PIB Headquarters

କୃଷି ଉତ୍ପାଦର ବିପଣନ ପାଇଁ ‘ଇ-ନାମ’ ପ୍ଲାଟଫର୍ମରେ ଯୋଡ଼ି ହେଲା 10 ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର 177 ନୂତନ ମଣ୍ଡି

• କୃଷକମାନଙ୍କୁ ଲାଭ ପହଂଚାଇବା ପାଇଁ ଇ-ନାମକୁ ଅଧିକ ସୁଦୃଢ଼ କରିବାର ପ୍ରୟାସ କରାଯିବା ଉଚିତ-ଶ୍ରୀ ନରେନ୍ଦ୍ର ସିଂହ ତୋମର

Posted On: 11 MAY 2020 1:02PM by PIB Bhubaneshwar

କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ସିଂହ ତୋମର କୃଷି ବିପଣନକୁ ସୁଦୃଢ଼ କରିବା ଏବଂ କୃଷକମାନଙ୍କୁ ଅନ୍ ଲାଇନ୍ ପୋର୍ଟାଲ ମାଧ୍ୟମରେ ନିଜ ଉତ୍ପାଦିତ ଫସଲ ବିକ୍ରି କରିବାର ସୁବିଧା ପ୍ରଦାନ କରିବା ପାଇଁ ରାଷ୍ଟ୍ରୀୟ କୃଷି ବଜାର (ଇ-ନାମ) ସହିତ ଆଜି 177 ନୂତନ ମଣ୍ଡିକୁ ସାମିଲ କରିଛନ୍ତି । ଆଜି ସାମିଲ ହୋଇଥିବା ମଣ୍ଡିଗୁଡ଼ିକ ମଧ୍ୟରେ ଗୁଜରାଟ (17), ହରିୟାଣା (26), ଜମ୍ମୁ ଏବଂ କଶ୍ମୀର (1), କେରଳ (5), ମହାରାଷ୍ଟ୍ର (54), ଓଡ଼ିଶା (15), ପଞ୍ଜାବ (17), ରାଜସ୍ଥାନ (25), ତମିଲନାଡ଼ୁ (13) ଏବଂ ପଶ୍ଚିମବଙ୍ଗ (1) । ଏହି 177ଟି ଅତିରିକ୍ତ ମଣ୍ଡିଗୁଡ଼ିକର ଶୁଭାରମ୍ଭ ସହିତ ସାରା ଦେଶରେ ଇ-ନାମ ମଣ୍ଡି ସଂଖ୍ୟା 992 ହୋଇଛି ।

ଭିଡ଼ିଓ କନଫରେନ୍ସିଂ ଜରିଆରେ ମଣ୍ଡିଗୁଡ଼ିକର ଶୁଭାରମ୍ଭ କରି, ଶ୍ରୀ ତୋମର କହିଛନ୍ତି ଯେ କୃଷକମାନଙ୍କୁ ଲାଭ ପହଂଚାଇବା ପାଇଁ ଇ-ନାମକୁ ଅଧିକ ସୁଦୃଢ଼ କରିବାର ପ୍ରୟାସ କରାଯିବା ଉଚିତ । ସେ କହିଲେ କି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କୃଷକମାନଙ୍କ ଲାଭ ପାଇଁ ସୂଚନା ପ୍ରଯୁକ୍ତିବିଦ୍ୟାର ମହତ୍ୱାକାଂକ୍ଷୀ ଉପଯୋଗ ଭାବେ ଇ-ନାମ ପୋର୍ଟାଲର ପରିକଳ୍ପନା କରାଯାଇଛି ।

