେ ମୋତେ ବିସ୍ତୃତ ଭାବେ ବୁଝାଇ ଦିଆଯାଇଛି ଏବଂ ମୁଁ ସେସବୁକୁ  ନିଷ୍ଠାର ସହ ଅନୁପାଳନ କରିବି

ଆତ୍ମ ଏକାନ୍ତବାସ ସଂପର୍କୀତ ପ୍ରୋଟୋକଲକୁ ବିଧିବଦ୍ଧ ଭାବେ ଅନୁପାଳନ ନକଲେ ପ୍ରଚଳିତ ଆଇନ ଅନୁସାରେ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ

ସ୍ୱାକ୍ଷର-----------------------------------

ତାରିଖ-----------------------------------

ଯୋଗାଯୋଗ ଟେଲିଫୋନ ନମ୍ବର-------------

ପରିଶିଷ୍ଟ -2

ସେବା ପ୍ରଦାନକାରୀଙ୍କ ପାଇଁ ନିର୍ଦ୍ଦେଶାବଳୀ

•        ମାସ୍କ: ଯେତେବେଳେ ସେବା ପ୍ରଦାନକାରୀ ଅସୁସ୍ଥ ବ୍ୟକ୍ତିଙ୍କ ସହ ଏକା କୋଠରୀରେ ଥିବେ ସେତେବେଳେ ସେ ତିନିପରସ୍ତଯୁକ୍ତ ମେଡ଼ିକାଲ୍ମାସ୍କ ଉପଯୁକ୍ତ ଭାବେ ପରିଧାନ କରିବେମାସ୍କର ଉପରିଭାଗକୁ କଦାପି ଛୁଆଁଯିବ ନାହିଁ କିମ୍ବା ବ୍ୟବହାର ସମୟରେ ଅନ୍ୟ କୌଣସି ମତେ ଏପଟ ସେପଟ କରାଯିବ ନାହିଁଯଦି ନାକରୁ ପାଣି ବାହାରି ତାହା ଓଦା କିମ୍ବା ମଇଳା ହୋଇଯାଏ ତେବେ ତାହାକୁ ତୁରନ୍ତ ବଦଳାଇ ଦିଆଯିବା ଆବଶ୍ୟକବ୍ୟବହାର ପରେ ମାସ୍କକୁ ନଷ୍ଟ କରିଦିଆଯିବ ଏବଂ ମାସ୍କକୁ ପରିତ୍ୟାଗ କରିବା ପରେ ହାତକୁ ଭଲଭାବେ ଧୋଇ ସଫା କରାଯିବ

•        ସେବା ପ୍ରଦାନକାରୀ ବ୍ୟକ୍ତି ନିଜ ମୁହଁ, ନାକ କିମ୍ବା ପାଟିକୁ ଛୁଇଁବାରୁ ବିରତ ରହିବା ବାଂଛନୀୟ

•        ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ କିମ୍ବା ତାଙ୍କ ଆଖପାଖ ପରିବେଶ ସଂସ୍ପର୍ଶରେ ଆସିବା ପରେ ହାତ ସଫେଇକୁ ସୁନିଶ୍ଚିତ କରାଯିବା ଉଚିତ

•        ଖାଦ୍ୟ ପ୍ରସ୍ତୁତ, ଖାଇବା ପୂର୍ବରୁ, ଶୌଚାଗାର ବ୍ୟବହାର ପରେ ଏବଂ ଯେତେବେଳେ ହାତ ମଇଳା ଦିଶିବ ସେତେବେଳେ ହାତକୁ ପରିଷ୍କାର ଭାବେ ଧୋଇ ସଫା କରିବା ଆବଶ୍ୟକହାତ ଧୋଇବା ନିମନ୍ତେ ସାବୁନ ଜଳ ବ୍ୟବହାର କରନ୍ତୁ ଏବଂ ଅନ୍ୟୁନ 40 ସେକେଣ୍ଟ ପର୍ଯ୍ୟନ୍ତ ଉତ୍ତମ ଭାବେ ହାତକୁ ରଗଡ଼ି ଧୁଅନ୍ତୁଆଲକୋହଲ ଭିତ୍ତିକ ହାତ ସଫା ଲିକୁଇଡ଼ ମଧ୍ୟ ବ୍ୟବହାର କରାଯାଇପାରେ, ତେବେ ହାତ ମଇଳା ବୋଲି ଯେତେବେଳେ ଦୃଶ୍ୟ ହେଉନଥିବ ସେତେବେଳେ ଏପରି କରିବା ଉଚିତ

•        ସାବୁନ ପାଣିରେ ହାତ ଧୋଇସାରିବା ପରେ, ଆବଶ୍ୟକ ସ୍ଥଳେ ଡ଼ିସପୋଜେବଲ କାଗଜ ଟାୱେଲ୍ବ୍ୟବହାର କରି ହାତକୁ ଶୁଖାନ୍ତୁଯଦି ତାହା ଉପଲବ୍ଧ ନଥିବ, ତେବେ ସମର୍ପିତ ସଫା କପଡ଼ା ଟାୱେଲ୍ରେ ହାତ ପୋଛନ୍ତୁ ଏବଂ ତାହା ଓଦା ହୋଇଗଲେ ତାହାକୁ ବଦଳାଇ ଦିଅନ୍ତୁ

•        ରୋଗୀଙ୍କ ସଂସ୍ପର୍ଶରେ ଆସିବା:ରୋଗୀଙ୍କ ଦେହରୁ ନିର୍ଗତ କୌଣସି ପ୍ରକାର ଫ୍ଲୁଇଡ଼ର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସନ୍ତୁ ନାହିଁବିଶେଷ କରି ପାଟି କିମ୍ବା ଶ୍ୱାସକ୍ରିୟାରୁ ନିର୍ଗତ ଲାଳ ସହରୋଗୀଙ୍କ ସେବାଶୁଶ୍ରୁଷା କଲାବେଳେ ଡିସପୋଜେବଲ୍ଗ୍ଲୋଭ୍ବ୍ୟବହାର କରନ୍ତୁଗ୍ଲୋଭ୍ହାତରେ ପିନ୍ଧିବା ପୂର୍ବରୁ ତାହା କାଢ଼ିଲା ପରେ ହାତକୁ ଭଲ ଭାବେ ସାବୁନରେ ଧୋଇ ସଫା କରିନିଅନ୍ତୁ

•        ରୋଗୀଙ୍କ ଆଖପାଖ ପରିବେଶରେ ଥିବା ସମ୍ଭାବ୍ୟ ସଂକ୍ରମିତ ବସ୍ତୁ ସଂସ୍ପର୍ଶରେ ଆସିବାକୁ ଏଡ଼ାନ୍ତୁ(ଉଦାହରଣ ସ୍ୱରୂପ; ତାଙ୍କ ସହ ଏକତ୍ର ମିଶି ଗୋଟିଏ ସିଗାରେଟ ପିଅନ୍ତୁ ନାହିଁ, ଖାଇବା ଥାଳି, ପାତ୍ର, ପାନୀୟ, ବ୍ୟବହୃତ ଟାୱେଲ୍କିମ୍ବା ବେଡ଼ସିଟ୍ଇତ୍ୟାଦି)

•        ରୋଗୀଙ୍କୁ ତାଙ୍କ ନିଜ କୋଠରୀରେ ହିଁ ଖାଦ୍ୟ ଯୋଗାଇ ଦିଆଯିବା ଆବଶ୍ୟକ

•        ରୋଗୀ ବ୍ୟବହାର କରିଥିବା ବାସନକୁସନ ଇତ୍ୟାଦିକୁ ସାବୁନ/ ଡିଟରଜେଣ୍ଟ ପାଣି ଆଦିରେ ଗ୍ଲୋଭସ୍ପିନ୍ଧି ଉତ୍ତମ ରୂପେ ସଫା କରାଯିବା ଆବଶ୍ୟକବାସନକୁସନକୁ ରୋଗୀଙ୍କ ପାଇଁ ପୁନଃବ୍ୟବହାର କରାଯାଇପାରେଗ୍ଲୋଭସ୍ଓହ୍ଲାଇବା ପରେ ଏବଂ ରୋଗୀ ବ୍ୟବହାର କରିଥିବା ସାମଗ୍ରୀକୁ ଛୁଇଁଥିଲେ ତାପରେ ହାତକୁ ଭଲଭାବେ ସାବୁନରେ ଧୋଇ ସଫା କରନ୍ତୁ