ଏହା ପୂର୍ବରୁ, 785 ମଣ୍ଡିକୁ 17 ରାଜ୍ୟ ଏବଂ 2ଟି କେନ୍ଦ୍ର ଶାସିତ ପ୍ରଦେଶକୁ ଇ-ନାମ ସହିତ ଯୋଡ଼ା ଯାଇଥିଲା, ଯାହାର ଉପଯୋଗ 1.66 କୋଟି କୃଷକ, 1.30 ଲକ୍ଷ ବ୍ୟବସାୟୀ ଏବଂ 71,911 କମିଶନ ଏଜେଂଟ କରୁଥିଲେ । ଇ-ନାମ ପ୍ଲାଟଫର୍ମରେ 9 ମଇ 2020 ପର୍ଯ୍ୟନ୍ତ, ମୋଟ 3.43 କୋଟି ମେଟ୍ରିକ ଟନ ଏବଂ ସଂଖ୍ୟା ଆଧାରରେ 37.93 ଲକ୍ଷ (ବାଉଁଶ ଏବଂ ନଡ଼ିଆ)ର କାରବାର କରାଗଲା ଯାହାର ସାମୂହିକ ମୂଲ୍ୟ ହେଉଛି 1 ଲକ୍ଷ କୋଟି ଟଙ୍କାରୁ ଅଧିକ । ଇ-ନାମ ପ୍ଲାଟଫର୍ମ ମାଧ୍ୟମରେ 708 କୋଟି ଟଙ୍କାର ଡିଜିଟାଲ ନେଣଦେଣ କରାଗଲା, ଯେଉଁଥିରୁ 1.25 ଲକ୍ଷରୁ ଅଧିକ କୃଷକଙ୍କୁ ଲାଭ ହୋଇଛି । ଇ-ନାମ ମଣ୍ଡି, ରାଜ୍ୟଗୁଡ଼ିକର ସୀମାଠାରୁ ଆଗକୁ ଯାଇ ବ୍ୟବସାୟର ସୁବିଧା ଦେଉଛି । 12ଟି ରାଜ୍ୟରେ ଆନ୍ତଃ-ମଣ୍ଡି ବ୍ୟବସାୟରେ ମୋଟ 236ଟି ମଣ୍ଡି ଭାଗ ନେଇଛନ୍ତି, ଯେତେବେଳେ କି 13ଟି ରାଜ୍ୟ /କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଆନ୍ତଃ-ରାଜ୍ୟ ବ୍ୟବସାୟରେ ଅଂଶଗ୍ରହଣ କଲେ, ଯାହା ଫଳରେ କୃଷକମାନଙ୍କୁ ଦୂର-ଦୂରାନ୍ତରେ ରହୁଥିବା ବ୍ୟବସାୟୀଙ୍କ ସହିତ ସିଧାସଳଖ କଥାବାର୍ତା କରିବା ନେଇ ଅନୁମତି ମିଳିଛି । ବର୍ତମାନରେ ଖାଦ୍ୟ ଶସ୍ୟ, ତୈଳବୀଜ, ରେଶମ, ପନିପରିବା ଏବଂ ଫଳ ସହିତ 150  ସାମଗ୍ରୀର ବ୍ୟବସାୟ ଇ-ନାମରେ କରାଯାଉଛି । ଇ-ନାମ ପ୍ଳାଟଫର୍ମରେ 1,005ରୁ ଅଧିକ ଏଫପିଓ ପଞ୍ଜ ଏହା 7.92 କୋଟି ଟଙ୍କା ମୂଲ୍ୟର 2900 ମେଟ୍ରିକ ଟନ୍ କୃଷି ଉତ୍ପାଦର କାରବାର କରିଛି ।

କୋଭିଡ଼-19 ଲକଡାଉନ୍ ସମୟରେ ମଣ୍ଡିଗୁଡିକରେ ଭିଡ କମ୍ କରିବା ପାଇଁ କୃଷି ମନ୍ତ୍ରୀ 2 ଅପ୍ରେଲ 2020ରେ ଏଫପିଓ, ଟ୍ରେଡ ମଡ୍ୟୁଲ, ଲଜିଷ୍ଟିକ୍ସ ମଡ୍ୟୁଲ, ଏବଂ ଇଏନଡବ୍ଲ୍ୟୁଆର ଆଧାରିତ ଭଣ୍ଡାରଣ ମଡ୍ୟୁଲର ଶୁଭାରମ୍ଭ କରିଥିଲେ । ସେବେଠାରୁ 15 ରାଜ୍ୟର 82 ଏଫପିଓଗୁଡିକ 2.22 କୋଟି ଟଙ୍କା ମୂଲ୍ୟର 12084 କ୍ୱିଂଟାଲ ଜିନିଷର ମୋଟ ପରିଣାମ ସହିତ ଇ-ନାମରେ କାରବାର କରିଛି । ନଅ(9) ଲଜିଷ୍ଟିକ୍ସ ସେବା ଏଗ୍ରିଗେର୍ଟ ଇ-ନାମ ସହ ଭାଗିଦାରୀ କରିଛନ୍ତି, ଯେଉଁଥିରେ 2,31,300 ପରିବହନକାରୀ ଅଛନ୍ତି, ଯେଉଁମାନେ ଇ-ନାମ ଭାଗିଦାରୀ ପରିବହନ ସେବା ଆବଶ୍ୟକତା ପୂରଣ କରିବା ପାଇଁ 11,37,700 ଟ୍ରକର ଉପଲବ୍ଧତା ପ୍ରଦାନ କରିଛନ୍ତି ।