•        ଚଟାଣ ସଫେଇ ବେଳେ କିମ୍ବା ରୋଗୀ ବ୍ୟବହାର କରିଥିବା ପରିଧାନ ବା ଅନ୍ୟାନ୍ୟ ଶେଯ ବିଛଣା ସଜଡ଼ାସଜଡ଼ି କଲାବେଳେ ତିନିପରସ୍ତଯୁକ୍ତ ମାସ୍କ ଏବଂ ଡିସପୋଜେବଲ୍ଗ୍ଲୋଭସ୍ବ୍ୟବହାର କରନ୍ତୁଗ୍ଲୋଭସ୍ପିନ୍ଧିବା ପୂର୍ବରୁ ଏବଂ ତାହା ଓହ୍ଲେଇବା ପରେ ହାତକୁ ସାବୁନରେ ଭଲ ଭାବେ ସଫା କରିନିଅନ୍ତୁ

•        ରୋଗୀଙ୍କ ଚିକିତ୍ସାସେବାରେ ନିୟୋଜିତ ବ୍ୟକ୍ତି ସୁନିଶ୍ଚିତ କରୁଥିବେ ଯେ ରୋଗୀ ନିର୍ଦ୍ଦେଶ ମତେ ଚିକିତ୍ସା ଉପଦେଶ ପାଳନ କରୁଛନ୍ତି

•        ସେବା ପ୍ରଦାନକାରୀ ଏବଂ ରୋଗୀଙ୍କ ଘନିଷ୍ଠ ସଂପର୍କରେ ଆସୁଥିବା ବ୍ୟକ୍ତି ସେମାନଙ୍କର ସ୍ୱାସ୍ଥ୍ୟକୁ ନିଜେ ମନିଟର କରୁଥିବେ ଏବଂ ପ୍ରତିଦିନ ନିଜର ତାପମାତ୍ରା ମନିଟରିଂ କରିବେଯଦି ସେମାନଙ୍କ ଠାରେ କୋଭିଡ଼-19ର କୋଣସି ପ୍ରକାର ଲକ୍ଷଣ ଦେଖାଦିଏ (ଯଥା, ଜ୍ୱର, କାଶ/ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା) ତେବେ ସେ ସଂପର୍କରେ ଡାକ୍ତରଙ୍କୁ ତୁରନ୍ତ ଅବଗତ କରିବେ

ରୋଗୀଙ୍କ ପାଇଁ ନିର୍ଦ୍ଦେଶାବଳୀ

•        ରୋଗୀମାନେ ସଦାବେଳେ ତିନିପରସ୍ତଯୁକ୍ତ ମେଡ଼ିକାଲ ମାସ୍କ ପରିଧାନ କରିବେପ୍ରତି 8 ଘଣ୍ଟା ଅନ୍ତରରେ ସେମାନେ ପରିଧାନ କରିଥିବା ମାସ୍କକୁ ପରିତ୍ୟାଗ କରିବେ କିମ୍ବା ଯଦି ତାହା ଓଦା ହୋଇଯାଏ କିମ୍ବା ମଇଳା ହୋଇଯାଏ  ତେବେ ତାହା ପୂର୍ବରୁ ପରିତ୍ୟାଗ କରିବେ

•        ପରିତ୍ୟାଗ କରାଯାଉଥିବା ମାସ୍କକୁ 1% ସୋଡ଼ିୟମ୍ହାଇପୋ- କ୍ଲୋରାଇଟ୍ରେ ଜୀବାଣୁ ରହିତ କରାଯିବା ପରେ ତାହାକୁ ନଷ୍ଟ କରାଯିବା ଉଚିତ