ରାଷ୍ଟ୍ରୀୟ କୃଷି ବଜାର (ଇ-ନାମ) ହେଉଛି ଭାରତ ସରକାରଙ୍କର ଏକ ଅତ୍ୟନ୍ତ ମହତ୍ୱାକାଂକ୍ଷୀ ଏବଂ ସଫଳ ଯୋଜନା ଯାହା ସମ୍ପ୍ରତି ଏପିଏଏମସି ମଣ୍ଡିଗୁଡ଼ିକର ସମୂହ ଗଠନ କରୁଛି, ଫଳରେ କୃଷି ଜାତ ସାମଗ୍ରୀ ପାଇଁ ଏକୀକୃତ ରାଷ୍ଟ୍ରୀୟ ବଜାର ସୃଷ୍ଟି ହେଉଛି । ଏହାଦ୍ୱାରା କ୍ରେତା ଏବଂ ବିକ୍ରେତାଙ୍କ ମଧ୍ୟରେ ସୂଚନାର ଅସମାନତାକୁ ସମାପ୍ତ କରି ଏବଂ ବାସ୍ତବିକ ଚାହିଦା ଏବଂ ଯୋଗାଣ ଆଧାରରେ ବାସ୍ତବିକ ସମୟ ମୂଲ୍ୟ ପ୍ରଦାନକୁ ପ୍ରୋତ୍ସାହନ ଦେଇ ଏକୀକୃତ ବଜାରରେ ପ୍ରକ୍ରିୟାଗୁଡ଼ିକୁ ସରଳ କରି କୃଷି ବିପଣନରେ ସମନ୍ୱୟ ବୃଦ୍ଧି କରାଯାଇ ପାରୁଛି ।

1 ମଇ 2020ରେ, ଶ୍ରୀ ତୋମର 7ଟି ରାଜ୍ୟର 200 ଇ-ନାମ ମଣ୍ଡିକୁ ସାମିଲ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ଭାରତୀୟ କୃଷକମାନଙ୍କର ସହାୟତା ପାଇଁ ଇ-ନାମରେ କର୍ଣ୍ଣାଟକ ଭଳି ରାଜ୍ୟକୁ ଏକ ନୂଆ ରାଜ୍ୟ ଭାବେ ସାମିଲ କରାଯାଇଥିଲା । ଏହା ବ୍ୟତୀତ କେନ୍ଦ୍ର କୃଷି ମନ୍ତ୍ରୀ କର୍ଣ୍ଣାଟକର ଆରଇଏମଏସ (ଏକୀକୃତ ବଜାର ପୋର୍ଟାଲ-ୟୁଏମପି) ଏବଂ ଇ-ନାମ ପୋର୍ଟାଲ ମଧ୍ୟରେ ଆନ୍ତଃ ପରିଚାଳନାର ମଧ୍ୟ ଶୁଭାରମ୍ଭ କରିଥିଲେ । ଏହା ଏହି ଦୁଇଟି ପ୍ଲାଟଫର୍ମ ମଧ୍ୟରେ ଆନ୍ତଃ-ସଂଚାଳନର ଉପଯୋଗ କରି, ଦୁଇ ପ୍ଲାଟଫର୍ମକୁ ବ୍ୟବସାୟୀ ଏବଂ କୃଷକଙ୍କୁ ବ୍ୟବସାୟ ନିମନ୍ତେ ଅଧିକ ବଜାର ସୁବିଧା ପହଂଚାଇବାର ସୁଯୋଗ ପ୍ରଦାନ କରୁଛି ।

ନିଜର ପ୍ରଥମ ପର୍ଯ୍ୟାୟରେ (585 ମଣ୍ଡିକୁ ଯୋଡ଼ିବା)ରେ ଇ-ନାମର ଉପଲବ୍ଧôଗୁଡ଼ିକୁ ଦେଖି ଏହା 15 ମଇ 2020 ରେ ପୂର୍ବ 415 ଅତିରିକ୍ତ ମଣ୍ଡିଗୁଡ଼ିକୁ ଯୋଡ଼ିବା ସହିତ ନିଜର ଡେଣା ମେଲାଇ ସମ୍ପ୍ରସାରିତ ମାର୍ଗରେ ଅଗ୍ରସର ହେଉଛି । ପ୍ରଧାନମନ୍ତ୍ରୀଙ୍କ ଏକ ରାଷ୍ଟ୍ର-ଏକ ବଜାରର ସଂକଳ୍ପକୁ ପୂରଣ କରିବା ପାଇଁ 18 ରାଜ୍ୟ ଏବଂ 3ଟି କେନ୍ଦ୍ରଶାସିତ ପ୍ରଦେଶରେ ଇ-ନାମ ମଣ୍ଡିର ମୋଟ ସଂଖ୍ୟା 1,000ରୁ ଅଧିକ ହୋଇଛି ।

ରାଷ୍ଟ୍ରୀୟ କୃଷି ବଜାର (ଇ-ନାମ), ଭାରତରେ କୃଷି ସାମଗ୍ରୀ ପାଇଁ ଉପଲବ୍ଧ ମଣ୍ଡିଗୁଡ଼ିକୁ ଏକ ରାଷ୍ଟ୍ର-ଏକ ବଜାରରେ ଯୋଡ଼ିବା ଉଦ୍ଦେଶ୍ୟରେ ଏକ ଅଖିଳ ଭାରତୀୟ ଇଲେକ୍ଟ୍ରୋନିକ ଟ୍ରେଡ଼ିଂ ପୋର୍ଟାଲକୁ 14 ଅପ୍ରେଲ 2016ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । କ୍ଷୁଦ୍ର ଚାଷୀ କୃଷି ବ୍ୟବସାୟ ଗୋଷ୍ଠୀ (ଏଏସଏଫଏସି) ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ତତ୍ୱାବଧାନରେ ଇ-ନାମକୁ ଲାଗୁ କରିବାର ପ୍ରମୁଖ ଏଜେନ୍ସି ଅଟେ ।

ନାମ ପୋର୍ଟାଲ ଏପିଏମସି ସମ୍ବନ୍ଧିତ ସମସ୍ତ ସୂଚନା ଏବଂ ସେବାଗୁଡ଼ିକ ପାଇଁ ଏକକ ବାତାୟାନ ସେବା ପ୍ରଦାନ କରୁଛି, ଯାହାଦ୍ୱାରା ଜିନିଷଗୁଡ଼ିକର ଆସିବା, ତାହାର ଗୁଣବତ୍ତା ଏବଂ ମୂଲ୍ୟ ସାମିଲ ହୋଇଥାଏ, ବ୍ୟବସାୟ ପ୍ରସ୍ତାବଗୁଡ଼ିକ ଏବଂ ଇଲେକ୍ଟ୍ରୋନିକ ଦେଣଦେଣ ମାଧ୍ୟମରେ କୃଷକଙ୍କ ଖାତାରେ ସିଧା ସଳଖ ପ୍ରାପ୍ୟ ପ୍ରଦାନ କରିବାର ବ୍ୟବସ୍ଥା ରହିଛି ଏବଂ ଉନ୍ନତ ବଜାରରେ ପହଂଚିବାରେ ତାକୁ ସହାୟତା କରୁଛି ।

 

**********

 

 



(Release ID: 1623216) Visitor Counter : 169


Read this release in: English