•        ରୋଗୀ ସଦାବେଳେ ଚିହ୍ନିତ କୋଠରୀରେ ହିଁ ରହିବା ବାଂଛନୀୟଘରର ଅନ୍ୟ ସଦସ୍ୟମାନଙ୍କ ଠାରୁ ସେ ଦୂରେଇ ରହିବା ଉଚିତବିଶେଷ କରି ବୟସ୍କ ଅନ୍ୟାନ୍ୟ ବ୍ୟକ୍ତି ଯେଉଁମାନେ କି ହାଇପରଟେନସନ୍, ହୃଦ୍ରୋଗାକ୍ରାନ୍ତ, ଉଦର ରୋଗ ଆଦିରେ ପୀଡ଼ିତ କୋ- ମରବିଡ଼୍ସ୍ଥିତିରେ ଅଛନ୍ତି ସେମାନଙ୍କ ଠାରୁ ରୋଗୀଙ୍କୁ ଦୂରେଇ ରଖାଯିବା ଆବଶ୍ୟକ

•        ରୋଗୀଙ୍କ ଶରୀରର ଜଳୀୟ ଅଂଶକୁ ସ୍ଥିର ରଖିବା ଲାଗି ତାଙ୍କୁ ଯଥେଷ୍ଟ ବିଶ୍ରାମ ନେବା ଦରକାର ଏବଂ ସେ ଯଥେଷ୍ଟ ପାନୀୟ ପିଇବା ମଧ୍ୟ ଉଚିତ

•        ସଦାବେଳେ ଶ୍ୱାସକ୍ରିୟା ଜନିତ ଉପଦେଶାବଳୀକୁ ମାନି କାର୍ଯ୍ୟ କରିବା ଉଚିତ

•        ହାତକୁ ବାରମ୍ବାର ସାବୁନ ଜଳରେ ଅନ୍ୟୁନ 40 ସେକେଣ୍ଡ ପର୍ଯ୍ୟନ୍ତ ଧୁଆଯିବା ଉଚିତ କିମ୍ବା ଆଲକୋହଲ ଆଧାରିତ ସାନିଟାଇଜରରେ ସଫା କରାଯିବା ଦରକାର

•        ନିଜର ବ୍ୟକ୍ତିଗତ ସାମଗ୍ରୀକୁ ଅନ୍ୟମାନଙ୍କ ସହ ମିଶି ବ୍ୟବହାର କରନ୍ତୁ ନାହିଁ

•        ଘରର ଯେଉଁ ଚଟାଣ ଅନ୍ୟାନ୍ୟ ସ୍ଥାନ (ଯଥା, ଟେବୁଲ ଉପର, କବାଟର ନବ୍, ହ୍ୟାଣ୍ଡଲ୍ଇଦ୍ୟାଦି) ସଂସ୍ପର୍ଶରେ ବାରମ୍ବାର ରୋଗୀ ଆସୁଥିବେ ତାହାକୁ ଭଲ ଭାବେ ସଫା କରାଯିବା ଦରକାରସେ ସବୁକୁ 1% ହାଇପୋକ୍ଲୋରାଇଟ୍ଦ୍ରବଣରେ ସଫା କରାଯିବା ଭଲ

•        ରୋଗୀ ସଦାବେଳେ ନିଷ୍ଠାର ସହ ଚିକିତ୍ସକଙ୍କ ଉପଦେଶ ଏବଂ ମେଡ଼ିକେସନ୍ମାର୍ଗଦର୍ଶିକା ମାନି ଚଳିବା ଉଚିତ

•        ରୋଗୀ ତାଙ୍କର ସ୍ୱାସ୍ଥ୍ୟକୁ ପ୍ରତିଦିନ ଆତ୍ମ ମନିଟନ କରିବା ଦରକାରସେଥିରେ ଦୈନିକ ନିଜ ଶରୀରର ତାପମାତ୍ରା ମନିଟର କରିବା ସାମିଲଏବଂ ଯଦି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଅବନତି ଦେଖାଦିଏ ତେବେ ତାହା ତୁରନ୍ତ ରିପୋର୍ଟ କରାଯିବା ଉଚିତ

 

**************

 

 

 

 



(Release ID: 1624128) Visitor Counter : 115